ନିଶା କବଳରେ ଟୁଇନ ସିଟି । କେବଳ ଭୁବନେଶ୍ୱରରେ ଅଗଷ୍ଟ ୨୦୨୧ରୁ ଏପ୍ରିଲ ୨୦୨୪ ପର୍ଯ୍ୟନ୍ତ ୭ କେଜି ୭୬୩ ଗ୍ରାମର ବ୍ରାଉନସୁଗାର, ୩୯ କୁଇଣ୍ଟାଲ ୪୨ କେଜି ଗଞ୍ଜେଇ ଓ ୧୬୮ ଲିଟର କପସିରଫ ଜବତ ହୋଇଛି । ଯେଉଁଥିରେ ୩୫୯ ମାମଲାରେ ୭୨୭ ଜଣଙ୍କୁ ଗିରଫ କରାଯାଇଛି । ଏଥିସହ ୨୯ ଲକ୍ଷ ୬୫ ହଜାର ୩୯୯ ଟଙ୍କା କ୍ୟାସ୍ ମଧ୍ୟ ଜବତ ହୋଇଛି । ବିଧାନସଭାରେ ସରକାରଙ୍କ ପକ୍ଷରୁ ଡ୍ରଗ୍ସ ବେପାରୀଙ୍କୁ କାବୁ କରିବା ପାଇଁ ଆରମ୍ଭ ହୋଇଥିବା ଅପରେସନ ହ୍ବାଇଟ୍ ସ୍ପାଇଡର ସମ୍ପର୍କରେ ସୂଚନା ଦେଇ ଏହି ତଥ୍ୟ ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
Also Read
ଅଧିକ ପଢ଼ନ୍ତୁ: ଓଡ଼ିଶାକୁ ନିରାପଦ ଆଶ୍ରୟସ୍ଥଳୀ ଭାବୁଛନ୍ତି କି ବାଂଲା ଅନୁପ୍ରବେଶକାରୀ ?
ନିଶାରେ ଚୁର୍ ଟୁଇନ୍ ସିଟି । ପାନ, ବିଡ଼ି, ସିଗାରେଟ୍ ଭଳି ତମାଖୁ ଜାତୀୟ ପଦାର୍ଥ ହେଉ କିମ୍ବା ମଦ, କଫ୍ ସିରଫ ଅବା ବ୍ରାଉନ ସୁଗାର । ଯେତେବେଳେ ଯାହା ନିଶା ମିଳୁଛି ତାକୁ ସେବନ କରି ମତୁଆଲା ହେଉଛନ୍ତି ଟ୍ବିନ୍ ସିଟି ବାସିନ୍ଦା । ନିଶା ସେବନରେ ଭୁବନେଶ୍ବର ଦେଶରେ ତୃତୀୟ ସ୍ଥାନରେ ରହିଥିବା ବେଳେ ଗଞ୍ଜେଇ ନିଶାରେ ଝୁମୁଛନ୍ତି ଯୁବପିଢ଼ି । ଯେମିତି ସେବନ ହେଉଛି, ସେମିତି ଦିନକୁ ଦିନ ଅଧିକ ଧରା ବି ପଡ଼ୁଛି ।
ନଜର ପକାନ୍ତୁ ବିଧାନସଭାରେ ସରକାରଙ୍କ ପକ୍ଷରୁ ଡ୍ରଗ୍ସ ବେପାରୀଙ୍କୁ କାବୁ କରିବା ପାଇଁ ଆରମ୍ଭ ହୋଇଥିବା ଅପରେସନ ହ୍ବାଇଟ୍ ସ୍ପାଇଡର ସମ୍ପର୍କରେ ସୂଚନା ଦେଇ କ’ଣ କୁହାଯାଇଛି । ଅଗଷ୍ଟ ୨୦୨୧ରୁ ଏପ୍ରିଲ ୨୦୨୪ର ମଧ୍ୟରେ ଟୁଇନ୍ ସିଟିରେ ୭ କେଜି ୭ଶହ ଗ୍ରାମ ବ୍ରାଉନ୍ ସୁଗାର ଜବତ ହୋଇଛି । ୩୯ କ୍ବିଣ୍ଟାଲ ଗଞ୍ଜେଇ, ୧୬୮ ଲିଟର କଫ୍ ସିରପ୍ ବି ସିଜ୍ କରାଯାଇଛି । ଏପରିକି ଏହି ଅବଧି ମଧ୍ୟରେ ୩୫୯ ମାମଲାରେ ୭୨୭ ଜଣଙ୍କୁ ଗିରଫ କରାଯାଇଛି । ୨୯ ଲକ୍ଷ ୬୫ ହଜାର ୩୯୯ ଟଙ୍କା ନଗଦ ଟଙ୍କା ବି ହୋଇଛି ଜବତ । କେବଳ କଟକରୁ ୫ କେଜିରୁ ଅଧିକ ବ୍ରାଉନସୁଗାର ଜବତ ହୋଇଥିବା ବେଳେ ୧,୩୨୭ କେଜି ଗଞ୍ଜେଇ ସହ ୩ ହଜାର ୭ଶହ ୪୬ ବୋତଲ କଫ ସିରପ୍ ଜବତ କରାଯାଇଛି।
ଡ୍ରଗ୍ସ କାରବାର ଉପରେ ରୋକ, ଡ୍ରଗ୍ସ ମାଫିଆଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ୨୦୨୧ରେ ଆକ୍ସନ ମୋଡକୁ ଆସିଥିଲା କମିଶନେରେଟ୍ ପୋଲିସ । ୧୬ ଅଗଷ୍ଟ ୨୦୨୧ରେ କମିଶନରେଟ୍ ପୋଲିସ ପକ୍ଷରୁ ଆରମ୍ଭ ହୋଇଥିଲା ଏହି ଅପରେସନ୍ ହ୍ବାଇଟ୍ ସ୍ପାଇଡର । ଏପରିକି ଟୁଇନ ସିଟି ବାସିନ୍ଦା ନିଶା କାରବାର ଓ ମାଫିଆଙ୍କ ସଂପର୍କରେ ସୂଚନା ଦେବାକୁ ଏକ ହ୍ୱାଟସ୍ ଆପ୍ ନମ୍ବର 70777 98111 ଜାରି କରାଯାଇଥିଲା । ତୃଣମୂଳ ସ୍ତରରେ ତଥ୍ୟ ସଂଗ୍ରହ ସହ ଅପରାଧୀଙ୍କ ଗତିଗିଧି ଉପରେ ନଜର ରଖିବାକୁ ସ୍ପେଶାଲ କ୍ବାର୍ଡ ଏବଂ କୁଇକ୍ ଆକ୍ସନ୍ ଟିମକୁ ସକ୍ରିୟ କରାଯାଇଛି ।
ଆକ୍ସନ ମୋଡରେ ପୋଲିସ କିନ୍ତୁ ସହରରୁ କମୁନି ନିଶା ମାଫିଆଙ୍କ କାରବାର କି ନିଶା ସେବନ ଉପରେ ରୋକ୍ । କୁହାଯାଉଛି ରାଜଧାନୀରେ ବସ୍ତିଗୁଡ଼ିକ ହିଁ ବ୍ରାଉନ୍ ସୁଗାରର ଗନ୍ତାଘର । କାରଣ ଏ ପର୍ଯ୍ୟନ୍ତ ଅବକାରୀ ବିଭାଗ ହେଉ କି କମିସନରେଟ୍ ପୁଲିସ, ଯାହା ନିଶାଦ୍ରବ ଜବତ କରିଛନ୍ତି, ସେସବୁ ଅଧିକାଂଶ ବସ୍ତିରୁ ହିଁ ଜବତ କରାଯାଇଛି। ଏପରିକି ଧଳା ଜହର କାବାରରକୁ ନେଇ ଅନେକ ସମୟରେ ଅପରାଧ ଘଟୁଛି । ଭୁବନେଶ୍ବରର ବହୁ ଚର୍ଚ୍ଚିତ ସହଦେବ ନାୟକ ହତ୍ୟାକାଣ୍ଡ ବି ଏହି ବ୍ରାଉନସୁଗାର କାରବାର ସହ ଲିଙ୍କ୍ ଥିବା କୁହାଯାଉଛି । ଡ୍ରଗ୍ସ କାରବାରକୁ ବିରୋଧ କରୁଥିବାରୁ ହତ୍ୟାର ଶିକାର ହୋଇଥିଲେ ବୋଲି ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି ।