/odishatv-khabar/media/post_attachments/uploadimage/library/16_9/16_9_0/IMAGE_1750160487.jpg)
“I made money grow on trees in 3 months!” boasts CM Majhi on ₹3,000 MSP payout
ବିଧାନସଭା ଲବିରେ ଆମର କିଛି ବିଜେପି ବିଧାୟକଙ୍କ ସହ ବିଜେଡି ନେତାଏ ବସି କହିଲେ ଆମ ସରକାର ଧାନ ଏମଏସପିରେ ୧୦୦ ଟଙ୍କା ଦେବାକୁ ଘୋଷଣା କରିଥିଲା ଦେଇ ପାରିଲାନି । କିନ୍ତୁ ତମ ସରକାର ୩ ହଜାର ଟଙ୍କା ଦେଲେ। ଏ କେମିତି ସମ୍ଭବ ହେଲା ? ମୋହନ ମାଝୀ କ’ଣ ତିନିମାସରେ ଟଙ୍କା ଗଛ ଫଳେଇଦେଲା ? ଏମିତି ତ କେବେ ହୋଇ ନଥିବ ? ଯଦି ଗୋଟିଏ ଯୋଜନା କରାଯିବ...ଚାଷୀଙ୍କର ଦୁଃଖକୁ ଦୂର କରିବାକୁ...ଚାଷୀର କ୍ଷତିର ଭରଣା କରିବାକୁ....ଚାଷୀକୁ ଦୁଇଗୁଣା ଲାଭ କରିବା ପାଇଁ...ଚାଷୀଙ୍କୁ ବହୁଗୁଣା ଲାଭ ଦେବା ପାଇଁ...ତା’ହେଲେ ଗୋଟିଏ ଜିନିଷ ଦରକାର ସେହି ସରକାରର ଇଚ୍ଛା ଶକ୍ତି...ଇଚ୍ଛା ଶକ୍ତି ଥିଲେ ସବୁ କିଛି ସମ୍ଭବ ହୋଇ ପାରିବ । ଆମ ସରକାର ତାହା ହିଁ କରି ଦେଖାଇଛନ୍ତି । ଚାଷୀଙ୍କର ଉନ୍ନତି ଓ ଆୟ ବୃଦ୍ଧି କରିବା ପାଇଁ ଆମ ସରକାର ବଜେଟ୍ ବୃଦ୍ଧି କରିଛନ୍ତି। ବଲାଙ୍ଗିର ପଥରଚେପା ପଡିଆରେ ଆୟୋଜିତ କୃଷକ ଶକ୍ତି ସମାବେଶରେ ଏମିତି କହି ବିଜେଡ଼ିକୁ ଟାର୍ଗେଟ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
'ବିଧାନସଭା ଲବିରେ ଆମର କିଛି ବିଜେପି ବିଧାୟକଙ୍କ ସହ ବିଜେଡି ନେତାଏ ବସି କହିଲେ ଆମ ସରକାର ଧାନ ଏମଏସପିରେ ୧୦୦ଟଙ୍କା ଦେବାକୁ ଘୋଷଣା କରିଥିଲା ଦେଇ ପାରିଲାନି। କିନ୍ତୁ ତମ ସରକାର ୩ହଜାର ଟଙ୍କା ଦେଲେ। ମୋହନ ମାଝୀ କ’ଣ ତିନିମାସରେ ଟଙ୍କା ଗଛ ଫଳେଇଦେଲା।' - ମୋହନ ଚରଣ ମାଝୀ,ମୁଖ୍ୟମନ୍ତ୍ରୀ#MohanMajhi#Bolangir#OTVpic.twitter.com/N9mq37Fzl7
— ଓଟିଭି (@otvkhabar) June 17, 2025
