/odishatv-khabar/media/post_attachments/uploadimage/library/16_9/16_9_0/IMAGE_1734007276.jpg)
Cyber Fraud In Odisha
ଡାକ୍ତରଙ୍କୁ ୭୫ ହଜାର ଟଙ୍କାର ଚୂନ ଲଗାଇଲେ ସାଇବର ଫ୍ରଡ। ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଧାମନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ। ଫ୍ରଡ୍ର ଶିକାର ହୋଇଛନ୍ତି ଡାକ୍ତର ଶ୍ରୀମାଧବ ସେଠୀ। ଘଟଣାଟି ଗତ ୧୦ ତାରିଖରେ ଘଟିଥିବା ଜଣାପଡିଛି।
ଡାକ୍ତରଙ୍କ ଅଭିଯୋଗ ମୁତାବକ, ମେଡିକାଲରେ ସେ ରୋଗୀ ଦେଖୁଥିବାବେଳେ ହଠାତ୍ ଏକ ଅଜଣା ନମ୍ବରରୁ କଲ୍ ଆସିଥିଲା। ଯେଉଁଥିରେ ସାଇବର ଲୁଟେରା ଜଣଙ୍କ ଡାକ୍ତରଙ୍କୁ ଜଣେ ଚିହ୍ନା ଲୋକ ଭାବେ କଥା ହୋଇ କହିଥିଲେ, ଯେ ତାଙ୍କର ଜଣେ ସଂପର୍କୀୟ ମେଡିକାଲରେ ଆଡମିଟ୍ ହୋଇଛନ୍ତି। ତାଙ୍କ ସଂପର୍କୀୟଙ୍କ ଆକାଉଣ୍ଟକୁ ଟଙ୍କା ଯାଉନି। ଏଣୁ ସେ ଡାକ୍ତରଙ୍କ ଆକାଉଣ୍ଟକୁ ୭୫ ହଜାର ଟଙ୍କା ପଠାଇଛନ୍ତି।
ଅଧିକ ପଢନ୍ତୁ: ଝିଅକୁ ନ୍ୟାୟ ଦେବାକୁ ବାପା ସାଜିଲେ ହତ୍ୟାକାରୀ; କୁଏତରୁ ଆସି ଫିଲ୍ମ ଷ୍ଟାଇଲ୍ରେ କଲେ ହତ୍ୟା
ଏନେଇ ଡାକ୍ତରଙ୍କୁ ସେ ନିବେଦନ କଲେ, କି ଆପଣ ହ୍ବାଟସଅପ୍ରେ ପଠାଯାଇଥିବା ଗୁଗୁଲ ପେ ସ୍କ୍ରିନ ସଟ୍ରେ ତୁରନ୍ତ ଟଙ୍କା ପଠାଇ ଦିଅନ୍ତି। ଡାକ୍ତର ଜଣଙ୍କ ନିଜ ଆକାଉଣ୍ଟ ଆଉ ଚେକ୍ ନକରି ଟଙ୍କା ପଠାଇ ଦେଇଥିଲେ। ତେବେ ରୋଗୀ ଦେଖା ସରିବା ପରେ ନିଜ ଆକାଉଣ୍ଟ ଚେକ୍ କରିବାପରେ ଏଭଳି କୌଣସି ନମ୍ବରରୁ ତାଙ୍କୁ ୭୫ ହଜାର ଟଙ୍କା ଆସିନଥିବା ଜାଣିବାକୁ ପାଇ ଧାମନଗର ଥାନା ଓ ସାଇବର ପୋଲିସରେ ଅଭିଯୋଗ କରିଥିଲେ। ତେବେ ଘଟଣା ନେଇ ଡାକ୍ତର କହିଛନ୍ତି, ମୁଁ ବୋକାମୀ କରିଛି ବୋଲି ମାନୁଛି।
ଅନ୍ୟପଟେ ରାଜଧାନୀ ଭୁବନେଶ୍ବରରୁ ଧରାପଡ଼ିଲେ ୪ ସାଇବର ଲୁଟେରା। ଲୁଟେରାଙ୍କ କଲ୍ ସେଣ୍ଟରରେ ରେଡ୍ କଲା ଏୟାରଫିଲ୍ଡ ଥାନା ପୋଲିସ। ପ୍ରେଷ୍ଟିଜ୍ ଆପାର୍ଟମେଣ୍ଟରେ ଚାଲିଥିବା କଲ୍ ସେଣ୍ଟରରେ ଚଢ଼ାଉ ହୋଇଛି। ଧରାପଡିଥିବା ସମସ୍ତ ଅଭିଯୁକ୍ତ ବାହାର ରାଜ୍ୟର। ସେମାନଙ୍କଠାରୁ ଲାପ୍ ଟପ୍, ସିମ୍ କାର୍ଡ, ପାସପୋର୍ଟ ଜବତ କରାଯାଇଛି। ଅନ୍ ଲାଇନ୍ ବେଟିଂ କାରବାର ଚାଲିଥିବା ସୁରାକ ପାଇ ହୋଇଥିଲା ରେଡ୍ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)