Advertisment

Red alert for Odisha: ପ୍ରବଳରୁ ଅତି ପ୍ରବଳ ବର୍ଷା: ଓଡିଶା ସମେତ ଏକାଧିକ ରାଜ୍ୟକୁ ରେଡ ଆଲର୍ଟ

ଜୁନ୍ ୧୮ ରୁ ୨୩ ପର୍ଯ୍ୟନ୍ତ ପ୍ରବଳ ବର୍ଷା, ବଜ୍ରପାତ ଏବଂ ପବନ ବହିବାର ସମ୍ଭାବନା ଥିବାରୁ ଓଡ଼ିଶା, ଝାଡ଼ଖଣ୍ଡ, ଛତିଶଗଡ଼, ପଶ୍ଚିମବଙ୍ଗ, ଆସାମ ଏବଂ ମେଘାଳୟ ପାଇଁ ରେଡ୍ ଆଲର୍ଟ ଜାରି କରିଛି ଆଇଏମଡି।

author-image
Chinmayee Sahoo
ଅଦ୍ୟତନ ହୋଇଛି
Heavy rains

Heavy rains

ଦେଶର ଅନେକ ସ୍ଥାନରେ ପ୍ରବଳ ବର୍ଷା, ବଜ୍ରପାତ ଓ ପବନ ହେବାର ସମ୍ଭାବନା ରହିଛି । ଜୁନ ୧୮ରୁ ୨୩ ତାରିଖ ମଧ୍ୟରେ ଦେଶର ବିଭିନ୍ନ ରାଜ୍ୟରେ ମୌସୁମୀ ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏ ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । କିଛି ରାଜ୍ୟକୁ ରେଡ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଜୁନ ୧୮ ପାଇଁ ଓଡିଶା, ଝାଡଖଣ୍ଡ, ଛତିଶଗଡ ଏବଂ ପଶ୍ଚିମବଙ୍ଗର କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ରେଡ୍ ଆଲର୍ଟ ଜାରି କରାଯାଇଛି । ଏହା ବ୍ୟତୀତ ଆସାମ ଓ ମେଘାଳୟ ପାଇଁ ମଧ୍ୟ ରେଡ ଆଲର୍ଟ ଜାରି କରାଯାଇଛି । 

Advertisment

ଅଧିକ ପଢନ୍ତୁ: ଭିଜୁଛି ରାଜ୍ୟ, ଅତି ପ୍ରବଳ ବର୍ଷା ପାଇଁ ୭ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ

ମୁଖ୍ୟତଃ ପୂର୍ବ ଭାରତ ଓ କେନ୍ଦ୍ରୀୟ ଭାରତରେ ବର୍ଷା ହେବ । ଜୁନ ୧୮ରୁ ୨୧ ମଧ୍ୟରେ ମଧ୍ୟପ୍ରଦେଶ, ଛତିଶଗଡ, ବିଦର୍ଭ, ଛତିଶଗଡ, ଓଡିଶା, ବିହାର, ଝାଡଖଣ୍ଡ ଏବଂ ଗାଙ୍ଗେଟିକ ପଶ୍ଚିମବଙ୍ଗରେ ମଧ୍ୟମରୁ ପ୍ରବଳ ଧରଣର ବର୍ଷା ହେବା ସହ ବିଜୁଳି, ଘଡଘଡି ଓ ଘଣ୍ଟା ପ୍ରତି ୪୦ରୁ ୫୦ କିମି ବେଗରେ ପବନ ହେବାର ସମ୍ଭାବନା ରହିଛି । ହଙ୍କଦ୍ଭ ୧୮ ଓ ୧୯ରେ ଗାଙ୍ଗେଟିକ ପଶ୍ଚିମବଙ୍ଗ, ଓଡିଶା ଓ ଝାଡଖଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ୨୪ ଘଣ୍ଟା ୨୦ ସେମିରୁ ଅଧିକ ବର୍ଷା ହେବାର ଅନୁମାନ କରାଯାଇଛି । 

ଜୁନ ୧୮ରୁ ୨୦ ଯାଏଁ ପଶ୍ଚିମ ଭାରତ ଯେପରିକି ଗୁଜରାଟ, କୋଙ୍କଣ, ଗୋଆ ଏବଂ ମହାରାଷ୍ଟ୍ରରେ ଅତି ପ୍ରବଳ ବର୍ଷା ହେବାର ଅଛି । ଏହି ସମୟରେ ୩୦ରୁ ୪୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି । ସେହିପରି ଆସନ୍ତା ୭ ଦିନ ଯାଏଁ ଉତ୍ତର ଭାରତର ଅନେକ ସ୍ଥାନରେ ମଧ୍ୟମ ଧରଣରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହି ସମୟ ମଧ୍ୟରେ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି । 

Advertisment

ଅଧିକ ପଢନ୍ତୁ: ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ; ଭିଜିବ ସାରା ଓଡ଼ିଶା

Red Warning IMD Issues Heavy Rainfall Warning
Advertisment
Advertisment