Advertisment

Parking Fees Hike: ରାତାରାତି ୮ ଗୁଣ ବଢିଗଲା ପାର୍କିଂ ଫି', ମୁଣ୍ଡରେ ହାତ ଦେଲେଣି ଲୋକେ

ଅଚାନକ ବଢିଗଲା ପାର୍କିଂ ଫି । ସେ ପୁଣି ୮ ଗୁଣ । ମାଷ୍ଟରକ୍ୟାଣ୍ଟିନ ରେଲୱେ ଷ୍ଟେସନରେ ପୂର୍ବରୁ ବାଇକ୍ ପାର୍କିଂ ଫି ୧୨ ଟଙ୍କା ଥିବାବେଳେ ଏବେ ୯୪ ଟଙ୍କା ହୋଇଯାଇଛି। ଯାହାକୁ ନେଇ ଚିନ୍ତାରେ ଜନସାଧାରଣ ।

author-image
Lipsa Mohapatra
ଅଦ୍ୟତନ ହୋଇଛି
Parking Fees

Parking Fees

ରାତି ଅଧିଆ ବଢ଼ିଗଲା ପାର୍କିଂ ଫି। ରଜରେ ଗାଡ଼ି ରଖି ଗାଁକୁ ଯାଇଥିଲେ। ଆଉ ଫେରିବା ପରେ ପାର୍କିଂ ଫି ବିଲ୍ ଦେଖି ମୁଣ୍ଡରେ ହାତ ଦେଲେ। ଏଭଳି ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ବର ମାଷ୍ଟରକ୍ୟାଣ୍ଟିନ ରେଲୱେ ଷ୍ଟେସନରେ। ପୂର୍ବରୁ ବାଇକ୍ ପାର୍କିଂ ଫି ୧୨ ଟଙ୍କା ଥିବାବେଳେ ଏବେ ୯୪ ଟଙ୍କା ହୋଇଯାଇଛି। ସେହିପରି କାର୍ ପାର୍କିଂ ଫି ବଢି ୧୪୨ ଟଙ୍କା ହୋଇଛି। ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସାଧାରଣ ଜନତା। ଏନେଇ ପାର୍କିଂ ଟେଣ୍ଡର ଦାୟିତ୍ବରେ ଥିବା ଅଧିକାରୀ କି ରେଲୱେର ପ୍ରତିକ୍ରିୟା ମିଳିପାରି ନାହିଁ ।

Advertisment

ପାର୍କିଂ ସମୟ ଅନୁସାରେ ଭିନ୍ନ ଭିନ୍ନ ପରିମାଣ ରହିଛି । ଦୁଇ ଚକିଆ ଯାନ ପାର୍କିଂ ବିଷୟରେ କହିବାକୁ ଗଲେ, ଯଦି ଆପଣ ୨ରୁ ୬ ଘଣ୍ଟା ପାର୍କିଂ କରୁଛନ୍ତି ତେବେ ଦେବାକୁ ପଡ଼ିବ ୨୪ ଟଙ୍କା । ଯଦି ୬ରୁ ୧୨ ଘଣ୍ଟା ପାର୍କିଂ କରୁଛନ୍ତି ତେବେ ୩୬ ଟଙ୍କା ଦେବାକୁ ପଡ଼ିବ । ସେହିପରି ୧୨ରୁ ୨୪ ଘଣ୍ଟା ପିଛା ୪୭ ଟଙ୍କା ଦେବେ । ଆଉ ୨୪ ଘଣ୍ଟାରୁ ଅଧିକ ସମୟ କିମ୍ବା ଗୋଟିଏ ଦିନ ଧରି ଗାଡି ପାର୍କ କଲେ ୯୪ ଟଙ୍କା ଫି ଦେବାକୁ ପଡ଼ିବ । ଏହି ବର୍ଦ୍ଧିତ ଫି'କୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । 

ଅଧିକ ପଢନ୍ତୁ: ଟେନସନ୍ ଦେଉଛି ବେଆଇନ ପାର୍କିଂ; କୋଟି କୋଟି ଟଙ୍କା ବୋହିଲା, ହେଲେ କାମରେ ଲାଗୁନି ବସଷ୍ଟାଣ୍ଡ୍

Advertisment
Revised Parking Fees Bhubaneswar Railway Station
Advertisment
Related Articles
Advertisment