Advertisment

CBI Summons IAS Officer Bishnupada Sethi: ଲାଞ୍ଚ କାରବାର ମାମଲାରେ IAS ଅଫିସର ବିଷ୍ଣୁପଦ ସେଠୀଙ୍କୁ CBI ସମନ୍

ଲାଞ୍ଚ କରାବାର ମାମଲରେ ବ୍ରିଜ୍ ଆଣ୍ଡ୍ ରୁଫ୍ କମ୍ପାନୀର ଓଡିଶା ମୁଖ୍ୟ ଚଞ୍ଚଲ ମୁଖାର୍ଜୀଙ୍କ ସମେତ ୩ ଜଣଙ୍କୁ ଗିରଫ କରିଥିଲା CBI। ଚଞ୍ଚଲ ମୁଖାର୍ଜୀଙ୍କ ସହ ଠିକାଦାର ସନ୍ତୋଷ ମହାରଣା ଓ ସୁପର କ୍ଲାସ କଣ୍ଟ୍ରାକ୍ଟର ଦେବଦତ୍ତ ମହାପାତ୍ରଙ୍କୁ ଦ୍ବିତୀୟ ଥର ରିମାଣ୍ଡରେ ଆଣି ଜେରା କରୁଛି CBI । ଏହି ଘଟଣାରେ ଆଇଏଏସ୍ବି ଅଫିସର ବିଷ୍ଣୁପଦ ସେଠୀ ଓ ତାଙ୍କ ଡ୍ରାଇଭରକୁ ସମନ୍ କରିଛି CBI।

author-image
Sonali Ojha
ଅଦ୍ୟତନ ହୋଇଛି
Bishnupada Sethy

Bishnupada Sethy

ଭୁବନେଶ୍ବରରେ ୧୦ ଲକ୍ଷ ଟଙ୍କା ଲାଞ୍ଚ କାରବାର ମାମଲାରେ IAS ବିଷ୍ଣୁପଦ ସେଠୀଙ୍କୁ CBIର ସମନ୍। ଯାହାର ଚିଠି ଲାଗିଛି ଓଟିଭି ହାତରେ। ଗତ ୧୦ ତାରିଖରେ ସିବିଆଇର ନୂଆଦିଲ୍ଲୀ ଅଫିସରୁ ଏହି ସମନ୍ ହୋଇଛି। ତଦନ୍ତରେ ସହଯୋଗ ପାଇଁ କୁହାଯିବା ସହ ୧୧ ତାରିଖ ସକାଳ ୧୦ଟାରେ ଭୁବନେଶ୍ବର ସିବିଆଇ ଅଫିସରେ ହାଜର ହେବାକୁ ନିର୍ଦ୍ଦେଶ ରହିଥିଲା। ତେବେ ଏ ନେଇ ବିଷ୍ଣୁପଦ ସେଠୀଙ୍କର ପ୍ରତିକ୍ରିୟା ମିଳିନାହିଁ।

Advertisment

ଗତ ୬ ତାରିଖ ଶନିବାର..ସମୟ ରାତି ପ୍ରାୟ ୯ଟା ୪୫ ମିନିଟ୍ । ସ୍ଥାନ- ଭୁବନେଶ୍ୱରସ୍ଥିତ ଏକ ତାରକା ହୋଟେଲ୍ ସାମ୍ନା । ହଠାତ୍ ଦିଲ୍ଲୀରୁ ଆସିଥିବା ୬ ଜଣିଆ ସିବିଆଇ ଟିମ୍ ଏହି ଦାମୀ କାର ପାଖରେ ପହଞ୍ଚି ଚଳାଇଥିଲେ ଛାନଭିନ୍ । କାରରେ ଥିଲେ ମାଲିକଙ୍କ ସମେତ ୪ ଜଣ ବ୍ୟକ୍ତି...ଚାଲିଥିଲା ଟଣାଭିଡ଼ା...ଯାଞ୍ଚହେଲା କାର୍...ଭିତରୁ ମିଳିଲା ବଣ୍ଡଲ ବଣ୍ଡଲ୍ ନୋଟ୍ ।

ବନେଟ୍ ଉପରେ ଟଙ୍କାକୁ ଥୋଇ ଗଣିବା ପରେ ଜଣାପଡ଼ିଲା, କାରରେ ଥିଲା ପ୍ରାୟ ୧୦ ଲକ୍ଷ ଟଙ୍କା । କେବଳ ଏତିକି ନୁହେଁ, କିଛି ସୁନା ବି ମିଳିଥିବା କୁହାଯାଉଛି । ଏହାପରେ ଗାଡ଼ିରେ ଥିବା ୪ ଜଣଙ୍କୁ ହେପାଜତକୁ ନେଇ ଖୋଳତାଡ଼ କରିଥିଲା ସିବିଆଇ ।  ବ୍ରିଜ୍ ଆଣ୍ଡ୍ ରୁଫ୍ କୋ’ର ବ୍ରାଞ୍ଚ ଅଫିସ୍ ଏବଂ ସୁପରକ୍ଲାସ୍ କଣ୍ଟ୍ରାକ୍ଟର ଦେବବ୍ରତ ମହାପାତ୍ରଙ୍କ ଘରେ ରେଡ୍ ଚାଲିଥିଲା ।

