/odishatv-khabar/media/post_attachments/uploadimage/library/16_9/16_9_0/Bihar_1752294237.jpg)
Bihar
ବିହାରର ଜଣେ ସିନିଅର ମତ୍ସ୍ୟ ଅଧିକାରୀ ମଦ ପିଇ ମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ଆସିବା ପରେ ତାଙ୍କୁ ଗିରଫ କରାଯାଇଛି । ବିହାରର ସୁପୌଲ ଜିଲ୍ଲାରେ ନିଯୁକ୍ତ ହୋଇଥିଲେ ଅଧିକାରୀ । ଜାତୀୟ ମତ୍ସ୍ୟ ଚାଷ ଦିବସ ଅବସରରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଯୋଗ ଦେଇଥିଲେ ବିହାରର ଜନସ୍ୱାସ୍ଥ୍ୟ ଓ ଇଞ୍ଜିନିୟରିଂ ମନ୍ତ୍ରୀ ନୀରଜ କୁମାର ସିଂହ, ଜିଲ୍ଲାପାଳ ଶାୱନ କୁମାର ଏବଂ ଅନ୍ୟାନ୍ୟ ଅଧିକାରୀ ଯୋଗ ଦେଇଥିଲେ । ମତ୍ସ୍ୟ କିଟ୍ ବଣ୍ଟନରେ ଅନିୟମିତତା ହୋଇଥିବା ଜଣାପଡିବା ପରେ ଜିଲ୍ଲାପାଳ ମତ୍ସ୍ୟ ଅଧିକାରୀ ଶମ୍ଭୁ କୁମାରଙ୍କୁ ଡାକିଥିଲେ ।
ଅଧିକ ପଢ଼ନ୍ତୁ: ୪.୭ କୋଟି ଟଙ୍କା ସଞ୍ଚୟ କରି ଛାଡିଦେଲେ ଚାକିରି, ଏବେ ଜୀବନ ଜୀଉଁଛନ୍ତି ଖୁସିରେ
ଶମ୍ଭୁ କୁମାରଙ୍କ ସହ ଆଲୋଚନା ବେଳେ ଜିଲ୍ଲାପାଳ ଅନୁଭବ କରିଥିଲେ ଯେ, ଅଧିକାରୀ ଜଣଙ୍କ ଅସ୍ପଷ୍ଟ ଭାବରେ କଥାବାର୍ତ୍ତା କରୁଛନ୍ତି ଏବଂ ତାଙ୍କ ଆଚରଣ କିଛି ଭିନ୍ନ ଥିଲା । ଏହା ପରେ ଜିଲ୍ଲାପାଳ ତାଙ୍କୁ ସର୍କିଟ ହାଉସରେ ରିପୋର୍ଟ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ଏବଂ ଅବକାରୀ ବିଭାଗକୁ ଏ ବିଷୟରେ ଜଣାଇଥିଲେ ।
ଏହି ଘଟଣାକୁ ନେଇ ଅବକାରୀ ଇନ୍ସପେକ୍ଟର ଅଶୋକ କୁମାର କହିଛନ୍ତି ଯେ, ଗତ କାଲି ଦିନ ୧ଟାରେ ଜିଲ୍ଲାପାଳ ଫୋନ୍ କରିଥିଲେ ଏବଂ ଜଣେ ଅଧିକାରୀ ମଦ୍ୟପାନ କରିଥିବା ଜଣାପଡିଛି ବୋଲି କହିଥିଲେ । ଏହା ପରେ ସେ ଆମକୁ ବ୍ରେଥ୍ ଆନାଲାଇଜର ନେଇ ସର୍କିଟ ହାଉସରେ ପହଞ୍ଚିବାକୁ କହିଥିଲେ । ଆମେ ବ୍ରେଥ୍ ଆନାଲାଇଜରରେ ଟେଷ୍ଟ କରିବା ପରେ ସେ ମଦ୍ୟପାନ କରିଥିବା ଜଣା ପଡିଥିଲା । ପ୍ରତି ୧୦୦ ମିଲିଲିଟର ରକ୍ତରେ ୧୦ ଗ୍ରାମ ଆଲକୋହଲ ଦେଖାଦେଇଥିଲା । ଯାହା ପରେ ତାଙ୍କୁ ଗିରଫ କରାଯାଇଥିଲା ।
ଅଶୋକ କୁମାର କହିଛନ୍ତି, ପୂର୍ବରୁ ମଧ୍ୟ ୯ ମାର୍ଚ୍ଚ ୨୦୨୪ରେ ମଦ୍ୟପାନ ଅବସ୍ଥାରେ ତାଙ୍କୁ ଧରାଯାଇଥିଲା । ସେତେବେଳେ ତାଙ୍କୁ କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ୨୦୦୦ରୁ ୫୦୦୦ ଟଙ୍କା ପର୍ଯ୍ୟନ୍ତ ଜୋରିମାନା କରାଯାଇଥିଲା ।
ମିଳିଥିବା ସୂଚନା ମୁତାବକ, ଶମ୍ଭୁ କୁମାରଙ୍କ ସେଦିନ ସେହି କାର୍ଯ୍ୟଦିବସରେ ଶେଷ ଦିନ ଥିଲା । ଏହା ପରେ ତାଙ୍କୁ ଅନ୍ୟତ୍ର ଯୋଗ ଦେବାର ଥିଲା । ପଚରାଉଚରା ବେଳେ ଅଧିକାରୀ ମଦ୍ୟପାନ କରିଥିବା କଥା ଅସ୍ୱୀକାର କରିଥିଲେ । ବରଂ ହୋମିଓପାଥିକ ମେଡିସିନ୍ ଖାଇଥିବା କହିଥିଲେ । ଯାହାକି ପୂର୍ବ ଥର ମଧ୍ୟ ମଦ ପିଇ ଧରା ପଡିବା ପରେ ସେ ଏହି ସମାନ କଥା କହିଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)