Murder
ଟେନିସ ଖେଳାଳି ରାଧିକା ଯାଦବଙ୍କୁ ବାପା ହତ୍ୟା କରିବା ଘଟଣା । ପଚରାଉଚରାବେଳେ ପୋଲିସ ନିକଟରେ ମୁହଁ ଖୋଲିଛି ଅଭିଯୁକ୍ତ ବାପା ଦୀପକ ଯାଦବ । ନିଜ ସାଙ୍ଗମାନେ ଝିଅର ଚରିତ୍ରକୁ ନେଇ ସନ୍ଦେହ କରୁଥିବାରୁ ଚିନ୍ତିତ ହୋଇପଡିଥିବା କହିଛି ଦୀପକ । ଏଥିପାଇଁ ହତ୍ୟାକାଣ୍ଡର ଦୁଇ ସପ୍ତାହ ପୂର୍ବରୁ ଟେନିସ୍ ଏକାଡେମୀ ବନ୍ଦ କରିବାକୁ ରାଧିକାକୁ ବାରମ୍ବାର କହିଲେ ବି ସେ ଶୁଣିନଥିବା କହିଛି ଦୀପକ । ପୋଲିସର ସୂଚନା ଅନୁସାରେ, ହତ୍ୟାକାଣ୍ଡର ୩ ଦିନ ତଳେ ବାପଝିଅଙ୍କ ମଧ୍ୟରେ ଜୋରଦାର ଝଗଡା ହୋଇଥିଲା । କଥା ନଶୁଣିଲେ ରାଧିକାଙ୍କୁ ଜୀବନରୁ ମାରିଦେବେ ନଚେତ୍ ନିଜେ ଆତ୍ମହତ୍ୟା କରିବେ ବୋଲି ଧମକ ଦେଇଥିଲେ ବାପା ।
ସୂଚନା ଅନୁସାରେ, ଗୁରୁବାର ଟେନିସ ଖେଳାଳି ରାଧିକା ଯାଦବଙ୍କୁ ଗୁଳିକରି ହତ୍ୟା କରାଯାଇଛି । ରାଧିକାଙ୍କ ବାପା ଦୀପକ ଯାଦବ ତାଙ୍କ ଉପରକୁ ୩ ରାଉଣ୍ଡ ଗୁଳି ଚଳାଇଥିଲେ । ଏହାପରେ ରାଧିକାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ ନିଆଯାଇଥିଲା । ହେଲେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ପୂର୍ବରୁ ରାଧିକାଙ୍କ ରିଲ୍ସ ନିଶା ପାଇଁ ବାପା ତାଗିଦ କରୁଥିଲେ । ହେଲେ ସେ ନଶୁଣି ରିଲ୍ସ ଜାରି ରଖିଥିଲେ । ଯେଉଁଥିପାଇଁ ଉତ୍ତ୍ୟକ୍ତ ହୋଇ ରାଧିକାଙ୍କୁ ତାଙ୍କ ବାପା ହତ୍ୟା କରିଥିବା କୁହାଯାଉଛି । ଅଭିଯୁକ୍ତ ବାପାକୁ ଗିରଫ କରିବା ସହ ରିଭଲଭର ଜବତ କରିଛି ପୋଲିସ । ମାମଲାର ଛାନଭିନ ଜାରି ରହିଛି । ପୋଷ୍ଟମର୍ଟମରୁ ଜଣାପଡ଼ିଛି ଯେ, ରାଧିକାଙ୍କ ପଛପଟେ ୩ ଟି ଗୁଳି ବାଜିଛି ।
ଟେନିସ ଖେଳାଳି ରାଧିକାଙ୍କ ବୟସ ମାତ୍ର ୨୫ ବର୍ଷ ହୋଇଥିବାବେଳେ ସେ ହରିୟାଣାର ଗୁରୁଗ୍ରାମରେ ରହୁଥିଲେ । ଆଉ ତାଙ୍କ ନିଜ ଘରେ ହିଁ ତାଙ୍କୁ ହତ୍ୟା କରିଛନ୍ତି ବାପା । ରାଧିକା ଜଣେ ପ୍ରସିଦ୍ଧ ଟେନିସ୍ ଖେଳାଳି ହୋଇଥିବାବେଳେ ରାଜ୍ୟସ୍ତରୀୟ ଅନେକ ପ୍ରତିଯୋଗିତାରେ ଭାଗ ନେଇ ସେ ପୁରସ୍କୃତ ହୋଇଛନ୍ତି । ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ଖେଳିଛନ୍ତି । ସେହିପରି ଇଣ୍ଟରନ୍ୟାସନାଲ ଟେନିସ ଫେଡେରେସନରେ ମଧ୍ୟ ୧୧୩ ତମ ସ୍ଥାନ ହାସଲ କରିଥିଲେ ରାଧିକା । ଏହାସହ ରାଧିକା ନିଜେ ମଧ୍ୟ ଏକ ଟେନିସ ଏକାଡେମୀ ଚଳାଉଥିଲେ । ଯାହାକୁ ନାପସନ୍ଦ କରୁଥିଲେ ତାଙ୍କ ବାପା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)