Advertisment

World Famous Rath Yatra: ଶୃଙ୍ଖଳିତ ହେବ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା; ଉପମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଦାୟିତ୍ୱ ନେବେ ୪ ମନ୍ତ୍ରୀ

ପୁରୀ ରଥଯାତ୍ରାକୁ ଶୃଙ୍ଖଳା ଭାବେ କରିବା ପାଇଁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ଅଧ୍ୟକ୍ଷତାରେ ୪ ଜଣିଆ ମନ୍ତ୍ରିସ୍ତରୀୟ କମିଟି ଗଠନ କରିଛନ୍ତି । ଏହି କମିଟିର ଆବାହକ ରହିବେ ଆଇନ ବିଭାଗ ପ୍ରମୁଖ ସଚିବ ।

author-image
Chinmayee Sahoo
ଅଦ୍ୟତନ ହୋଇଛି
Ratha Yatra

Ratha Yatra

ଚଳିତ ବର୍ଷ ହେବ ହେବାକୁ ଥିବା ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାର ଶୃଙ୍ଖଳିତ ସୁପରିଚାଳନା ପାଇଁ ରାଜ୍ୟ ସରକାର ମନ୍ତ୍ରିସ୍ତରୀୟ କମିଟି ଗଠନ କରିଛନ୍ତି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଛି ମନ୍ତ୍ରିସ୍ତରୀୟ କମିଟି। କମିଟିରେ ରହିଛନ୍ତି ବିଭିନ୍ନ ବିଭାଗର ଅନ୍ୟ ୪ ଜଣ ମନ୍ତ୍ରୀ। 

Advertisment

ଏହି ଉଚ୍ଚସ୍ତରୀୟ କମିଟିରେ ଆଇନ, ପୂର୍ତ୍ତ ଏବଂ ଅବକାରୀ ବିଭାଗ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ସ୍ବାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ, ଗୃହ ଏବଂ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର, ବାଣିଜ୍ୟ ଏବଂ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ସଦସ୍ୟ ରହିଛନ୍ତି। ନବ ଗଠିତ ଏହି କମିଟିର ଆବାହକ ରହିବେ ଆଇନ ବିଭାଗ ପ୍ରମୁଖ ସଚିବ।

ଅଧିକ ପଢ଼ନ୍ତୁ: ବିଶ୍ବର ସର୍ବୋଚ୍ଚ ଚେନାବ ରେଲୱେ ସେତୁ ଉଦ୍‌ଘାଟିତ, ଏବେ ଯେକୌଣସି ଋତୁରେ ଜମ୍ମୁରୁ ଶ୍ରୀନଗର ଯାତ୍ରା ହେବ ସହଜ

Advertisment

ଏ ସଂପର୍କରେ ଆଇନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି କମିଟି ରଥଯାତ୍ରାର ସମସ୍ତ ପ୍ରସ୍ତୁତି ଏବଂ କାର‌୍ୟ୍ୟକ୍ରମର ତଦାରଖ ସହ ଆବଶ୍ୟକ ସ୍ଥଳେ ପରାମର୍ଶ ଦେବେ ବୋଲି ବିଜ୍ଞପ୍ତିରେ ଦର୍ଶାଯାଇଛି। ସରକାରୀ ସ୍ତରରେ ରଥଯାତ୍ରାର ପ୍ରତିଟି ପ୍ରକ୍ରିୟା ଉପରେ କମିଟି ନଜର ରଖିବା ସହିତ ଆବଶ୍ୟକ ପରାମର୍ଶ ପ୍ରଦାନ କରିବ । 

ଅଧିକ ପଢ଼ନ୍ତୁ: ସୁପ୍ରିମକୋର୍ଟ ଦେଲେ ମଞ୍ଜୁରୀ, ଅଗଷ୍ଟ ୩ରେ ହେବ NEET PG ପରୀକ୍ଷା

Puri Ratha Yatra Preparation For Ratha Yatra
Advertisment
Advertisment