Advertisment

Srimandir Managing Committee: ଏଥର ବିନା ପରିଚାଳନା କମିଟିରେ ଘୋଷଯାତ୍ରା ! ଶ୍ରୀମନ୍ଦିର ସୁପରିଚାଳନାକୁ ନେଇ କେତେ ଚିନ୍ତିତ ସରକାର ଉଠିଲା ପ୍ରଶ୍ନ

ଶ୍ରୀମନ୍ଦିରର ସୁପରିଚାଳନାକୁ ନେଇ କେତେ ତତ୍ପର, କେତେ ଚିନ୍ତିତ ରାଜ୍ୟ ସରକାର ? ଓଟିଭି ସହ ଏକ୍ସକ୍ଲୁସିଭ୍ ଇଣ୍ଟରଭ୍ୟୁରେ ଖୋଦ୍ ଶ୍ରୀଜଗନ୍ନାଥଙ୍କ ଆଦ୍ୟସେବକ ଗଜପତି ମହାରାଜାଙ୍କ ଏ କ୍ଷୋଭରେ ହିଁ ଲୁଚିଛି ତାରି ଉତ୍ତର ।

author-image
Santosh Kumar Sahoo
undefined

ଏତେ ବିଳମ୍ବ ଇତିହାସରେ ପ୍ରଥମ

୯ ମାସରୁ ଅଧିକ ହେଲାଣି କାର୍ଯ୍ୟକାଳ ସରିଲାଣି। ମୁଣ୍ଡ ଉପରେ ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା, ହେଲେ ଏଯାଏଁ ଗଠନ ହୋଇପାରୁନି ନୂଆ ଶ୍ରୀମନ୍ଦିର ପରିଚାଳନା କମିଟି । ଯାହାକୁ ନେଇ ଗଭୀର ଅସନ୍ତୋଷ ବ୍ୟକ୍ତ କରିବା ସହ କମିଟି ଗଠନରେ ଏତେ ବିଳମ୍ବ ବୋଧେ ଇତିହାସରେ ପ୍ରଥମ ବୋଲି କହିଛନ୍ତି ଖୋଦ୍ ଗଜପତି ମହାରାଜା । ସେବାୟତ ଓ ପୂର୍ବତନ ପରିଚାଳନା କମିଟି ସଦସ୍ୟ ମଧ୍ୟ ଏନେଇ ଚିନ୍ତାବ୍ୟକ୍ତ କରିଥିବା ବେଳେ ଆଇନମନ୍ତ୍ରୀ କିନ୍ତୁ ବିଳମ୍ବ ପାଇଁ କୋର୍ଟଙ୍କ ଆଳ ନେଇଛନ୍ତି ।

Advertisment

ଅଧିକ ପଢ଼ନ୍ତୁ: ସହର ସହର ଗୋଡ଼େଇଲାଣି ଡାଇରିଆ ଡର; ସାମ୍ନାକୁ ଆସିଲା ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥାର ନଗ୍ନ ଚିତ୍ର...

ଶ୍ରୀମନ୍ଦିରର ସୁପରିଚାଳନାକୁ ନେଇ କେତେ ତତ୍ପର, କେତେ ଚିନ୍ତିତ ରାଜ୍ୟ ସରକାର ? ଓଟିଭି ସହ ଏକ୍ସକ୍ଲୁସିଭ୍ ଇଣ୍ଟରଭ୍ୟୁରେ ଖୋଦ୍ ଶ୍ରୀଜଗନ୍ନାଥଙ୍କ ଆଦ୍ୟସେବକ ଗଜପତି ମହାରାଜାଙ୍କ ଏ କ୍ଷୋଭରେ ହିଁ ଲୁଚିଛି ତାରି ଉତ୍ତର । ସ୍ନାନଯାତ୍ରା ଗଲା । ଆଗକୁ ଘୋଷଯାତ୍ରା, ବାହୁଡ଼ା, ନୀଳାଦ୍ରିବିଜେ ଭଳି ଠାକୁରଙ୍କ ବିଶ୍ବପ୍ରସିଦ୍ଧ ଯାନିଯାତ୍ରା ଅଛି । କିନ୍ତୁ ନୀତିନିର୍ଘଣ୍ଟଠୁ ନେଇ ଏସବୁ ପରିଚାଳନାର ଗୁରୁଭାର ବହନ କରୁଥିବା, ପୂର୍ଣ୍ଣକ୍ଷମତାର ପରିଚାଳନା କମିଟି ନାହିଁ । ଶ୍ରୀଜଗନ୍ନାଥ ମନ୍ଦିର ଆଇନ୍ ୧୯୫୫ ଅନୁୟାୟୀ ପ୍ରତି ୨ ମାସରେ ବୈଠକ ବସିବାର ଥିଲେ ବି ୯ ମାସ ହେଲାଣି ଥରୁଟିଏ ବି ପରିଚାଳନା କମିଟିର ବୈଠକ ବସିନି ।

