• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ବିଷ୍ଣୁପଦ ସେଠୀ ଏବେ କେଉଁଠି ? ସମନ ପରଠୁ ନା CBIରେ ହାଜର ହୋଇଛନ୍ତି ନା ଗଣମାଧ୍ୟମ ଆଗରେ ମୁହଁ ଖୋଲୁଛନ୍ତି । ଏହାରି ଭିତରେ ଓଟିଭିକୁ ବିଶ୍ବସ୍ତ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଆସନ୍ତାକାଲି ଦିନ ୧୨ଟା ଭିତରେ ବିଷ୍ଣୁପଦଙ୍କୁ ଭୁବନେଶ୍ୱରସ୍ଥିତ CBI ଅଫିସରେରେ ହାଜର ପାଇଁ କୁହାଯାଇଛି । ଯଦିଓ ସେ ଦିଲ୍ଲୀରେ ହାଜର ହେବାକୁ ଚିଠି ଲେଖି ଜଣାଇଥିଲେ । ପୂରା ମାମଲାକୁ ନେଇ ବିଜେଡି ରାଜ୍ୟ ସରକାରକୁ ଟାର୍ଗେଟ୍ କରିଥିବା ବେଳେ ଆଇନ ମନ୍ତ୍ରୀ କହିଛନ୍ତି, ଯିଏ ବି ଦୋଷୀ ହୁଅନ୍ତୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ବିଷ୍ଣୁପଦଙ୍କ ପାଇଁ ବଢିଲା ଅଡୁଆ । ଆସନ୍ତାକାଲି ଦିନ ୧୨ଟା ଯାଏଁ ଡେଡଲାଇନ୍। ତା ପୂର୍ବରୁ ବିଷ୍ଣୁପଦ ସେଠୀଙ୍କୁ ହାଜର ପାଇଁ ସିବିଆଇର କଡ଼ା ନିର୍ଦ୍ଦେଶ। ଏଣେ ବ୍ରିଜ୍‌ ଆଣ୍ଡ ରୁଫ୍ ଜିଏମଙ୍କୁ ବି ସିବିଆଇର ମାରାଥନ ଜେରା । ସୂଚନା ଅନୁସାରେ ବ୍ରିଜ୍ ଆଣ୍ଡ ରୁଫ୍ ଲିଙ୍କରେ ସମନ ପରେ ଭୁବନେଶ୍ୱର ପରିବର୍ତ୍ତେ ଦିଲ୍ଲୀ ସିବିଆଇ ଅଫିସରେ ହାଜର ହେବାକୁ ଚିଠି ଲେଖି ଜଣାଇଥିଲେ ବିଷ୍ଣୁପଦ । ଏମିତି କି ସିବିଆଇ କାର୍ଯ୍ୟାଳୟରେ ମଧ୍ୟ ପହଞ୍ଚିଥିଲେ । କିନ୍ତୁ ସିବିଆଇ ପକ୍ଷରୁ ସେଠାରେ ହାଜର ହେବାକୁ ସଫା ସଫା ମନା କରାଯାଇଥିଲା । ମାମଲାର ତଦନ୍ତକାରୀ ଅଧିକାରୀ ଭୁବନେଶ୍ୱରରେ ଥିବାରୁ ତାଙ୍କୁ ଭୁବନେଶ୍ୱର କାର୍ଯ୍ୟାଳୟରେ ହିଁ ହାଜର ହେବାକୁ କୁହାଯାଇଛି । ସୂଚନା ଅନୁସାରେ ଆସନ୍ତାକାଲି ଦିନ ୧୨ଟା ସୁଦ୍ଧା ତାଙ୍କୁ ହାଜର ହେବାକୁ ନିର୍ଦ୍ଦେଶ ରହିଛି ।

ଅଧିକ ପଢ଼ନ୍ତୁ: ବିଷ୍ଣୁପଦ-ଚଞ୍ଚଲଙ୍କ ଲିଙ୍କ୍‌କୁ ନେଇ ଆସିଲା ବଡ଼ ଖବର: ଦିଲ୍ଲୀରେ ହାଜର ହେବେ IAS ବିଷ୍ଣୁପଦ !

