/odishatv-khabar/media/post_attachments/uploadimage/library/16_9/16_9_0/IMAGE_1751974421.jpg)
Air India crash Probe
ଅହମ୍ମଦାବାଦ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ନେଇ ପ୍ରାଥମିକ ରିପୋର୍ଟ ଦେଇଛି ଏୟାରକ୍ରାଫ୍ଟ ଆକ୍ସିଡେଣ୍ଟ ଇନଭେଷ୍ଟିଗେସନ ବ୍ୟୁରୋ (AAIB) ।ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଓ ଏହି ଘଟଣା ସଂପର୍କିତ ଅଧିକାରୀଙ୍କୁ AAIB ରିପୋର୍ଟ ପ୍ରଦାନ କରିଥିବା ସୂଚନା ମିଳିଛି ।
ପ୍ରାଥମିକ ତଦନ୍ତରୁ ମିଳିଥିବା ତଥ୍ୟକୁ ଏହି ରିପୋର୍ଟରେ ସ୍ଥାନ ଦିଆଯାଇଛି ।ଗତ ଜୁନ ୧୨ ତାରିଖରେ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆ ଫ୍ଲାଇଟ୍ AI-171 ଅହମ୍ମଦାବାଦରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।ବିମାନରେ ଥିବା ୨୪୨ ଜଣଙ୍କ ମଧ୍ୟରୁ ୨୪୧ ଜଣଙ୍କ ମୃତ୍ୟୁ ହୋଇଥିଲା ।ଅହମ୍ମଦାବାଦ ଏୟାରପୋର୍ଟରୁ ଉଡ଼ାଣର କିଛି ସମୟ ଭିତରେ ଖସିପଡ଼ିଥିଲା ଏୟାର ଇଣ୍ଡିଆ ବିମାନ ।
ଜୁନ ୨୫ରେ ବିମାନର ବ୍ଲାକବକ୍ସରୁ ଡାଟା ବାହାର କରାଯାଇଥିବା ସୂଚନା ଦିଆଯାଇଥିଲା ।ତେବେ ଘଟଣାର ତଦନ୍ତ କରୁଥିବା AAIBରେ ଭାରତୀୟ ବାୟୁସେନା, ହିନ୍ଦୁସ୍ତାନ ଏୟୋନେଟିକ୍ସ ଲିମିଟେଡେ ଓ ଆମେରିକାର ନ୍ୟାସନାଲ ଟ୍ରାନ୍ସପୋର୍ଟେସନ ସେଫ୍ଟି ବୋର୍ଡ ସାମିଲ ଅଛନ୍ତି ।
ଏହାଛଡ଼ା ବୋଇଂର ଅଧିକାରୀ, ଏୟାର ଟ୍ରାଫିକ କଣ୍ଟ୍ରୋଲ ଏକ୍ସପର୍ଟଙ୍କୁ ମଧ୍ୟ ତଦନ୍ତରେ ସାମିଲ କରାଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)