/odishatv-khabar/media/post_attachments/uploadimage/library/16_9/16_9_0/IMAGE_1752296493.jpg)
Pic for representation purpose only
ରେଷ୍ଟୁରାଣ୍ଟ୍ ଆସି ସୁପ୍ ପିଇବାକୁ ଅର୍ଡର ଦେଇଥିଲେ ଗ୍ରାହକ । ଆଉ ସେହି ସୁପ୍ରୁ ବାହାରିଲା ଅସରପା । ଗ୍ରାହକଙ୍କ ଅଭିଯୋଗ ଆଧାରରେ ହୋଟେଲ ମ୍ୟାନେଜରଙ୍କ ବିରୋଧରେ ମାମଲା ରୁଜୁ କଲା ପୋଲିସ । ଗ୍ରାହକଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ନଦେଇ ଖାଦ୍ୟ ପ୍ରସ୍ତୁତ କରାଯାଉଥିବା ନେଇ ହୋଇଥିଲା ଅଭିଯୋଗ । ମହାରାଷ୍ଟ୍ର ପୁଣେ ସହରରେ ଏଭଳି ଘଟଣା ଘଟିଛି ।
ପୋଲିସର ସୂଚନା ମୁତାବକ, ଅଭିଯୋଗକାରୀ ହେଲେ ୩୧ ବର୍ଷୀୟ ଯୁବତୀ ଅଶ୍ୱିନୀ ସିରସାତ୍ । ସେ ଦପୋଦୀ ଅଞ୍ଚଳର ବାସିନ୍ଦା । ନିଜ ପରିବାର ସହ ସେହି ରେଷ୍ଟୁରାଣ୍ଟକୁ ଯାଇଥିଲେ ଅଶ୍ୱିନୀ । ମିଲ୍ ଖାଇବା ପୂର୍ବରୁ ସେମାନେ ସୁପ୍ ଅର୍ଡର କରିଥିଲେ । ଆଉ ସୁପ୍ ପିଇବାବେଳେ ସେଥିରେ ଅସରପା ପଡ଼ିଥିବା ଦେଖିବାକୁ ପାଇଥିଲେ ଅଶ୍ୱିନୀ । ଏ ବିଷୟରେ ସେ ସଙ୍ଗେ ସଙ୍ଗେ ହୋଟେଲ ଷ୍ଟାଫ୍ଙ୍କୁ ଅବଗତ କରାଇଥିଲେ । ହେଲେ ହୋଟେଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସେପରି କୌଣସି ସନ୍ତୋଷଜନକ ପ୍ରତିକ୍ରିୟା ନଦେଖି ଦୁଃଖ ଅନୁଭବ କରିଥିଲେ ଯୁବତୀ ।
ପରେ ଲସ୍କର ପୋଲିସ ଷ୍ଟେସନ ଆସି ସେ ଏନେଇ ଏକ ଏତଲା ଦେଇଥିଲେ । ଅଭିଯୋଗ ଆଧାରରେ ହୋଟେଲ ମ୍ୟାନେଜର ହୁସେନ ଶେଖଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ହୁସେନ ଆଜାଦ ନଗରର ବାସିନ୍ଦା ହୋଇଥିବା ଜଣାପଡ଼ିଛି । FDA(ଫୁଡ୍ ଆଣ୍ଡ ଡ୍ରଗ୍ ଇନ୍ସିପେକ୍ଟର) ଅଧିକାରୀଙ୍କ ସହାୟତାରେ ଛାନଭିନ କରୁଛି ପୋଲିସ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)



/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)