ଚିନ୍ତାମୁକ୍ତ ହେବେ ଗରିବ ବାପା । ପରିବାରରେ ଚମକିବେ କନ୍ୟା ସନ୍ତାନ । ସରକାର ଉଠାଇବେ ଝିଅ ବିବାହ ଖର୍ଚ୍ଚ । ଖୁବ୍ ଶୀଘ୍ର ରାଜ୍ୟରେ ଲାଗୁ ହେବ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା । ୨୦୨୫-୨୬ ଆର୍ଥିକ ବର୍ଷ ଲାଗି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ବିଧାନସଭାରେ ପୂର୍ଣାଙ୍ଗ ବଜେଟ ଉପସ୍ଥାପନ କରିଛନ୍ତି । ଆଉ ଏହି ବଜେଟ୍ରେ ଗରିବଙ୍କ ପାଇଁ ଦେଇଛନ୍ତି ଆଶ୍ୱାସନାର ପ୍ରତିଶ୍ରୁତି । ପ୍ରଥମ ଥର ପାଇଁ ମୋହନ ସରକାରଙ୍କ ଏହି ପୂର୍ଣ୍ଣାଙ୍ଗ ବଜେଟ୍ରେ ମିଳିଛି ଝିଅମାନଙ୍କ ପାଇଁ ନୂଆ ଯୋଜନା । ଯାହାର ନାଁ ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’ ବୋଲି ରାଜ୍ୟ ସରକାର ରଖିଛନ୍ତି ।
Also Read
ଅଧିକ ପଢ଼ନ୍ତୁ: ‘ମୋ ଝିଅ ସହ ଯାହା ହେଲା, ଅନ୍ୟ କାହା ସହ ଏମିତି ନ ହେଉ’
ରାଜ୍ୟରେ ବିଜେପି ସରକର ଆସିବା ପରେ ମହିଳାଙ୍କ ପାଇଁ ଆରମ୍ଭ ହୋଇଥିଲା ‘ସୁଭଦ୍ରା’ ଯୋଜନା । ବର୍ଷକୁ ଦୁଇଟି କିସ୍ତିରେ ହିତାଧିକାରୀଙ୍କୁ ସରକାର ଦେଉଥିଲେ ୧୦ ହଜାର ଟଙ୍କା । ଦ୍ୱିତୀୟ କିସ୍ତି ମାର୍ଚ୍ଚରେ ମିଳିବାକୁ ଯାଉଥିବାବେଳେ ଏବେ ପୁଣି ଝିଅମାନଙ୍କ ପାଇଁ ଉପହାର ଦେଇଛନ୍ତି ମୋହନ ସରକାର । ଗରିବ ବାପ ମୁଣ୍ଡରୁ ବୋଝ ଓହ୍ଲାଇବାକୁ ଚେଷ୍ଟା କରିଛନ୍ତି ମୁଖ୍ୟମନ୍ତ୍ରୀ । ତେଣୁ ଚଳିତ ବଜେଟ୍ରେ ନୂଆକରି ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’ ଆଣାଯାଇଛି । ଫଳରେ ଗରିବ ବାପା ଚିନ୍ତା ମୁକ୍ତ ହେବେ ।
‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’ ପାଇଁ ରାଜ୍ୟ ସରକାର ୧୨ କୋଟିର ବ୍ୟୟ ବରାଦ କରିଛନ୍ତି । ଏହି ଯୋଜନା ଖୁବ୍ଶୀଘ୍ର ଲାଗୁ ହେବା ନେଇ କୁହାଯାଉଛି । ହେଲେ ଏହାର ସବିଶେଷ ତଥ୍ୟ ସାମ୍ନାକୁ ଆସିନଥିବା ବେଳେ ‘ସୁଭଦ୍ରା’ ପରି ଏହାର ମଧ୍ୟ ଗାଇଡ୍ ଲାଇନ୍ ରହିବ ବୋଲି ଚର୍ଚ୍ଚା ହେଉଛି ।