ଅନ୍ୟପଟେ ୩ ଅଭିଯୁକ୍ତଙ୍କ ରିମାଣ୍ଡ ସରିବା ପରେ ବି ଖୋଳତାଡ଼ ଜାରି ରଖିଛି ସିବିଆଇ । ଆଜି ବ୍ରିଜ୍ ଆଣ୍ଡ ରୁଫ୍ କଂପାନୀର ଜିଏମ୍ ବିକେ ସିଂଙ୍କୁ ଜେରା କରାଯାଇଛି । ଗତ ୫ ତାରିଖରେ ବିଷ୍ଣୁପଦ ସେଠୀ ଏବଂ ବ୍ରିଜ ଆଣ୍ଡ ରୁଫ୍ କଂପାନୀର GGM ଚଞ୍ଚଲ ମୁଖାର୍ଜୀଙ୍କ ସାକ୍ଷାତ ସମୟରେ ବିକେ ସିଂ ମଧ୍ୟ ଉପସ୍ଥିତ ଥିଲେ ।

ଏଣେ ବିଷ୍ଣୁପଦଙ୍କୁ ସିବିଆଇ ସମନ ନେଇ ବିବାଦ ଓ ରାଜନୀତି ତେଜିବାରେ ଲାଗିଛି। ବିଜେଡି କହିଛି ଅନେକ ସିବିଆଇ ମାମଲା ବିଳମ୍ବ ହୋଇଛି, ହେଲେ ଏଇ ମାମଲାରେ ତାରିଖ ପରେ ତାରିଖ ନଗଡ଼ି କାର୍ଯ୍ୟାନୁଷ୍ଠାନ ହେଉ । ବିଜେଡି ସରକାରରେ ଜିରୋ ଟଲେରାନ୍ସ ନୀତିରେ ୩ରୁ ୪ ଆଇଏଏସ୍ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହୋଇଥିଲା । ନୂଆ ସରକାର ଯଦି ଜିରୋ ଟଲେରାନ୍ସ ନୀତି କଥା କହୁଛନ୍ତି ତା ହେଲେ କାର୍ଯ୍ୟାନୁଷ୍ଠାନ କରନ୍ତୁ । ଏହା ଜବାବରେ ଆଇନ ମନ୍ତ୍ରୀ କହିଛନ୍ତି ତଦନ୍ତରେ ଦୋଷୀ ସାବ୍ୟସ୍ତ ହେଲେ ସରକାର ଚିନ୍ତା କରିବେ । ଆମେ ଆରମ୍ଭରୁ କହିଛୁ ଦୁର୍ନୀତି ପାଇଁ ଶୂନ୍ୟ ସହନଶୀଳ ନୀତି ରହିଛି । ଯିଏ ବି ଦୋଷୀ ହୁଅନ୍ତୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏସବୁ ଭିତରେ ଅପେକ୍ଷା କେବେ ସିବିଆଇରେ ହାଜର ହେବେ ଆଇଏଏସ ବିଷ୍ଣୁପଦ ସେଠୀ ? ଆଉ ସିବିଆଇକୁ ଦେବେ କେଉଁ ତଥ୍ୟ ?

ଅଧିକ ପଢ଼ନ୍ତୁ: ରତ୍ନଭଣ୍ଡାରକୁ ପ୍ରବେଶ କଲା ASI, ପ୍ରଥମ ଦିନରେ ସରିଲା ଭାରାବନ୍ଧା

  • Reported by:
  • JAGDISH DAS , CHANDAN PAIKRAY

OTV is now on Whatsapp

Join and get latest news update delivered to you via whatsapp

Join Now