/odishatv-khabar/media/post_attachments/uploadimage/library/16_9/16_9_0/IMAGE_1730891366.jpg)
Bhubaneswar Metro Rail Project
ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପକୁ ନେଇ ଆସିଲା ବଡ଼ ଖବର । ୨୦୨୭ ମସିହା ଡିସେମ୍ବର ମାସ ସୁଦ୍ଧା ଭୁବନେଶ୍ୱର ମେଟ୍ରୋ ରେଳ କାମ ସରିବ । ଏନେଇ ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ କର୍ତ୍ତୁପକ୍ଷ ସୂଚନା ଦେଇଛନ୍ତି । ତେବେ ଏହି ମେଟ୍ରୋ ଟ୍ରେନ୍ ଭୂମି ଠାରୁ ୧୩ ମିଟର ଉଚ୍ଚରେ ଯିବ । ତେବେ ରାଜମହଲ, ଜୟଦେବ ବିହାର ଓ ବାରଙ୍ଗରେ ଏହି ମେଟ୍ରୋ ଟ୍ରେନ୍ର ଉଚ୍ଚତା ଅଧିକ ରହିବ ।
ସେହିପରି ମେଟ୍ରୋ ଟ୍ରେନ୍ ପ୍ରତି ୧୦ ମିନିଟ ବ୍ୟବଧାନରେ ଚାଲିବ । ସେଥିପାଇଁ ୩ କୋଚ୍ ବିଶିଷ୍ଟ ୧୩ଟି ମେଟ୍ରୋ ଟ୍ରେନ୍ କିଣିବାକୁ ଯୋଜନା ହୋଇଛି । ବର୍ତ୍ତମାନ ମେଟ୍ରୋ ପ୍ରକଳ୍ପ ପାଇଁ ମାଟି ପରୀକ୍ଷା ଚାଲିଛି । ବିଭିନ୍ନ ସ୍ଥାନରୁ ୫୦/୬୦ ଫୁଟ ତଳୁ ମାଟି ନେଇ ଦିଲ୍ଲୀ ଓ କଟକ ଲ୍ୟାବ୍ରେ ପରୀକ୍ଷା ହେଉଛି । ଆଗାମୀ ୨ ମାସ ମଧ୍ୟରେ ମାଟି ପରୀକ୍ଷା ସରିବ । ମାଟି ପରୀକ୍ଷା ସରିବା ପରେ ମେଟ୍ରୋ ଟ୍ରେନ୍ର ଫାଉଣ୍ଡେସନ୍ କାମ ଆରମ୍ଭ ହେବ ।
ଅଧିକ ପଢ଼ନ୍ତୁ: Balijatra 2024: କେଉଁଠି ହେବ ଐତିହାସିକ ବାଲିଯାତ୍ରା ?
ସେହିପରି ସଡ଼କ ଯାତ୍ରୀଙ୍କ ଯାତାୟାତ ସୁବିଧା ଲାଗି ଏବେ ଶିଶୁ ଭବନ ଛକଠାରୁ ରଘୁନାଥପୁର ପର୍ଯ୍ୟନ୍ତ ରାସ୍ତା ପ୍ରଶସ୍ତୀକରଣ କାମ ମଧ୍ୟ ଚାଲିଛି । ୨ ମାସ ମଧ୍ୟରେ ରାସ୍ତା ପ୍ରଶସ୍ତିକରଣ କାମ ବି ସରିବ । ମାଟି ପରୀକ୍ଷା ସରିବା ପରେ ଆରମ୍ଭ ହେବ ଫାଉଣ୍ଡେସନ ଡିଜାଇନ । ଏମିତିକି ମେଟ୍ରୋ ପ୍ରକଳ୍ପ ଲାଗି ଭୁବନେଶ୍ୱର ଘାଟିକିଆଠାରେ କାଷ୍ଟିଂ ୟାର୍ଡ ମଧ୍ୟ ତିଆରି ଚାଲିଛି । ଏଠାରେ ମେଟ୍ରୋ ରେଳ ଲାଇନ ପାଇଁ ତିଆରି ହେବ କାଷ୍ଟିଂ ଉପକରଣ । ସେହିପରି ତ୍ରିଶୁଳିଆ ଫୁଲପୋଖରି ରତାଗଡ଼ ଠାରେ ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ ମେଣ୍ଟେନାନସ୍ ଡିପୋ ତିଆରି କାମ ମଧ୍ୟ ଚାଲୁ ରହିଛି ।
ସୂଚନା ଅନୁସାରେ ଚଳିତ ବର୍ଷ ଜାନୁଆରୀ ୧ରେ ବହୁ ପ୍ରତୀକ୍ଷିତ ଭୁବନେଶ୍ୱର ମେଟ୍ରୋ ରେଳର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କଟକ ତ୍ରିଶୁଳିଆ ନିକଟ ରତାଗଡ଼ରେ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ । ପ୍ରଥମ ପର୍ଯ୍ୟାୟରେ ମେଟ୍ରୋ ଭୁବନେଶ୍ୱର ବିମାନ ବନ୍ଦରରୁ ତ୍ରିଶୁଳିଆ ଯାଏଁ ଯିବ । ପରେ ନେତାଜୀ ବସ୍ ଟର୍ମିନାଲ୍ ଯାଏଁ ଏହାକୁ ସମ୍ପ୍ରସାରଣ କରାଯିବ । ଆଗାମୀ ଦିନରେ ଖୋର୍ଦ୍ଧା, ପୁରୀକୁ ସଂପ୍ରସାରଣ ହେବ ବୋଲି ସେତେବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୂଚନା ଦେଇଥିଲେ ।
ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ଖର୍ଚ୍ଚ ହେବ ୬୨୫୫ କୋଟି ଟଙ୍କା । ଭୁବନେଶ୍ୱରରୁ ବିମାନ ବନ୍ଦର, କ୍ୟାପିଟାଲ୍ ହସ୍ପିଟାଲ୍, ରାଜମହଲ, ବାଣୀବିହାର, ଆଚାର୍ଯ୍ୟ ବିହାର, ଜୟଦେବ ବିହାର, ପଟିଆ ଦେଇ ୨୦ରୁ ଅଧିକ ଷ୍ଟେସନ ନିର୍ମାଣ ହେବ । ୨୬ କିଲୋମିଟର ଭିତରେ ୨୦ଟି ଷ୍ଟେସନ୍ ହେବ । ତ୍ରିଶୁଳିଆ ପରେ କଟକ ନେତାଜୀ ବସ୍ ଟର୍ମିନାଲ ଯାଏଁ ମେଟ୍ରୋ ଗଡ଼ିବା ନେଇ ସରକାର ସୂଚନା ଦେଇଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)