Advertisment

Cholera Outbreak: ହଇଜାକୁ ହାତଠାରି ଡାକୁଛି ଜୟପୁର; ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା!

ଚାରିଆଡ଼େ ଗଦାଗଦା ଅଳିଆ। ମୁଖ୍ୟରାସ୍ତାଠୁ ଗଳିକନ୍ଦି ପର୍ଯ୍ୟନ୍ତ, ଯୁଆଡ଼େ ଆଖି ବୁଲାଇବେ ସେୟାଡ଼େ ପଡିଛି କୁଢ଼କୁଢ଼ ମଇଳା ଆବର୍ଜନା। ଡ୍ରେନ ଅବସ୍ଥା ନକହିବା ଭଲ।

author-image
Sujit kumar Swain
Cholera Outbreak

Cholera Outbreak

ହଇଜାକୁ ହାତଠାରି ଡାକୁଛି ଜୟପୁର। ଜିଲ୍ଲାକୁ ଜିଲ୍ଲା ହଇଜା ମାଡ଼ୁଥିବାବେଳେ ଜୟପୁରରେ ବେଫିକର ପ୍ରଶାସନ । ଭୁଶୁଡ଼ି ଯାଇଛି ପରିମଳ ବ୍ୟବସ୍ଥା । ବିଶୁଦ୍ଧ ପାନୀୟ ଜଳ ସମସ୍ୟା ବି ଜଳଜଳ ଦିଶୁଛି । ସଫେଇରେ ନିୟୋଜିତ ଠିକା ସଂସ୍ଥା ମନମାନୀ କରୁଥିବା ଅଭିଯୋଗ ପରେ ଏକ ଠିକା ସଂସ୍ଥାକୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି ପୌର ପ୍ରଶାସନ ।

Advertisment

ଚାରିଆଡ଼େ ଗଦାଗଦା ଅଳିଆ। ମୁଖ୍ୟରାସ୍ତାଠୁ ଗଳିକନ୍ଦି ପର୍ଯ୍ୟନ୍ତ, ଯୁଆଡ଼େ ଆଖି ବୁଲାଇବେ ସେୟାଡ଼େ ପଡିଛି କୁଢ଼କୁଢ଼ ମଇଳା ଆବର୍ଜନା। ଡ୍ରେନ ଅବସ୍ଥା ନକହିବା ଭଲ। ଅସରାଏ ବର୍ଷାରେ ଘର ଭିତରେ ଡ୍ରେନ୍ ପାଣି ଲହଡ଼ି ଭାଙ୍ଗୁଛି । ପୁତିଗନ୍ଧମୟ ପରିବେଶରେ ଜୀବନ ବିତାଉଛନ୍ତି କୋରାପୁଟ ଜିଲ୍ଲା ଜୟପୁରର ପାରାବେଡ଼ା ଅଞ୍ଚଳବାସୀ।

ଅଭିଯୋଗ ହୋଇଛି, ବିଭିନ୍ନ ଷ୍ଟକ ପଏଣ୍ଟରୁ ଅଳିଆ ଆଣି ଏଇଠି ଏମିତି ପିଙ୍ଗି ଦେଉଛି ନିୟୋଜିତ ସଫେଇ ସଂସ୍ଥା । ଦୈନିକ ବଜାରରେ ବି ସମାନ ସ୍ଥିତି । ଆବର୍ଜନା ଉଠୁଥିଲେ ବି ସଫାସୁତୁରା କରାଯାଉନଥିବାରୁ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଲୋକେ। ହେଲେ ସମସ୍ୟାକୁ ଯେମିତି ଆଖି ବୁଜିଦେଇଛି ପୌର ପ୍ରଶାସନ । ବାରମ୍ବାର ଅଭିଯୋଗ ପରେ ବି କୌଣସି ପଦକ୍ଷେପ ନିଆଯାଉନି ।

Advertisment

ରାଜ୍ୟରେ ଜିଲ୍ଲା ପରେ ଜିଲ୍ଲାକୁ ମାଡ଼ୁଛି ହଇଜା। ଏବେ ସ୍ଥିତି ନିୟନ୍ତ୍ରଣକୁ ଆସିଥିବାବେଳେ ଜୟପୁର ଯେମିତି ହାତଠାରି ଡାକୁଛି ହଇଜାକୁ। ଜୟପୁରର ୨୮ଟି ୱାର୍ଡରେ ପରିମଳ ବ୍ୟବସ୍ଥାରେ ସୁଧାର ଆଣିବାକୁ ଦୁଇଟି ସଂସ୍ଥାକୁ ନିୟୋଜିତ କରିଛି ପୌର ପ୍ରଶାସନ । ମାସକୁ ଖର୍ଚ୍ଚ ହେଉଛି ପାଖାପାଖି ୮୦ଲକ୍ଷ ଟଙ୍କା । ହେଲେ ପରିମଳ ବ୍ୟବସ୍ଥାରେ କେତେ ସୁଧାର ଆସୁଛି, ସେ ଚିତ୍ର ଆପଣଙ୍କ ସାମ୍ନାରେ । ସେପଟେ ବିଶୁଦ୍ଧ ପାନୀୟ ଜଳ ସମସ୍ୟାରେ ବି ଘାଣ୍ଟି ହେଉଛନ୍ତି ଲୋକେ । ବିଭିନ୍ନ କ୍ଷେତ୍ରରେ ଅବ୍ୟବସ୍ଥାକୁ ନେଇ ଅଭିଯୋଗ ପରେ, ଏକ ଠିକା ସଂସ୍ଥାକୁ କାରଣ ଦର୍ଶାଅ ନୋଟିସ୍ ଜାରି କରିବା ସହ କାହିଁକି ବ୍ଲାକ୍ ଲିଷ୍ଟ କରାଯିବନି ସେନେଇ ପ୍ରଶ୍ନ କରିଛି ପୌର ପ୍ରଶାସନ ।

ଅଧିକ ପଢନ୍ତୁ: ଅହମ୍ମଦାବାଦ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା: ରିପୋର୍ଟ ଦେଲା AAIB…

Cholera Outbreak
Advertisment
Related Articles
Advertisment