Advertisment

Diarrhea outbreak: ନିୟନ୍ତ୍ରଣକୁ ଆସୁନି ଝାଡାବାନ୍ତି, ଠାକୁରଙ୍କ ପାଖରେ ଶରଣ ପଶିଛନ୍ତି ଗ୍ରାମବାସୀ

ହଇଜା ଆକ୍ରାନ୍ତଙ୍କ ସଂଖ୍ୟା ହଜାରେ ଟପିଥିବା ବେଳେ ଏଯାଏ ୧୨ ଜଣଙ୍କ ଜୀବନ ଗଲାଣି। ତେବେ ସରକାରୀ ତଥ୍ୟ ଅନୁସାରେ ମୃତ୍ୟୁ ସଂଖ୍ୟା ୬। ଯାଜପୁରରେ ପହଁଚି ସ୍ଥିତି ସମୀକ୍ଷା କରିଛି କେନ୍ଦ୍ରୀୟ ଟିମ୍।

author-image
Saroj Kumar Jena
ଅଦ୍ୟତନ ହୋଇଛି
Diarrhea outbreak

Diarrhea outbreak

ଅଣାୟତ୍ତ ହେଲାଣି ହଇଜା। ନିୟନ୍ତ୍ରଣକୁ ଆସୁନି ଝାଡାବାନ୍ତି। କମିବା ବଦଳରେ ଦିନକୁ ଦିନ ଆହୁରି ବଢୁଛନ୍ତି ଆକ୍ରାନ୍ତ। ସଂଖ୍ୟା ହଜାରେ ଟପିଲାଣି। ଯାଜପୁର ଜିଲ୍ଲା ହସପିଟାଲ, ଧର୍ମଶାଳା, ବଡଚଣା, ରସୁଲପୁରର ଆଦି ହସପିଟାଲରେ ପ୍ରତିଦିନ ଶହ ଶହ ସଂଖ୍ୟାରେ ଆକ୍ରାନ୍ତ ଆଡମିଟ୍ ହେଉଛନ୍ତି।

Advertisment

ରୋଗୀଙ୍କଠାରେ ହଇଜା ଜୀବାଣୁ ଠାବ ହେବା ପରେ ବଢିଛି ଚିନ୍ତା। ସିଡିଏମଓଙ୍କ ସୂଚନା ଅନୁସାରେ, ବର୍ତ୍ତମାନ ୧୧ ଜଣଙ୍କଠାରେ କଲେରା ପଜିଟିଭ ଚିହ୍ନଟ ହେଲାଣି। ଆକ୍ୟୁଟ୍ କଲେରାରେ ଆକ୍ରାନ୍ତ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଉଥିବା ବେଳେ ସରକାରଙ୍କ ସୂଚନା ଅନୁସାରେ ଏହି ସଂଖ୍ୟା ୬।

ଅଧିକ ପଢନ୍ତୁ: ଯାଜପୁରରେ ଅଣାୟତ୍ତ, ଏଣେ କଟକ ଜିଲ୍ଲାକୁ ବ୍ୟାପିଲା

ଗାଁ ଗାଁରେ ଡେରା ପକାଇଛନ୍ତି ମେଡିକାଲ ଟିମ୍। ଆକ୍ରାନ୍ତଙ୍କ ଚିକିତ୍ସା କରାଯାଉଛି, ହାଲୋଜେନ୍ ଓ ORS ବଣ୍ଟାଚାଲିଛି। ବ୍ଳକ ଓ ଜିଲ୍ଲା ପ୍ରଶାସନ ଏବଂ RWSS ପକ୍ଷରୁ ଗାଁର ସମସ୍ତ ଜଳ ଉତ୍ସରେ ବ୍ଲିଚିଂ ପକାଯାଉଛି।

Advertisment

ଜିଲ୍ଲାର ବିଭିନ୍ନ ଅଂଚଳରେ ଫୁଡ୍ ସେଫଟି ଡିପାର୍ଟମେଣ୍ଟ ପକ୍ଷରୁ ଚାଲିଛି ମାରାଥନ୍ ଚଢାଉ। ଖାଦ୍ୟ ଓ ପାଣିର ନମୁନା ପରୀକ୍ଷା କରାଯାଉଛି। ତଥାପି ବୋଲ ମାନୁନି ଡାଇରିଆ।

ସ୍ଥିତି ଅଣାୟତ୍ତ ହେଉଥିବା ବେଳେ ଆଜି ଯାଜପୁରରେ ପହଞ୍ଚିଛି ୧୪ ଜଣିଆ କେନ୍ଦ୍ରୀୟ ଟିମ୍। ହଇଜା ବ୍ୟାପିଥିବା ଅଂଚଳକୁ ଯାଇ ଅନୁଧ୍ୟାନ କରିବା ପରେ ଜିଲ୍ଲାପାଳ ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ଟିମ୍ ଆଲୋଚନା କରିଛି। ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ମଧ୍ୟ ଯାଜପୁରରେ ପହଁଚି ସ୍ଥିତି ସମୀକ୍ଷା କରିଛନ୍ତି।

