Advertisment

Cholera Hit Jajpur: ଯାଜପୁରରେ ବ୍ୟାପୁଛି ହଇଜା, ସ୍ଥିତି ସମୀକ୍ଷା କଲା କେନ୍ଦ୍ରୀୟ ଟିମ୍‌

ଯାଜପୁର ଜିଲ୍ଲାରେ କିଛି ଆକ୍ରାନ୍ତଙ୍କ ପାଖରେ କଲେରା ବ୍ୟାକ୍ଟେରିଆ ଚିହ୍ନଟ ପରେ ଚିନ୍ତା ବଢିଛି । ହଇଜା ସ୍ଥିତି ସମୀକ୍ଷା ପାଇଁ ଯାଜପୁରରେ ପହଞ୍ଚିଛି କେନ୍ଦ୍ରୀୟ ଟିମ୍ । ଜିଲ୍ଲାପାଳଙ୍କ ପ୍ରକୋଷ୍ଠରେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସହ ଆଲୋଚନା କରୁଛି ୧୪ ଜଣିଆ କେନ୍ଦ୍ରୀୟ ଟିମ୍ ।

author-image
Namita Biswal
ଅଦ୍ୟତନ ହୋଇଛି
Cholera Hit Jajpur

Cholera Hit Jajpur

ଗୋଟିଏ ପରେ ଗୋଟିଏ ଜିଲ୍ଲାକୁ ମାଡୁଛି ଝାଡାବାନ୍ତି । ଯାଜପୁର ପରେ କେନ୍ଦୁଝର, ଭଦ୍ରକ, କଟକ ଓ ଢେଙ୍କାନାଳ ଜିଲ୍ଲାକୁ ବ୍ୟାପିଲାଣି । ହଇଜା ସ୍ଥିତି ସମୀକ୍ଷା ପାଇଁ ଆଜି ଯାଜପୁରରେ ପହଞ୍ଚିଛି କେନ୍ଦ୍ରୀୟ ଟିମ୍ । ଜିଲ୍ଲାପାଳଙ୍କ ପ୍ରକୋଷ୍ଠରେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ସହ ଆଲୋଚନା କରୁଛି ୧୪ ଜଣିଆ କେନ୍ଦ୍ରୀୟ ଟିମ୍ । ଜିଲ୍ଲାପାଳ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ବି ଆଲୋଚନା କରୁଛନ୍ତି । 

Advertisment

ଯାଜପୁର ଜିଲ୍ଲାରେ କିଛି ଆକ୍ରାନ୍ତଙ୍କ ପାଖରେ କଲେରା ବ୍ୟାକ୍ଟେରିଆ ଚିହ୍ନଟ ପରେ ଚିନ୍ତା ବଢିଛି । ଏହାର ଅନୁଧ୍ୟାନ ପାଇଁ କେନ୍ଦ୍ରୀୟ ଟିମ୍ ପହଞ୍ଚିଛି । ଡାଇରିଆ ନିୟନ୍ତ୍ରଣକୁ ନେଇ ମୁଖ୍ୟତଃ ୩ଟି ଦିଗ ଉପରେ ଗୁରୁତ୍ୱ ଦିଆଯାଇଛି । ପାନୀୟ ଜଳ ସଂଶୋଧନ ସହ ଜନ ସଚେତନତା କରାଯିବ । ଡାଇରିଆ ଚେନକୁ ଅଟକାଇବା ପାଇଁ ଆକ୍ରାନ୍ତଙ୍କ ପରିବାରକୁ ଇଞ୍ଜେକସନ୍ ଦେବା ସହ କଣ୍ଟାକ୍ଟ ଟ୍ରେସିଂ ସହ ମନିଟରିଂ କରାଯିବ । ଡାଇରିଆ ବ୍ୟାପିବାର କାରଣ ପାଣି କି ଖାଦ୍ୟ ତର୍ଜମା ଚାଲିଥିବା କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ । 

ଅଧିକ ପଢନ୍ତୁ: ଯାଜପୁରରେ ଅଣାୟତ୍ତ, ଏଣେ କଟକ ଜିଲ୍ଲାକୁ ବ୍ୟାପିଲା

ଆଜି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଯାଜପୁର ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଇ ଆକ୍ରାନ୍ତ ଓ ସେମାନଙ୍କ ସମ୍ପର୍କୀୟଙ୍କ ସହ କଥା ହୋଇଥିଲେ । ହଇଜା ବ୍ୟାପିଥିବା ଅଞ୍ଚଳ ବଡ଼ଚଣା, ଧର୍ମଶାଳା, ରସୁଲପୁରରେ ବି ଗ୍ରାଉଣ୍ଡରୁ ସ୍ଥିତି ପରଖିଛନ୍ତି । ଅନ୍ୟପଟେ ଯାଜପୁର ଜିଲ୍ଲାରେ ବଢୁଛି ହଇଜା ମୃତ୍ୟୁସଂଖ୍ୟା ।

Advertisment

ଆଜି ଚିକିତ୍ସାଧୀନ ଅବସ୍ଥାରେ ଆଉ ୨ ଜଣଙ୍କୁ ମିଶାଇ ବର୍ତ୍ତମାନ ସୁଦ୍ଧା ୭ ଜଣଙ୍କର ଜୀବନ ଗଲାଣି । ଜିଲ୍ଲାରେ ୨୫୮ ଜଣ ଝାଡାବାନ୍ତିରେ ଚିକିତ୍ସିତ ହେଉଥିବା ବେଳେ ୧୧ ଜଣ କଲେରା ପଜିଟିଭି ଚିହ୍ନଟ ହୋଇଛନ୍ତି ।

Jajpur Diarrhea
Advertisment
Advertisment