/odishatv-khabar/media/post_attachments/uploadimage/library/16_9/16_9_0/IMAGE_1749034747.jpg)
Revenue Officers Conference
ରାଜସ୍ୱ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ । ତହସିଲ ସ୍ତରରେ ଅଭିଯୋଗର ସମାଧାନ କରିବାକୁ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀ କହିଛନ୍ତି, "ଏପରି ସମାଧାନ କର ଯେପରି କେହି ଭୁବନେଶ୍ବର ନ ଆସନ୍ତୁ । ଜମିଜମା ସମସ୍ୟାର ସମାଧାନ ଅଫିସ୍ ହେଉଛି ତହସିଲ୍ । ତହସିଲ୍ସ୍ତରରେ ସମାଧାନ ହୋଇ ନ ପାରିବାରୁ ଅଦାଲତରେ ମାମଲା ବଢ଼ୁଛି । ତଳ ସ୍ତରରେ ଯଦି ସମାଧାନ ହୋଇଥାନ୍ତା, ତେବେ କେହି ଭୁବନେଶ୍ୱର ଆସୁନଥାନ୍ତେ । ଲୋକଙ୍କ ଅଭିଯୋଗ ଧୈର୍ଯ୍ୟର ସହ ଶୁଣନ୍ତୁ । ସମୟ ଭିତରେ ସମାଧାନ କରନ୍ତୁ । " ଆଜି ଲୋକସେବା ଭବନରେ ଆୟୋଜିତ ରାଜସ୍ୱ ଅଧିକାରୀଙ୍କ ସମ୍ମିଳନୀରେ ଯୋଗ ଦେଇ ଏଭଳି କହିଛନ୍ତି ମୁଖ୍ୟମନ୍ତ୍ରୀ ।
ସେପଟେ ରାଜସ୍ୱ ଓ ବିପର୍ଯ୍ୟୟ ମନ୍ତ୍ରୀ ସୁରେଶ ପୂଜାରୀ ମଧ୍ୟ ରାଜସ୍ୱ ଅଧିକାରୀଙ୍କୁ ଆହ୍ୱାନ ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି, "ଲୋକଙ୍କୁ ଭିଆଇପି ଟ୍ରିଟମେଣ୍ଟ ଦିଅ । ତହସିଲ ଅଫିସକୁ ପିପୁଲ ଫ୍ରେଣ୍ଡଲି କର । ମ୍ୟାଚ୍ ନୁହେଁ, ଟୁର୍ଣ୍ଣାମେଣ୍ଟ ଜିତିବାକୁ ହେବ । ବ୍ୟବହାରରେ ଲୋକଙ୍କୁ ଆପ୍ୟାୟିତ କର । 51 ଟି ବିଭାଗର ମେରୁଦଣ୍ଡ ରାଜସ୍ୱ ବିଭାଗ । ଓଡ଼ିଶା ଭିଜନ ଡକ୍ୟୁମେଣ୍ଟକୁ ସଫଳ କରିବାକୁ ହେବ । କୌଣସି ତହସିଲରେ ଜଣେ ହେଲେ ଭୂମିହୀନ ରହିବେ ନାହିଁ । ଏବେବି ଜମି ଡିମାର୍କେସନ ପାଇଁ ମୋ ପାଖକୁ ମାଲକାନଗିରିରୁ ଲୋକ ଆସୁଛନ୍ତି । ଏବେ ସେବା ଆରମ୍ଭ ହେଲାଣି । ଯେବେ ଲୋକ ଆସିବା ବନ୍ଦ କରିଦେବେ ଜାଣିବି ରାଜସ୍ୱ ସେବା ଠିକ୍ ଭାବେ ଚାଲିଛି ।"
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)



/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)