/odishatv-khabar/media/post_attachments/uploadimage/library/16_9/16_9_0/sarathi_1750153727.jpg)
sarathi
ଦୋଳ ପୂର୍ଣ୍ଣିମାରେ ଯେପରି ରାଧା କ୍ରିଷ୍ଣାଙ୍କୁ ବିମାନରେ ପରିକ୍ରମା କରାଯାଏ, ଠିକ୍ ସେହିପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି କପ୍ତିପଦାରେ । ବାସ୍ ଫରକ ଏତିକି ଏଠି କୌଣସି ଦେବାଦେବୀ ନଥିଲେ, ବରଂ ଏଠି ଥିଲା ଆତ୍ମଘୋଷିତ ବାବା ତଥା ନିଜକୁ ନର ରୂପୀ ଭଗବାନ ବୋଲାଉଥିବା ସନ୍ତୋଷ ରାଉଳ ଓରଫ ସାରଥୀଙ୍କ ଫଟୋ ଓ ପାଦୁକା । ସନ୍ତୋଷ ରାଉଳ ଓରଫ ସାରଥୀଙ୍କ ପୂଜାର୍ଚ୍ଚନା ହେବାର ଦୃଶ୍ୟ ଦେଖିବାକୁ ମିଳିଛି।
ଅଧିକ ପଢ଼ନ୍ତୁ: ଗୋପାଳପୁରରେ ଲଜ୍ଜା: ପୁରୁଷ ବନ୍ଧୁଙ୍କୁ ବାନ୍ଧି ଯୁବତୀଙ୍କୁ ଗଣଦୁଷ୍କର୍ମ
କୌଣସି ପ୍ରବଚନ ଦେଇପାରିବେ ନାହିଁ କି ସତସଙ୍ଗ କରିପାରିବେ ନାହିଁ ବୋଲି କୋର୍ଟଙ୍କ ନିର୍ଦ୍ଦେଶ ଥିବା ବେଳେ ଏବେ ସାରଥୀଙ୍କ ଭକ୍ତ ଭିନ୍ନ ତରିକାରେ ଚଳାଇଛନ୍ତି ପ୍ରଚାର ପ୍ରସାର । ଗତ ୧୨ ତାରିଖରେ ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ୍ ଅନ୍ତର୍ଗତ ପଦ୍ମପୋଖରୀ ଗାଁରେ ସନ୍ତୋଷ ରାଉଳଙ୍କ ଫଟୋ ଓ ପାଦୂକାକୁ ରଥରେ ରଖି ଶୋଭାଯାତ୍ରା କରାଯାଇଥିଲା । ଏଥିରେ ଶତାଧିକ ଲୋକ ସାମିଲ ହୋଇଥିଲେ । ଏମିତିକି ସତସଙ୍ଗ କରାଯିବା ସହ ଖାଦ୍ୟପାନୀୟ ବ୍ୟବସ୍ଥା ବି ହୋଇଥିଲା । କୋର୍ଟଙ୍କ ନିର୍ଦ୍ଦେଶ ପରେ ନିଜେ ପ୍ରବଚନ କି ଶୋଭାଯାତ୍ରା ନ କରି ପାରି ଲୋକଙ୍କ ଦ୍ବାରା ଏଭଳି କାର୍ଯ୍ୟକ୍ରମ କରୁଥିବା କୁହାଯାଉଛି । ତେବେ ଏନେଇ ସନ୍ତୋଷ ରାଉଳ କି ଏହି କାର୍ଯ୍ୟକ୍ରମ ଆୟୋଜକଙ୍କ ପ୍ରତିକ୍ରିୟା ମିଳିପାରିନାହିଁ । ଅନୁଗାମୀଙ୍କ ସଂଖ୍ୟା ବଢ଼ାଇବାକୁ ଚାଲିଛି ଭିତିରି ଯୋଜନା ବୋଲି ଅଭିଯୋଗ ଆସିଛି। ତେବେ କୋର୍ଟ ଏହା ଉପରେ ପୁନର୍ବିଚାର କରିବା ଉଚିତ୍ ବୋଲି ମୟୂରଭଞ୍ଜ ଶାଖାର ଓଡିଆ ଜାଗରଣ ମଞ୍ଚ ନିବେଦନ କରିଛି ।
ତାଙ୍କର ଏକ ଚରଣ ପାଦୁକା ଆସିଥିଲା । ଶୋଭାଯାତ୍ରା କରି ସେହି ଚରଣ ପାଦୁକାକୁ ଗାଁ ସାରା ବୁଲା ଯାଇଥିଲା । ଏକ ଗାଡିକୁ ଫୁଲରେ ସୁସଜ୍ଜିତ କରି ଗାଁ ସାରା ବୁଲା ଯାଇଥିଲା । ଜିଲ୍ଲାର ବିଭିନ୍ନ ଗାଁରୁ ପୁରୁଷ ଓ ମହିଳା ଭକ୍ତ ମାନେ ଯୋଗ ଦେଇଥିଲେ । ପୂର୍ବରୁ ଅନେକ ଥର ଆତ୍ମଘୋଷିତ ବାବା ସାରଥୀଙ୍କ ପୂଜାର୍ଚ୍ଚନା କରିବାର ନଜର ଆସିଛି । ସାରଥୀଙ୍କ ଭକ୍ତମାନେ ତାଙ୍କ ଫଟୋ ଓ ପାଦୁକା ରଖି ଏପରି ଶୋଭାଯାତ୍ରା କରିବା ନେଇ ସଂସ୍କୃତି ଗବେଷକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)