Advertisment

ଲାଞ୍ଚ କରାବାର ମାମଲାରେ ବ୍ରିଜ୍ ଆଣ୍ଡ୍ ରୁଫ୍ କମ୍ପାନୀର ଓଡିଶା ମୁଖ୍ୟ ଚଞ୍ଚଲ ମୁଖାର୍ଜୀଙ୍କ ସମେତ ୩ ଜଣଙ୍କୁ ଗିରଫ କରିଥିଲା CBI। ଚଞ୍ଚଲ ମୂଖାର୍ଜୀଙ୍କ ସହ ଠିକାଦାର ସନ୍ତୋଷ ମହାରଣା ଓ ସୁପର କ୍ଲାସ କଣ୍ଟ୍ରାକ୍ଟର ଦେବଦତ୍ତ ମହାପାତ୍ରଙ୍କୁ ଦ୍ବିତୀୟ ଥର ରିମାଣ୍ଡରେ ଆଣି ଜେରା କରୁଛି CBI । ଏହି ଘଟଣାରେ ବିଷ୍ଣୁପଦ ସେଠୀଙ୍କ ଡ୍ରାଇଭରକୁ ସମନ୍ କରିଛି CBI। ବ୍ରିଜ୍ ଆଣ୍ଡ୍ ରୁଫ୍ କମ୍ପାନୀର ଓଡିଶା ମୁଖ୍ୟ ଚଞ୍ଚଲ ମୁଖାର୍ଜୀଙ୍କୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ମାମଲାରେ ବିଷ୍ଣୁପଦଙ୍କ ଡ୍ରାଇଭରଙ୍କୁ ସମନ୍ କରାଯାଇଥିବା ନେଇ ସୂଚନା ମିଳିଛି।

ଅଧିକ ପଢନ୍ତୁ: ଦୋଛକିରେ BJD.. ଦ୍ୱନ୍ଦ୍ୱରେ ନେତା; ବିଗିଡ଼ିଲାଣି ସଂଗଠନ.. ଦୋହଲିଗଲାଣି ନେତୃତ୍ୱ !

ଏଠି ପ୍ରଶ୍ନ, ବ୍ରିଜ୍ ଆଣ୍ଡ୍ ରୁଫ୍ କୋ ଲିମିଟେଡ୍ ଅଫିସ ଏବଂ ତା’ ଲିଙ୍କରେ ଥିବା ବ୍ୟକ୍ତିଙ୍କ ଉପରେ କାହିଁକି ଜାରି ରହିଛି ଏତେ ବଡ଼ ଧରପଗଡ଼ ? ରେଡ୍ ପଛର ରହସ୍ୟ କ’ଣ? ବଡ଼ଧରଣର ଟେଣ୍ଡର ଫିକ୍ସିଂ ପାଇଁ ଚାଲିଥିଲା କି ମହାଡିଲ୍ ? ସିବିଆଇ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, କମ୍ପାନୀର ଓଡିଶା ମୁଖ୍ୟ ତଥା GGM ଚଞ୍ଚଲ୍ ମୁଖାର୍ଜୀଙ୍କ ସହ ଚାଲିଥିଲା କୋଟିଏ ଟଙ୍କାର ଟେଣ୍ଡର୍ ଡିଲ୍ ।

ଚର୍ଚ୍ଚା ହେଉଛି, ଏଥିପାଇଁ ଦିଆଯାଉଥିଲା ୧୦ ଲକ୍ଷ ଟଙ୍କାର ଅଗ୍ରୀମ ଲାଞ୍ଚ । ଠିକ୍ ଏହି ସମୟରେ ଆଗୁଆ ସୂଚନା ପାଇଥିବା ସିବିଆଇ ଟିମ୍ ମାଡ଼ିବସିଲା ହୋଟେଲ୍ ସାମ୍ନାରେ । କାରଣ କୋଟି କୋଟି ଟଙ୍କାର ହେରଫେର୍ ଓ ଟେଣ୍ଡର ଫିକ୍ସିଂ ନେଇ କମ୍ପାନୀ ବିରୋଧରେ ଦିଲ୍ଲୀ ସିବିଆଇ ପାଖରେ ଆଗରୁ ଏକ ମାମଲା ରୁଜୁ ହୋଇଥିଲା । ଅଧିକ ଖୋଳତାଡ଼ ପାଇଁ ଗିରଫ ୩ ଅଭିଯୁକ୍ତ ଚଞ୍ଚଲ ମୁଖାର୍ଜୀ, ସନ୍ତୋଷ ମହାରଣା ଓ ଦେବଦତ୍ତ ମହାପାତ୍ରଙ୍କୁ ୩ ଦିନିଆ ରିମାଣ୍ଡରେ ନେଇଥିଲା ସିବିଆଇ । ପରେ ସେମାନଙ୍କୁ ଦ୍ବିତୀୟ ଥର ରିମାଣ୍ଡରେ ଆଣି ଜେରା କରୁଛି CBI ।

ଅଧିକ ପଢନ୍ତୁ: ଡିସେମ୍ବର ୧୬ରୁ ରତ୍ନଭଣ୍ଡାର ମରାମତି; ଜାନୁଆରୀ ସୁଦ୍ଧା ସରିବ ଅଳଙ୍କାର ଗଣତି-ମଣତି !

CBI Raid Bishnupad Sethy CBI Remand
Advertisment
Advertisment