Raghubar Das: ‘ଓଡ଼ିଶାରେ ସେବା କରିବାର ସୁଯୋଗ ପାଇଥିବାରୁ ଭାଗ୍ୟବାନ, ଓଡ଼ିଆ ଲୋକଙ୍କ ଉତ୍ସାହକୁ ସଲାମ ଜଣାଉଛି’

ଓଡ଼ିଶାର ଲୋକଙ୍କ ମଧ୍ୟରେ ଥିବା ଉତ୍ସାହକୁ ସଲାମ ଜଣାଉଛି ବୋଲି କହିଛନ୍ତି ରଘୁବର । ଏଥି ସହିତ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ ଡବଲ୍‌ ଇଞ୍ଜିନ ସରକାରରେ ଓଡ଼ିଶା ବିକଶିତ ହେଉଛି ।

ଓଡ଼ିଶାରେ ସୁଯୋଗ ପାଇଥିବାରୁ ଭାଗ୍ୟବାନ

ବଦଳିଲେ ଓଡ଼ିଶାର ରାଜ୍ୟପାଳ ରଘୁବର ଦାସ । ନୂଆ ରାଜ୍ୟପାଳ ଭାବେ ମିଜୋରାମ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପତିଙ୍କୁ ନିଯୁକ୍ତି ଦେଇଛନ୍ତି ରାଷ୍ଟ୍ରପତି। ୨୦୨୧ରୁ ସେ ଥିଲେ ମିଜୋରାମ୍ ରାଜ୍ୟପାଳ। ରଘୁବର ଦାସଙ୍କ ଇସ୍ତଫା ପରେ ତାଙ୍କୁ ନିଯୁକ୍ତି ମିଳିଛି। ରଘୁବର ଦାସଙ୍କ ଇସ୍ତଫାକୁ ଗ୍ରହଣ କରିଛନ୍ତି ରାଷ୍ଟ୍ରପତି । ତେବେ ହଠାତ ରାଜ୍ୟପାଳ ପଦରୁ ରଘୁବର ଦାସଙ୍କ ଇସ୍ତଫାକୁ ନେଇ ଚର୍ଚ୍ଚା ଜାରି ରହିଛି । ଆଉ ଠିକ୍ ଏତିକି ବେଳେ ପୁରୀ ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି ରଘୁବର ଦାସ । ଓଡ଼ିଶାରେ ସେବା କରିବାର ସୁଯୋଗ ପାଇଥିବାରୁ ନିଜକୁ ଭାଗ୍ୟବାନ ମନେ କରୁଛି। ଗତକାଲି ଇସ୍ତଫା ପରେ ଆଜି ପୁରୀ ଆସ ଶ୍ରୀଜିଉଙ୍କୁ ଦର୍ଶନ କରି ଏହା କହିଛନ୍ତି ପୂର୍ବତନ ରାଜ୍ୟପାଳ ରଘୁବର ଦାସ ।

ଓଡ଼ିଶାର ଲୋକଙ୍କ ମଧ୍ୟରେ ଥିବା ଉତ୍ସାହକୁ ସଲାମ ଜଣାଉଛି ବୋଲି କହିଛନ୍ତି ରଘୁବର । ଏଥି ସହିତ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ ଡବଲ୍‌ ଇଞ୍ଜିନ ସରକାରରେ ଓଡ଼ିଶା ବିକଶିତ ହେଉଛି । ୨୦୩୬ ବେଳକୁ ଓଡ଼ିଶା ବିକଶିତ ରାଜ୍ୟରେ ପରିଣତ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି । ସେହିପରି ମୋର ଆଗାମୀ ଭୂମିକା କ’ଣ ହେବ ତାହା ଦଳ ନିଷ୍ପତ୍ତି ନେବ । ଦଳ ଯେଉଁ ଦାୟିତ୍ବ ଦେବ ନିର୍ବାହ କରିବି ବୋଲି ରଘୁବର ଦାସ କହିଛନ୍ତି ।

ଅଧିକ ପଢ଼ନ୍ତୁ: ମନ ମୋହୁଛି ରାଣୀ ଡୁଡୁମା, ଜମୁଛି ପର୍ଯ୍ୟଟକଙ୍କ ଭିଡ଼

‘କେନ୍ଦ୍ରୀୟ ସ୍ତରରେ ଚର୍ଚ୍ଚା ଆଲୋଚନା ପରେ ନିଷ୍ପତ୍ତି ନେଇଥିବେ’ ‘ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ କ’ଣ ଦାୟିତ୍ବ ଦେବେ, କେନ୍ଦ୍ର ସ୍ତରରେ ଚିନ୍ତନ ହୋଇଥିବ’ ଏହା ଉପରେ ଟିପ୍ପଣୀ ଦେବା ଠିକ୍‌ ହେବନି- ମନମୋହନ ‘ରାଜ୍ୟ ସରକାର ଓ ରାଜ୍ୟପାଳଙ୍କ ମଧ୍ୟରେ ବିବାଦ କଥାର ମୂଲ୍ୟ ନାହିଁ’ ‘ଏହା ମନଗଢ଼ା, କପୋଳକଳ୍ପିତ କାହାଣୀ ଓ କେବଳ ଆଲୋଚନା ଚର୍ଚ୍ଚା’

ସେପଟେ ରଘୁବର ଦାସଙ୍କ ଇସ୍ତଫା ନେଇ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି କିଛି ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ କେନ୍ଦ୍ରୀୟ ସ୍ତରରେ ଚର୍ଚ୍ଚା ଆଲୋଚନା ପରେ ସେ ଇସ୍ତଫା ଦେଇଥିବେ । ଏହା ଉପରେ ଟିପ୍ପଣୀ ଦେବା ଠିକ୍ ହେବନି ବୋଲି ବିଜେପି ସଭାପତି କହିଛନ୍ତି । ସେହିପରି ରାଜ୍ୟ ସରକାର ଓ ରାଜ୍ୟପାଳଙ୍କ ମଧ୍ୟରେ ବିବାଦ କଥାର ମୂଲ୍ୟ ନାହିଁ । ଏହା ମନଗଢ଼ା, କପୋଳକଳ୍ପିତ କାହାଣୀ ଓ କେବଳ ଆଲୋଚନା ଚର୍ଚ୍ଚା ବୋଲି ସେ କହିଛନ୍ତି । ସେହିପରି ରଘୁବର ଦାସଙ୍କ ଇସ୍ତଫା ନେଇ ପ୍ରଭାରୀ ବିଜୟ ପାଲ ସିଂ ତୋମାର ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ଏମିତି କିଛି ଚର୍ଚ୍ଚା ନାହିଁ, ଏଇଟା ତାଙ୍କ ନିର୍ଣ୍ଣୟ । ରଘୁବରଙ୍କ ଇଚ୍ଛା ରାଜନୀତିରେ ଆସିବାକୁ । ତାଙ୍କୁ ଆଗକୁ କ’ଣ ଦାୟିତ୍ୱ ଦିଆଯିବ ତାହା ରାଷ୍ଟ୍ରୀୟ ଅଧ୍ୟକ୍ଷ ନିଷ୍ପତ୍ତି ନେବେ ବୋଲି ବିଜୟପାଲ୍ ସିଂ ତୋମାର କହିଛନ୍ତି ।

ଅଧିକ ପଢ଼ନ୍ତୁ: ରାଜ୍ୟରେ ଆହୁରି ୨୪ ଘଣ୍ଟା ଲାଗି ରହିବ ବର୍ଷା, ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷିବ