• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

୧୧୫ବର୍ଷରେ ପ୍ରଥମ ଥର ପାଇଁ ବ୍ରିଟିଶ ଗୁଇନ୍ଦା ସଂସ୍ଥାର କମାଣ ଜଣେ ମହିଳାଙ୍କ ହାତରେ । ନାଁ ତାଙ୍କର ବ୍ଲେଜ ମେଟ୍ରେୱେଲି । ଏହି ନିଯୁକ୍ତି ବ୍ରିଟିଶ ଗୁଇନ୍ଦା ସଂସ୍ଥାରେ ମହିଳାଙ୍କ ପାଇଁ ଏକ ବଡ଼ ଉପଲବ୍ଧି । MI5 ଓ GCHQ ଭଳି ଏଜେନ୍ସିର ମହିଳା ମୁଖ୍ୟ ରହିସାରିଛନ୍ତି । କିନ୍ତୁ MI6 କମାଣ ସମ୍ଭାଳିବାରେ ବ୍ଲେଜ ମେଟ୍ରେୱେଲି ପ୍ରଥମ ମହିଳା ହେବେ । ବ୍ରିଟେନ ପ୍ରଧାନମନ୍ତ୍ରୀ ଏନେଇ ସୂଚନା ଦେଇଛନ୍ତି । 

ହଲିଉଡରେ ଜେମସ ବଣ୍ଡ ଫିଲ୍ମର ଖୁବ ଲେ।କପ୍ରିୟତା ରହିଛି । ଏଥିରେ MI6ର ମୁଖ୍ୟ ଓ ଜେମସ ବଣ୍ଡଙ୍କ ବସ୍ ଭୂମିକାରେ ଜୁଡି ଡେଞ୍ଚ ଅଭିନୟ କରିଛନ୍ତି । ୧୯୯୦ରୁ ଏହି ଚରିତ୍ର ଆରମ୍ଭ ହେ।ଇଥିଲା । ୭ଟି ଫିଲ୍ମରେ ଏହି ଚରିତ୍ରରେ ଅଭିନୟ କରିଛନ୍ତି ଜୁଡି ଡେଞ୍ଚ । ଏବେ ଫିଲ୍ମର କାହାଣୀ ସତ ହେ।ଇଛି । MI6ର ମୁଖ୍ୟ ହେ।ଇଛନ୍ତି ଜଣେ ମହିଳା ।

୪୭ବର୍ଷିୟ ମେଟ୍ରେୱେଲି୧୯୯୯ ମସିହାରେ ନିଜର କ୍ୟାରିଅର MI6ରେ ଆରମ୍ଭ କରିଥିଲେ । ଏବେ ସେ ଏଜେନ୍ସିର ଟେକ୍ଲେ।ଲେ।ଜି ଓ ଇନେ।ଭେସନ ଡିଭିଜନର ନିର୍ଦ୍ଦେଶକ ଅଛନ୍ତି । ଏବେ MI6ର ମୁଖ୍ୟ ଅଛନ୍ତି ରିଚର୍ଡ ମୁର । ସେ ୨୦୨୦ରୁ ଏହି ପଦବୀରେ ଅଛନ୍ତି । ତାଙ୍କ ସ୍ଥାନ ନେବେ ବ୍ଲେଜ ମେଟ୍ରେୱେଲି ।

ବ୍ଲେଜ ଉଭୟ MI5 ଓ MI6ରେ ଅନେକ ଗୁରୁତ୍ବପୂର୍ଣ୍ଣ ପଦବୀରେ କାମ କରିଛନ୍ତି । ସେ କ୍ୟାମ୍ବ୍ରିଜ ବିଶ୍ବବିଦ୍ୟାଳୟରୁ ସେ।ସିଆଲ ଆନଥ୍ରେ।ପେ।ଲେ।ଜିରେ ପାଠ ପଢିଛନ୍ତି । ତାଙ୍କ ଚାକିରି କ୍ୟାରିଅରର ଅଧିକାଂଶ ସମୟ ମଧ୍ୟ ପ୍ରାଚ୍ୟ ଓ ୟୁରେ।ପରେ ବିତିଛି ।

ଅଧିକ ପଢ଼ନ୍ତୁ: ଏଠି ପକ୍ଷୀ ବି ଉଡ଼ିବାକୁ ଡରନ୍ତି, ମଣିଷଙ୍କ ଯିବା ଉପରେ କଟକଣା 

ବ୍ଲେଜ ମେଟ୍ରେୱେଲିଙ୍କ ନିଯୁକ୍ତିରେ ଖୁସି ବ୍ୟକ୍ତ କରିଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ । କହିଛନ୍ତି ବ୍ଲେଜଙ୍କ ନିଯୁକ୍ତି ଏଭଳି ସମୟରେ ହେ।ଇଛି ଯେତେବେଳେ ଆମର ଗୁଇନ୍ଦା ସଂସ୍ଥାର ଭୂମିକା ପୂର୍ବ ଅପେକ୍ଷା ଅଧିକ ମହତ୍ବପୂର୍ଣ୍ଣ ହେ।ଇଯାଇଛି । ବ୍ରିଟେନ ଏବେ ସଙ୍କଟର ସାମନା କରୁଛି । ସାମୁଦ୍ରିକ ଅଂଚଳରେ ସ୍ପାଏ ଜାହାଜ ହେଉ କି ଆମର ବିଭିନ୍ନ ସାର୍ବଜନୀକ ସେବାକୁ ବାଧାପ୍ରାପ୍ତ କରିବା ପାଇଁ ହେଉଥିବା ସାଇବର ଆଟାକ। ‍ବ୍ରିଟେନ ଏବେ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛି ।

ବ୍ଲେଜ ମେଟ୍ରେୱେଲି କହିଛନ୍ତି MI6ର ମୁଖ୍ୟ ଭାବେ ନିଯୁକ୍ତି ମିଳିବା ମେ। ପାଇଁ ଗର୍ବ ଓ ଗୌରବର ବିଷୟ। MI6, MI5 ଓ GCHQ ସହ ମିଶି ଦେଶବାସୀଙ୍କ ସୁରକ୍ଷା ଓ ବିଦେଶରେ ବି ବ୍ରିଟେନର ହିତ ପାଇଁ କାମ କରିବି ।  ମୁଁ ଏହି ମିଶନକୁ ଆଗକୁ ନେବା ପାଇଁ ନିଜର ସାହସୀ ଅଧିକାରୀ, ଏଜେଣ୍ଟଙ୍କ ସହ କାମ କରିବାକୁ ପ୍ରସ୍ତୁତ ଅଛି ।

ଅଧିକ ପଢ଼ନ୍ତୁ: ଭୟଙ୍କର ଭବିଷ୍ୟବାଣୀ; ଜୁଲାଇ ୫ରେ ମହାତାଣ୍ଡବ, କରିବ ସବୁ ଛାରଖାର୍!