Advertisment

ଗତବର୍ଷ ରଥଯାତ୍ରା ପରେ ଅଗଷ୍ଟ ମାସରେ ଶେଷଥର ପାଇଁ ବସିଥିଲା ମ୍ୟାନେଜିଂ କମିଟି ବୈଠକ। ଗଜପତିଙ୍କ କହିବା କଥା, କମିଟିର ମନୋନୀତ ୧୦ ସଦସ୍ୟଙ୍କ ୩ ବର୍ଷିଆ କାର୍ଯ୍ୟକାଳ ସରିବା ପୂର୍ବରୁ ଗତ ବର୍ଷ ଜୁଲାଇ ପହିଲାରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ମନୋନୟନ ପ୍ରକ୍ରିୟା ଆରମ୍ଭ କରିବାକୁ କୁହାଯାଇଥିଲା । ୟା ପରେ ବାରମ୍ବାର ଚିଠି ଲେଖା ଏବଂ ବ୍ୟକ୍ତିଗତ ସାକ୍ଷାତ କରି ଜଣାଇବା ସତ୍ତ୍ବେ ବି ହୋଇପାରୁନି। କେଉଁଠି ଅଟକିଛି ଆମେ ଜାଣି ପାରୁନୁ କହି ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଗଜପତି ।

ସେପଟେ କେବଳ ଶ୍ରୀଜୀଉଙ୍କ ଶୃଙ୍ଖଳିତ ନୀତିକାନ୍ତି ଓ ଯାନିଯାତ୍ରାର ସୁପରିଚାଳନା ନୁହେଁ, ପରିଚାଳନା କମିଟି ନଥିବାରୁ ଏଥର ଶ୍ରୀମନ୍ଦିରର ପୂର୍ଣ୍ଣାଙ୍ଗ ବଜେଟ୍ ବି ଆସିପାରି ନାହିଁ । ଏହାବାଦ୍ ରତ୍ନଭଣ୍ଡାର ଗଣତି ମଣତିଠୁ ନେଇ ଇସ୍କନର ଅଦିନିଆ ରଥଯାତ୍ରା, ଦୀଘା ଜଗନ୍ନାଥ ଧାମ ବିବାଦ, ଡ୍ରୋନ୍ କଟକଣା, ଜମିଜମା ସମସ୍ୟା ଆଦିର ସମାଧାନ କ୍ଷେତ୍ରରେ ନିଷ୍ପତ୍ତି ନିଆଯାଇ ପାରୁ ନଥିବାରୁ ସରକାରଙ୍କ ଖାମଖିଆଲି ମନୋଭାବକୁ ନେଇ ଅସନ୍ତୋଷ ବଢ଼ିଛି ।

ଗଜପତିଙ୍କ କ୍ଷୋଭ ପରେ ଗତ ଏପ୍ରିଲ ୨୯ରେ ଏଇ ସପ୍ତାହକ ଭିତରେ ପରିଚାଳନା କମିଟି ଗଢ଼ାଯିବ ବୋଲି କହିଥିବା ଆଇନ ମନ୍ତ୍ରୀ ଆଜି ବିଳମ୍ବ ପାଇଁ କୋର୍ଟଙ୍କ ଆଳ ନେଇଛନ୍ତି । କହିଛନ୍ତି ପରିଚାଳନା କମିଟିରେ କିଏ ରହିବେ ନ ରହିବେ ସେ ନେଇ ଜଣେ ସେବାୟତ ହାଇକୋର୍ଟକୁ ଯାଇଥିବାରୁ ଏଭଳି ସ୍ଥିତି ଉପୁଜିଛି । ହେଲେ ହାଇକୋର୍ଟରେ ଆବେଦନକାରୀ ଖୁଣ୍ଟିଆ ନିଯୋଗ ସଭାପତି କିନ୍ତୁ ମାମଲାରେ ନିଜ ପକ୍ଷ ରଖିବାରେ ବିଧି ବିଭାଗ ଟାଳଟୁଳ ନୀତି ପାଇଁ ମାମଲା ଗଡି ଚାଲିଥିବା ଅଭିଯୋଗ କରିଛନ୍ତି ।

ଶ୍ରୀ ଜଗନ୍ନାଥ ମନ୍ଦିର ଆଇନ୍ ୧୯୫୫ ଅନୁସାରେ ଶ୍ରୀମନ୍ଦିରର ସୁପରିଚାଳନା ପାଇଁ ପରିଚାଳନା କମିଟି ବାଧ୍ୟତାମୂଳକ। ହେଲେ ସ୍ନାନଯାତ୍ରା ପରି ଏଥର ବିନା ପରିଚାଳନା କମିଟିରେ ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା ବି ହେବାକୁ ଯାଉଥିବାରୁ ଉଦବେଗ ବଢ଼ିଥିବା ବେଳେ ଆଇନ ମନ୍ତ୍ରୀଙ୍କ ଦୃଢ଼ୋକ୍ତି ରଥଯାତ୍ରା ଉପରେ ଏହାର କିଛି ବି ପ୍ରଭାବ ପଡ଼ିବନି ।

ଅଧିକ ପଢ଼ନ୍ତୁ: ଗୋପାଳପୁର ଲଜ୍ଜାକୁ ନେଇ ହଇଚଇ; ଆଇନଶୃଙ୍ଖଳା ସ୍ଥିତିକୁ ନେଇ ତେଜିଲା ରାଜନୀତି...

Odisha Srimandir Gajapati Maharaj
Advertisment
Related Articles
Advertisment