• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଭିକାରୀଙ୍କ କଥା ମନରେ ଆସିଲେ, ପ୍ରଥମେ ଆପଣ କ’ଣ ଭାବନ୍ତି । ସେ ଚିରା ଫଟା କପଡ଼ା ପିନ୍ଧିଥିବ । ନୁଖୁରା ଚୁଟି ହୋଇଥିବ । ଅପରିଷ୍କାର ଥିବ । ଭିକାରୀ ପାଖରେ ଉତ୍କଟ ଦାରିଦ୍ର୍ୟ ପରିଲକ୍ଷିତ ହୁଏ । ବଞ୍ଚିବା ପାଇଁ କେତେ ଯେ ସଂଘର୍ଷ କରିବାକୁ ପଡ଼େ, ତାହା ଭିକାରୀକୁ ଦେଖିଲେ ଜଣାପଡ଼ିଯାଏ । ଦାରିଦ୍ରର ସୀମାରେଖା ତଳେ ରହୁଥିବା ଭିକାରୀ ଯଦି ଲକ୍ଷପତି ନୁହେଁ ବରଂ କୋଟିପତି ବାହାରେ .. ତେବେ ଆପଣ କ’ଣ ବିଶ୍ୱାସ କରିବେ କି ?

ସବୁଠାରୁ ଧନୀ ଭିକାରୀର ସମ୍ପତ୍ତି ସାଢେ ୭ କୋଟି ଟଙ୍କା! କେବଳ ଆମ ଦେଶର ସେ ଧନୀ ଭିକାରୀ ନୁହେଁ, ପୂରା ବିଶ୍ୱରେ ସେ ହେଉଛି ସବୁଠୁ ବଡ଼ ଧନୀ ଭିକାରୀ । ଆଉ ସେ ରହୁଛନ୍ତି, ମୁମ୍ବାଇରେ । ଭାରତ ଜୈନ ତାଙ୍କର ନାମ । ମୁମ୍ବାଇରେ ତାଙ୍କର ୨ଟି ଫ୍ଲାଟ ସହ ଏକାଧିକ ପ୍ଲଟ ରହିଛି । ଗତ ୪୦ ବର୍ଷ ଧରି ସେ ଭିକ୍ଷାବୃତ୍ତି କରୁଥିବା ବେଳେ ମାସକୁ ୬୦ ହଜାରରୁ ୭୫ ହଜାର ଟଙ୍କା ରୋଜଗାର କରୁଛନ୍ତି । ତାର ଦୈନିକ ରୋଜଗାର ୨ ହଜାରରୁ ଅଢେଇ ହଜାର ଟଙ୍କା ।

ଅଧିକ ପଢ଼ନ୍ତୁ: ‘ବିଜେପି ସରକାର ମହିଳାଙ୍କ ଦରମା ରୋକିବାକୁ ଷଡ଼ଯନ୍ତ୍ର କରୁଛି’

ପ୍ରାୟ ଦେଢ କୋଟି ଟଙ୍କା ଲେଖାଏଁରେ ତାଙ୍କର ଦୁଇଟି ଫ୍ଲାଟ ରହିଥିବା ବେଳେ ଥାନେ ଅଞ୍ଚଳରେ ଦୋକାନ ମଧ୍ୟ ରହିଛି । ଦୋକାନରୁ ସେ ମାସିକ ୩୦ ହଜାର ଟଙ୍କା ରୋଜଗାର କରୁଛନ୍ତି । ଭାରତ ଜୈନଙ୍କର ଦୁଇ ପୁଅ ମଧ୍ୟ ରହିଛନ୍ତି । ଆଉ ପୁଅମାନେ ହିଁ ତାଙ୍କୁ ବ୍ୟବସାୟରେ ସହଯୋଗ କରୁଛନ୍ତି । ତେବେ ଭାରତ ଜୈନଙ୍କର ମୋଟ୍ ସମ୍ପତ୍ତି ଦେଖିଲେ ବିଶ୍ୱାସ କରିହେବ ନାହିଁ । ଗୋଟେ ଭିକାରୀର ଏତେ ପରିମାଣର ସମ୍ପତ୍ତି ଭାରତରେ ଥିବା ଅନେକ କର୍ପୋରେଟ ପ୍ରଫେସନାଲଙ୍କଠାରୁ ମଧ୍ୟ ଅଧିକ ରହିଥିବା ପରି ମନେ ହୁଏ ।

ନିଜର ଅର୍ଥନୈତିକ ଦୁରବସ୍ଥା ପାଇଁ ସେ ଶିକ୍ଷା ଗ୍ରହଣ କରିବାରେ ବିଫଳ ହୋଇଥିଲେ । ଭାଗ୍ୟକୁ ଆଦରି ସେ ଭିକ୍ଷାବୃତ୍ତିକୁ ଆପଣେଇ ନେଇଥିଲେ । ଅନେକ ଚ୍ୟାଲେଞ୍ଜ ସତ୍ତ୍ୱେ ସେ ନିଜର ଦୁଇ ପୁଅଙ୍କର ବିବାହ କରାଇବା ସହ ସେମାନଙ୍କର ଶିକ୍ଷା ମଧ୍ୟ ସମାପ୍ତ କରାଇଥିଲେ । ଫଳରେ ତାଙ୍କର ମୋଟ୍ ସମ୍ପତ୍ତି ବଢ଼ିପାରିଥିଲା । ବର୍ତ୍ତମାନ ସମୟରେ ସେ ମାସିକ ୬୦ ରୁ ୭୦ ହଜାର ଟଙ୍କା ରୋଜଗାର କରୁଛନ୍ତି । ପୂରା ପରିବାରର ସମ୍ପତ୍ତି ୭ କୋଟି ପାର୍ କରିଛି ।

ତେବେ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଯେ, ଏତେ ସବୁ ସମ୍ପତ୍ତି ସତ୍ତ୍ୱେ ସେ ମୁମ୍ବାଇର ଛତ୍ରପତି ଶିବାଜୀ ଟର୍ମିନସ୍ ଏବଂ ଆଜାଦ ମଇଦାନ ପରି ସ୍ଥାନରେ ଭିକ୍ଷାବୃତ୍ତି ଜାରି ରଖିଛନ୍ତି । ତେବେ ଭରତ ଜୈନଙ୍କ କାହାଣୀ ନିଷ୍ଠା ଏବଂ ପରିଶ୍ରମର ଏକ ଉଲ୍ଲେଖନୀୟ ଉଦାହରଣ ବୋଲି କୁହାଯାଇପାରେ । ପ୍ରାରମ୍ଭିକ ପର୍ଯ୍ୟାୟରେ ସେ ସଂଘର୍ଷ କରି କେବଳ ପ୍ରଚୁର ଅର୍ଥ ସଂଗ୍ରହ କରିନାହାଁନ୍ତି ବରଂ ନିଜ ପରିବାର ପାଇଁ ଏକ ଉତ୍ତମ ଭବିଷ୍ୟତ ମଧ୍ୟ ସୁରକ୍ଷିତ କରିଛନ୍ତି ।

ଅଧିକ ପଢ଼ନ୍ତୁ: ପଦାରେ ପଡ଼ିଲା ରାଜ୍ୟ କଂଗ୍ରେସ କନ୍ଦଳ; ବିଧାନସଭାରେ ୨ ବିଧାୟକ କଥା କଟାକଟି...

OTV is now on Whatsapp

Join and get latest news update delivered to you via whatsapp

Join Now