ପ୍ରଥମେ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଆକ୍ରାନ୍ତ ଓ ସମ୍ପର୍କୀୟଙ୍କ ସହ କଥା ହୋଇଥିଲେ। ପରେ ହଇଜା ବ୍ୟାପିଥିବା ଅଞ୍ଚଳ ବଡ଼ଚଣା, ଧର୍ମଶାଳା ଓ ରସୁଲପୁରରେ ଗ୍ରାଉଣ୍ଡରୁ ସ୍ଥିତି ପରଖିଥିଲେ। କେନ୍ଦ୍ରୀୟ ଟିମ୍, ସ୍ବାସ୍ଥ୍ୟମନ୍ତ୍ରୀ ଓ ବିଭାଗୀୟ ଅଧିକାରୀଙ୍କ ମଧ୍ୟରେ ଆଲୋଚନା ପରେ ଡାଇରିଆ ନିୟନ୍ତ୍ରଣ ନେଇ ମୁଖ୍ୟତଃ ୩ଟି ଦିଗ ଉପରେ ଗୁରୁତ୍ବ ଦିଆଯାଇଛି।

ପାନୀୟ ଜଳ ବିଶୋଧନ ସହ ଜନ ସଚେତନତା କରାଯିବ। ଡାଇରିଆ ଚେନକୁ ଅଟକାଇବା ପାଇଁ ଆକ୍ରାନ୍ତଙ୍କ ପରିବାରକୁ ଇଞ୍ଜେକସନ୍ ଦେବା ଏବଂ କଣ୍ଟାକ୍ଟ ଟ୍ରେସିଂ ସହ ନିୟମିତ ମନିଟରିଂ କରାଯିବ। ସେପଟେ ଯାଜପୁର ଡେଇଁ ପଡୋଶୀ ଜିଲ୍ଲାକୁ ବ୍ୟାପିଲାଣି ଝାଡାବାନ୍ତି।

ଢେଙ୍କାନାଳର ଭୁବନ ଏବଂ ବିଭିନ୍ନ ପଂଚାୟତରେ ପାଖାପାଖି ୫୦ ଜଣ ଆକ୍ରାନ୍ତ ହେଲେଣି। ସମସ୍ତଙ୍କୁ ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।

କଟକ ଜିଲ୍ଲା ବାଙ୍କୀର ଘୋଳପୁରରେ ବି ସମାନ ସ୍ଥିତି। ଦୁଇ ଦିନରେ ୪୦ରୁ ଅଧିକ ଆକ୍ରାନ୍ତ। ଡାକ୍ତରୀ ଟିମ୍ ଗାଁରେ ସ୍ଥିତି ପରଖିଛି। ଘରକୁ ଘର ଯାଇ ରୋଗୀଙ୍କ ଚିକିତ୍ସା କରାଯାଉଛି। ପରୀକ୍ଷା ପାଇଁ ପାଣି ନମୁନା ପଠାଯିବା ସହ ଖୋଲା କୂଅ ଓ ନଳକୂଅରେ ବ୍ଲିଚିଂ ପକାଯାଇଛି।

ତେଣେ କେନ୍ଦୁଝର ଆନନ୍ଦପୁରରେ ଲଗାତର ବଢିଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା। ଆଜି ସ୍ବାସ୍ଥ୍ୟମନ୍ତ୍ରୀ ଉପଖଣ୍ଡ ଚିକିତ୍ସାଳୟ ଯାଇ ଆହତଙ୍କୁ ଭେଟିବା ସହ ଜିଲ୍ଲାରେ ଡାଇରିଆ ସ୍ଥିତି ପରଖିଛନ୍ତି।

ସେପଟେ ଗାଁରେ ଡାଇରିଆକୁ ପୂରାଇ ନଦେବାକୁ ଠାକୁରଙ୍କ ପାଖରେ ଶରଣ ପଶିଛନ୍ତି ଗ୍ରାମବାସୀ। ଯାଜପୁର ବଡ଼ ତ୍ରିଲୋଚନପୁରରେ ଗ୍ରାମଦେବତୀଙ୍କ ପାଖରେ ପୂଜାର୍ଚ୍ଚନା କରିବା ସହ ଲୋକେ ମାନସିକ ରଖିଛନ୍ତି l

ଅଧିକ ପଢନ୍ତୁ: ଯାଜପୁରରେ ବ୍ୟାପୁଛି ହଇଜା, ସ୍ଥିତି ସମୀକ୍ଷା କଲା କେନ୍ଦ୍ରୀୟ ଟିମ୍‌

Odisha Health Minister Jajpur Diarrhea Mukesh Mahaling Diarrhea Outbreak
Advertisment
Related Articles
Advertisment