/odishatv-khabar/media/post_attachments/uploadimage/library/16_9/16_9_0/CM_Mohan_1749049512.jpg)
CM Mohan
ଯେମିତି ବିଡିଓ କନଫରେନ୍ସରେ ଅଧିକାରୀଙ୍କୁ ତାଗିଦ କରିଥିଲେ, ସ୍ବଚ୍ଛତାର ପାଠ ପଢାଇଥିଲେ, ସମାନ ଢଙ୍ଗରେ ରାଜସ୍ୱ ଅଧିକାରୀଙ୍କ କର୍ମଶାଳାରେ କିଛି ଟାସ୍କ ସହ କିଛି ପରାମର୍ଶ ଦେଇ ତାଗିଦ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଗ୍ରାଉଣ୍ଡ ଜିରୋରେ ଲୋକଙ୍କ ସମସ୍ୟା ସମାଧାନ କରନ୍ତୁ, ଯେମିତି ଛୋଟ ଛୋଟ ଅଭିଯୋଗ ନେଇ କେହି ଭୁବନେଶ୍ୱର ନଆସୁ । ଆଉ ଜମି କିଣାବିକାରେ ସ୍ବଚ୍ଛତା ରଖ । ଏମିତି କିଛି ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ରାଜସ୍ବ ମନ୍ତ୍ରୀ କହିଛନ୍ତି, ତହସିଲରେ ସାଧାରଣ ଲୋକଙ୍କୁ ଦିଅ ଭିଆଇପି ଟ୍ରିଟମେଣ୍ଟ ।
ବିଡିଓଙ୍କ ପରେ ତହସଲିଦାରମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ତାଗିଦ । ସମୟ ଭିତରେ ଲୋକଙ୍କ ସମସ୍ୟା ସମାଧାନ କର । ଅଭିଯୋଗ ନେଇ ଯେମିତି କେହି ଭୁବନେଶ୍ୱର ନଆସନ୍ତୁ । ଜମିଜମା କାରବାର ବେଳେ ସ୍ବଚ୍ଛତା ରଖ । ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ବରଦାସ୍ତ କରିବେନି ମୋହନ ସରକାର । ରାଜସ୍ୱ ମନ୍ତ୍ରୀ କହିଲେ ତହସିଲ ଅଫିସକୁ କର ପିପୁଲ୍ ଫ୍ରେଣ୍ଡଲି । ଆଜି ଲୋକସେବା କନଭେନସନ ହଲରେ ଦୁଇ ଦିନିଆ ରାଜସ୍ବ ଅଧିକାରୀଙ୍କ କର୍ମଶାଳାରେ ଉପଜିଲ୍ଲପାଳ ଏବଂ ତହସିଲଦାରମାନଙ୍କୁ କିଛି ଏମିତି ଢଙ୍ଗରେ ଟାସ୍କ ଦେଇଥିଲେ ମୁଖ୍ୟମନ୍ତ୍ରୀ ଏବଂ ରାଜସ୍ୱ ମନ୍ତ୍ରୀ।
ଅଧିକ ପଢନ୍ତୁ: ରାଜ୍ୟରେ ଭୁଶୁଡ଼ି ପଡ଼ିଛି ଅର୍ଦ୍ଧ ନ୍ୟାୟିକ ବ୍ୟବସ୍ଥା ! ଚୌକି ପଡିଛି ଖାଲି, କିଏ ଦେବ ନ୍ୟାୟ ?