ଆହୁରି କହିଛନ୍ତି ଯେ, ବଲଙ୍ଗୀର ଜିଲ୍ଲା ପଶ୍ଚିମ ଓଡ଼ିଶାର ପ୍ରାଣକେନ୍ଦ୍ର । ବଲାଙ୍ଗୀର ଜିଲ୍ଲାକୁ ଅଧିକ ବିକାଶ କରିବା ପାଇଁ ଦୁଇ ଦୁଇ ଜଣ ବରିଷ୍ଠ ମନ୍ତ୍ରୀଙ୍କୁ ଭେଟି ଦେଇଛୁ । ଜଣେ ସ୍ୱାସ୍ଥ୍ୟମନ୍ତ୍ରୀ ଆଉ ଜଣେ ଉପମୁଖ୍ୟମନ୍ତ୍ରୀ । ଆପଣମାନେ ବଲାଙ୍ଗିରର ଉନ୍ନତି ଚାହୁଁଛନ୍ତି ତ..ଆରେ ଜୋରରେ କୁହ...ବଲାଙ୍ଗିରର ଉନ୍ନତି ଲାଗି ମୁଁ ଟିମ୍ ପଠାଇବି । ବଲାଙ୍ଗିର କୃଷି କ୍ଷେତ୍ରରେ ଓଡ଼ିଶାର ୧ ନଂ ଜିଲ୍ଲା ହେବ । ଏଥି ପାଇଁ ଆମ ସରକାର ପ୍ରତିଶ୍ରୁତିବଦ୍ଧ ମଧ୍ୟ । ବଲାଙ୍ଗିର ପଥରଚେପା ପଡିଆରେ ଆୟୋଜିତ କୃଷକ ଶକ୍ତି ସମାବେଶରେ ଏମିତି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ଅଧିକ ପଢନ୍ତୁ: ଜୁନ୍ ୧୮ ବଦଳରେ ୨୦ ତାରିଖରେ ଖୋଲିବ ସ୍କୁଲ୍
ବଲାଙ୍ଗୀର ପଥରଚେପା ଠାରେ ଆଜି ରାଜ୍ୟ ସ୍ତରୀୟ କୃଷକ ଶକ୍ତି ସମାବେଶ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦାନ କରି ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧିରେ କୃଷକ ମାନଙ୍କ ଯୋଗଦାନ ଓ ଭୂମିକା ସମ୍ପର୍କରେ କହିଥିଲେ। ବଲାଙ୍ଗୀର ଜିଲାର କୃଷି, ଜଳସେଚନ ବୃଦ୍ଧି ସହ ପ୍ରତି ଜିଲାରେ ଏକ ଶିଳ୍ପ ପ୍ରତିଷ୍ଠା କରାଯିବ ବୋଲି କହିଥିଲେ।
ଏହି ଅବସରରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲାର ୧୧ ଜଣ ସଫଳ ଚାଷୀଙ୍କୁ ମୁଖ୍ୟମନ୍ତ୍ରୀ ମାଝି ସମ୍ବର୍ଦ୍ଧିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ବଲାଙ୍ଗୀର ଓ ପଡୋଶୀ ଜିଲାରୁ ସହସ୍ରାଧିକ ଚାଷୀ ଉପସ୍ଥିତ ଥିଲେ।
Jatra Actor Sanjay Bhol Apologizes: ଭୁଲ୍ ମାଗିଲେ ଯାତ୍ରା ଅଭିନେତା ସଞ୍ଜୟ ଭୋଳ; ହଟିଲା ବ୍ୟାନ୍...

Sunjay Kapur Shocking Allegations: କରିସ୍ମା କପୁରଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଥିଲେ ସଞ୍ଜୟ କପୁର; କହିଥିଲେ ତାଙ୍କୁ ବ୍ୟବହାର କରୁଥିଲେ

Miseriest King: ଭାରତର ପ୍ରଥମ ଅରବପତି ରାଜା, କିନ୍ତୁ କଞ୍ଜୁସରେ ନମ୍ବର ୱାନ୍ ....ରସ ବାସନରେ ଖାଉଥିଲେ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)