Advertisment

demand for renovation: ସଙ୍କଟରେ ଫାଶୀକୁଦ, ଦିନେ ସ୍ବାଧିନତା ସଂଗ୍ରାମୀ ଏଠି ରହୁଥିଲେ ଜେଲରେ

ରାଜା ଶାସନ ସମୟରେ ଏହି ସ୍ଥାନରେ ଜେଲ ଥିଲା ଯାହାର ନାଁ ଥିଲା ଫାଶୀକୁଦ। ବର୍ଷ ବର୍ଷ ଧରି ମାଟି ଚେ।ରି ହେବା ଫଳରେ ଏହାର ଭୂଗେ।ଳ ବଦଳିଯାଇଛି । କିନ୍ତୁ ଜେଲର ଅସ୍ତିତ୍ବ ନାହିଁ ।

author-image
Saroj Kumar Jena
ଅଦ୍ୟତନ ହୋଇଛି
demand for renovation

demand for renovation

ସମ୍ବଲପୁର ସହରକୁ ଲାଗି ମହାନଦୀ ଭିତରେ ରହିଛି ଏକ ଟାପୁ । ଯାହାକୁ ନେଇ ରହିଛି ଅନେକ ଇତିହାସ ଓ କିମ୍ବଦନ୍ତୀ। ସମୟ କ୍ରମେ ସେହି ବିଶାଳ କୁଦ ଭିତରୁ ମାଟି ମାଫିଆ ମାନେ ଧିରେ ଧିରେ ମାଟି ଚୋରି କରି ନେବା ପରେ କୁଦର ଅସ୍ତିତ୍ୱ ଏବେ ସଙ୍କଟରେ । ରାଜା ଶାସନ ସମୟରେ ଏହି ସ୍ଥାନରେ ଜେଲ ଥିଲା ଯାହାର ନାଁ ଥିଲା ଫାଶୀକୁଦ। ଏଠାରେ ଏକ କୂଅ ରହିଛି । ଲାଲ୍ ଇଟାରେ ନିର୍ମାଣ ହୋଇଥିବା ଏହି କୂଅ ଅନେକ ଇତିହାସର ମୂକସାକ୍ଷୀ ।

Advertisment

ଅଧିକ ପଢ଼ନ୍ତୁ: ଆଜି ରଜ ସଂକ୍ରାନ୍ତି, ସବୁଠି ଉତ୍ସବର ମାହୋଲ

ଇତିହାସରୁ ଜଣାପଡ଼େ, ୧୮୯୨ରେ ସମ୍ବଲପୁର ସର୍କଲ ଜେଲ୍ ନିର୍ମାଣର ବହୁ ପୂର୍ବରୁ ଏହି କୁଦରେ ଜେଲ୍ ଥିଲା ଏବଂ ଏଠାରେ ଫାଶୀ ଦିଆଯାଉଥିଲା । ୧୮୨୭ରେ ଇଂରେଜମାନେ ଏଠାରେ ସ୍ବାଧୀନତା ସଂଗ୍ରାମୀମାନଙ୍କୁ ଆଣି ରଖୁଥିଲେ। ୧୮୩୩ରେ ୭ ଜଣଙ୍କୁ ଫାଶୀ ଦିଆଯାଇଥିଲା। ସେମାନଙ୍କ ଭିତରେ ରହିଥିଲେ ସୁରେନ୍ଦ୍ର ସାଏଙ୍କ ଭାଇ ଏବଂ କୁଲାବିରା ଜମିଦାର। ବର୍ତ୍ତମାନ ଏହି ସ୍ଥାନ ପ୍ରଶାସନର ଅଣଦେଖାରେ ରହିଯାଇଛି ।

ଏବେ କିନ୍ତୁ ଏହାର ପୁନଃଉଦ୍ଧାର ଲାଗି ଦାବି ହୋଇଯାଇଛି । ଏହି ଅଂଚଳଟି ପ୍ରାୟ ୬୨ ଏକର ପରିମିତ ଅଂଚଳରେ ରହିଛି । ସମୟକ୍ରମେ ଏହି ସ୍ଥାନ ଉପରେ ମାଟି ମାଫିଆ ମାନଙ୍କର ଆଖି ପଡିଲା । ସେମାନେ ଏକ ପାହାଡ ସଦୃଶ ଏହି ଫାଶିକୁଦରୁ ମାଟି ଖେ।ଳିନେଲେ ।

Advertisment

ବର୍ଷ ବର୍ଷ ଧରି ମାଟି ଚେ।ରି ହେବା ଫଳରେ ଏହାର ଭୂଗେ।ଳ ବଦଳିଯାଇଛି । ପାହାଡଟି ଏକ ପ୍ରକାର ସମତଳ ଭୂମିରେ ପରିଣତ ହେବ।କୁ ବସିଲାଣି । ତେବେ କେବଳ କୂଅଟି ବର୍ତ୍ତିଯାଇଛି । ସେହି ଜେଲର ଅସ୍ତିତ୍ବ ନାହିଁ । ପାଖରେ ଥିବା ୨ଟି ଖମ୍ବ , ଫାସୀ ଖୁଣ୍ଟରେ ଥିଲା ବେ।ଲି ଅନୁମାନ କରାଯାଉଛି । ତେବେ ଖୁବଶୀଘ୍ର  ପୁନରୁଦ୍ଧାର କରାନଗଲେ ଏହି ସ୍ଥାନଟି ଇତିହାସରୁ ହଜିଯିବ ।

ବିଭିନ୍ନ ମହଲରୁ ଦାବି କରାଯାଉଛି ଏହି ସ୍ଥାନ ଉପରେ ଅଧିକ ଗବେଷଣା କରାଯାଉ । ଏହାକୁ ଏକ ସ୍ମୃତିପୀଠରେ ପରିଣତ କରାଯାଉ । ସ୍ବାଧିନତା ସଂଗ୍ରାମୀ ମାନଙ୍କର ପ୍ରତିମୂର୍ତ୍ତୀ ସ୍ଥାପନ କଲେ ଏଠାକୁ ପର୍ଯ୍ୟଟକ ମାନଙ୍କ ଆଗମନ ହେବ ।

ଅଧିକ ପଢନ୍ତୁ: ଶୃଙ୍ଖଳିତ ହେବ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା; ଉପମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଦାୟିତ୍ୱ ନେବେ ୪ ମନ୍ତ୍ରୀ

Sambalpur Mahanadi Freedom Fighter Tourist Spots
Advertisment
Related Articles
Advertisment