Advertisment

Diarrhea Outbreak: ଝାଡାବାନ୍ତି ଟେନସନ୍: ରାଜ୍ୟ ସରକାରଙ୍କୁ କାରଣ କହିଲା କେନ୍ଦ୍ରୀୟ ଟିମ୍‌...

କେମିତି ଅଛି ଝାଡାବାନ୍ତି ସ୍ଥିତି ? ରାଜ୍ୟ ସରକାରଙ୍କ ସହ କେନ୍ଦ୍ରୀୟ ଟିମ୍‌ର ଆଲୋଚନା । ଗ୍ରାଉଣ୍ଡ ରିପୋର୍ଟ ନେଇ ବୈଠକରେ ଆଲୋଚନା ହୋଇଛି । ଆଗାମୀ ପଦକ୍ଷେପ ନେଇ ସରକାରଙ୍କୁ ପରାମର୍ଶ ଦେବ ଟିମ୍ । ସ୍ଥିତିକୁ ଦେଖି ରାଜ୍ୟର ସବୁ ଜିଲ୍ଲାକୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

author-image
Lipsa Mohapatra
ଅଦ୍ୟତନ ହୋଇଛି
Diarrhea Outbreak

Diarrhea Outbreak

ରାଜ୍ୟ ସରକାରଙ୍କ ସହ କେନ୍ଦ୍ରୀୟ ଟିମ୍‌ର ବଡ଼ ବୈଠକ । ଗ୍ରାଉଣ୍ଡ ରିପୋର୍ଟ ନେଇ ବୈଠକରେ ଆଲୋଚନା ହୋଇଛି । ଆଗାମୀ ପଦକ୍ଷେପ ନେଇ ସରକାରଙ୍କୁ ପରାମର୍ଶ ଦେବେ ଏହି ଟିମ୍‌ର ସଦସ୍ୟ। ସେପଟେ ଦୂଷିତ ପାଣି ଯୋଗୁ ଡାଇରିଆ ବ୍ୟାପିଥିବା ନେଇ ରାଜ୍ୟ ସରକାରଙ୍କୁ ଅବଗତ କରାଇଲେ କେନ୍ଦ୍ରୀୟ ଟିମ୍ । ରାଜ୍ୟରେ ଝାଡାବାନ୍ତି ସ୍ଥିତି ସାମାନ୍ୟ କମିଥିଲେ ବି ଏଥିରେ ସମ୍ପୂର୍ଣ୍ଣ ବ୍ରେକ୍ ଲାଗିନି । ଯାଜପୁରରୁ ଆରମ୍ଭ ହୋଇଥିବା ଡାଇରିଆ ଏବେ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ମାଡ଼ିବାରେ ଲାଗିଛି। ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ସ୍ଥିତିକୁ ଦେଖି ରାଜ୍ୟର ସବୁ ଜିଲ୍ଲାକୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।

Advertisment

ଯେତିକି ନମୁନା ପରୀକ୍ଷା ହୋଇଥିଲା ତା ମଧ୍ୟରୁ ୧୦ ପ୍ରତିଶତରେ କଲେରା ଜୀବାଣୁ ଚିହ୍ନଟ ହୋଇଛି।  ହସପିଟାଲ୍ ଆସୁଥିବା ନୂଆ ରୋଗୀଙ୍କ ପାଖରେ ବି ଲକ୍ଷଣ ସମାନ ରହୁଛି। ଗତକାଲି ମୁଖ୍ୟ ଶାସନ ସଚିବ ସ୍ଥିତିକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଆଲୋଚନା କରିଥିଲେ । ଗ୍ରାଉଣ୍ଡ ଭିଜିଟ୍ କରିଥିବା କେନ୍ଦ୍ରୀୟ ଟିମ୍ ସହ ଆଜି ବୈଠକରେ ସ୍ଥିତି ବାବବଦରେ ଆଲୋଚନା କରୁଛନ୍ତି ମୁଖ୍ୟ ଶାସନ ସଚିବ । ସେପଟେ ଗାଁ ଗାଁରେ ବିଶୋଧନ ପ୍ରକିୟା ଜାରି ରହିବା ସହ ମାଇକ୍ ଜରିଆରେ ଲୋକଙ୍କୁ ସଚେତନ କରାଯାଉଛି।

ଅଧିକ ପଢନ୍ତୁ: ନିୟନ୍ତ୍ରଣକୁ ଆସୁନି ଝାଡାବାନ୍ତି, ଠାକୁରଙ୍କ ପାଖରେ ଶରଣ ପଶିଛନ୍ତି ଗ୍ରାମବାସୀ

Advertisment
Central Team Diarrhea Diarrhea Outbreak
Advertisment
Advertisment