/odishatv-khabar/media/post_attachments/uploadimage/library/16_9/16_9_0/IMAGE_1733544113.jpg)
Controversial IPS Ashish Singh
କେନ୍ଦ୍ରୀୟ ଡେପୁଟେସନରେ ଗଲେ ବିବାଦୀୟ ଆଇପିଏସ ଆଶିଷ ସିଂ । ଇଣ୍ଡୋ-ତିବ୍ଦତିଆନ୍ ବର୍ଡର ପୋଲିସ ଫୋର୍ସ ବା ଆଇଟିବିପି ଆଇଜି ଭାବେ ଆଶିଷଙ୍କୁ ନିଯୁକ୍ତି ମିଳିଛି । ୫ ବର୍ଷ କିମ୍ବା ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସେ ଏହି ଦାୟିତ୍ୱରେ ରହିବେ । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ତରଫରୁ ଏନେଇ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଅବଗତ କରାଯାଇଛି । ଗତ ସାଧାରଣ ନିର୍ବାଚନ ବେଳେ ମିଛ କହି ମେଡିକାଲ୍ ଲିଭରେ ଥିଲେ ଆଶିଷ ସିଂ ।
ଆଶିଷ ସିଂ ନିର୍ବାଚନ ବେଳେ ସେତେବେଳର ଶାସକ ଦଳ ପ୍ରତି ଅନୁକମ୍ପା ଦେଖାଉଥିବା ଅଭିଯୋଗ କରି ମୁଖ୍ୟ ନିର୍ବାଚନ କମିଶନରଙ୍କୁ ଫେରାଦ ହୋଇଥିଲା କେନ୍ଦ୍ର ବିଜେପି । ଏପ୍ରିଲ ୫ ତାରିଖରେ ଇସିଆଇଙ୍କ ନିର୍ଦ୍ଦେଶ କ୍ରମେ ଆଶିଷ ସିଂଙ୍କୁ ସେଣ୍ଟ୍ରାଲ ରେଞ୍ଜ IG ପଦରୁ ହଟାଯାଇଥିଲା । ପରେ ତାଙ୍କୁ ଆଇଜି- ସିଏମ ସିକ୍ୟୁରିଟି ପଦବୀରେ ଅବସ୍ଥାପିତ କରାଯାଇଥିଲା ।
ହେଲେ ସେ ବିଜେଡି ନିର୍ବାଚନ ପ୍ରଚାର ପାଇଁ ରଣନୀତି ତିଆରି କରୁଥିବା ଅଭିଯୋଗ ହୋଇଥିଲା । ମେଡିକାଲ ଲିଭରେ ଥିବା ଆଶିଷ ସିଂଙ୍କ ସ୍ୱାସ୍ଥ୍ୟବସ୍ଥା ଯାଂଚ୍ ପାଇଁ ନିର୍ଦ୍ଦେଶ ଦେଇଥିଲେ ଭାରତୀୟ ନିର୍ବାଚନ କମିଶନ । ଭୁବନେଶ୍ୱର ଏମ୍ସର ସ୍ୱତନ୍ତ୍ର ମେଡିକାଲ ବୋର୍ଡ ରିପୋର୍ଟ ଆଧାରରେ ଜଣାପଡ଼ିଥିଲା ଯେ, ଆଶିଷ ମିଛ କହି ଛୁଟିରେ ଥିଲେ ।
ଅଧିକ ପଢନ୍ତୁ:ମଥାରୁ ହଟୁନି ଦାଦନ କଳଙ୍କ, ଚାରି ଦିନରେ ଶବ ହୋଇ ଫେରିଲେଣି ଦୁଇ ଭେଣ୍ଡିଆ
ତେଣୁ ତାଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ମୁଖ୍ୟ ଶାସନ ସଚିବଙ୍କୁ ECIଙ୍କ ନିର୍ଦ୍ଦେଶ ଦେଇଥିଲେ । ପରେ ଆଇପିଏସ ଆଶିଷ ସିଂଙ୍କୁ ଗୃହ ବିଭାଗର ଓଏସଡି ଭାବେ ବଦଳି କରିଥିଲେ ରାଜ୍ୟ ସରକାର । ପୂର୍ବରୁ ମଧ୍ୟ ଆଶିଷଙ୍କ ବିରୋଧରେ ଆସିଥିଲା ଅଭିଯୋଗ । ଗତ ଏପ୍ରିଲ ୫ ତାରିଖରେ ଇସିଆଇଙ୍କ ନିର୍ଦ୍ଦେଶ କ୍ରମେ ଆଶିଷ ସିଂଙ୍କୁ ସେଣ୍ଟ୍ରାଲ ରେଞ୍ଜ IG ପଦରୁ ହଟାଯାଇଥିଲା । ପରେ ତାଙ୍କୁ ଆଇଜି- ସିଏମ ସିକ୍ୟୁରିଟି ପଦବୀରେ ଅବସ୍ଥାପିତ କରାଯାଇଥିଲା । ହେଲେ ଏହି ଗୁରୁତ୍ୱପୂର୍ଣ୍ଣ ପଦବୀରେ ଥାଇ ବି ଶାସକ ଦଳ ପାଇଁ ସେ କାମ କରୁଥିବା ଏବଂ ନିର୍ବାଚନ ବେଳେ ବିଜେଡି ନିର୍ବାଚନ ପ୍ରଚାର ପାଇଁ ରଣନୀତି ତିଆରି କରୁଥିବା ଅଭିଯୋଗ ହୋଇଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)