ମୁଖ୍ୟମନ୍ତ୍ରୀ କହିଥିଲେ ସରକାର ଆଉ ଲୋକଙ୍କ ଭିତରେ ବ୍ୟବଧାନ କମାଅ । ଗ୍ରାଉଣ୍ଡ ସ୍ତରରେ ଲୋକଙ୍କ ସମସ୍ୟା ଶୁଣି ସମାଧାନ କର। ଭୂମିହୀନଙ୍କୁ ପଟ୍ଟା ଦେବା ବ୍ୟବସ୍ଥା କର । ସରକାରୀ ଜମିକୁ ଜବରଦଖଲ ମୁକ୍ତ କର । ଶେଷ ଧାଡ଼ିରେ ଥିବା ଲୋକଙ୍କୁ ସେବା ଦେବାକୁ ତତ୍ପର ହୁଅ । ଦୁର୍ନୀତି ପ୍ରତି ସରକାରଙ୍କ ଶୂନ୍ୟ ସହନଶୀଳତା ନୀତିକୁ ଗୁରୁତ୍ୱ ଦିଅ । RI କିମ୍ବା ଭୂଲେଖକଙ୍କ ଭୁଲ୍ ପାଇଁ ମଧ୍ୟ ତହସିଲଦାର ଉତ୍ତରଦାୟୀ ରହିବେ । ଏହାସହ ମୁଖ୍ୟମନ୍ତ୍ରୀ କହିଛନ୍ତି, କିଛି କାମ ସଠିକ ଢଙ୍ଗରେ ହେଉନାହିଁ । ତହସିଲ ସ୍ତରରେ ଜମିଜମା ସମସ୍ୟାର ସମାଧାନ ହେଉନଥିବାରୁ ଅଦାଲତରେ ମାମଲା ବଢୁଛି । ତାର ସମାଧାନର ରାସ୍ତା ବାହାର କର ।
ଅନ୍ୟପଟେ ରାଜସ୍ବ ସେବା ସଠିକ୍ ଭାବେ ଲୋକଙ୍କ ପାଖରେ ପହଞ୍ଚାଇବାକୁ କର୍ମଶାଳାରେ ଗୁରୁତ୍ୱ ଦିଆଯାଇଛି । କର୍ଣ୍ଣାଟକ ରାଜସ୍ୱ ଢାଞ୍ଚାର ଉଦାହରଣ ଦେଇ ମୁଖ୍ୟ ସଚିବ କହିଛନ୍ତି, ସେଠାରେ ୭୦ ପ୍ରତିଶତ ବନ୍ଦୋବସ୍ତ ବ୍ୟବସ୍ଥାକୁ ଅଟୋମେଟିକ କରାଯାଇଛି । ଓଡିଶାରେ ବି ରାଜସ୍ବ ସେବା ସିଷ୍ଟମକୁ ରି-ଡିଜାଇନ କରିବାକୁ ହେବ । ସେଥିପାଇଁ ଏକ ଅନଲାଇନ୍ ସିଷ୍ଟମ କରିବେ ସରକାର । ଯେଉଁଥିରେ ରାଜସ୍ବ ବିଭାଗର ଅଧିକାରୀମାନେ ନିଜର ପରାମର୍ଶ ଦେଇପାରିବେ । ଏହାସହ ସବୁ ତହସିଲ ଅଫିସରେ ହେଲ୍ପ ଡେସ୍କ ରଖିବାକୁ ବି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ।
ବିପର୍ଯ୍ୟୟ ପରିଚାଳନାରେ ସଫଳତା, ବିଭିନ୍ନ ପ୍ରକଳ୍ପ ଏବଂ ଶିଳ୍ପ ପାଇଁ ଜମି ପ୍ରକ୍ରିୟାକୁ ତ୍ୱରାନ୍ବିତ କରିଥିବାରୁ ତହସିଲଦାରଙ୍କୁ ମଧ୍ୟ ପ୍ରଂଶସା କରିଛନ୍ତି ମୁଖ୍ୟମନ୍ତ୍ରୀ । ଅନ୍ୟପଟେ କୌଣସି ବି ତହସିଲରେ ଜଣେ ବି ଭୂମିହୀନ ଯେମିତି ନରହିବେ ସେଥିପ୍ରତି ଦୃଷ୍ଟି ଦେବାକୁ କୁହାଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)