/odishatv-khabar/media/post_attachments/uploadimage/library/16_9/16_9_0/IMAGE_1748453010.jpg)
୫ ପ୍ରସ୍ତାବକୁ କ୍ୟାବିନେଟ୍ ମୋହର
ରାଜ୍ୟ କ୍ୟାବିନେଟ୍ ବୈଠକରେ ୫ ପ୍ରସ୍ତାବକୁ ମୋହର । କ୍ୟାବିନେଟ୍ ମିଟିଂରେ ୫ ପ୍ରସ୍ତାବକୁ ମୋହର ନେଇ ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି । ସରକାରୀ ଚାକିରି ଆଶାୟୀଙ୍କ ପାଇଁ ଆଜି ରାଜ୍ୟ କ୍ୟାବିନେଟ୍ରେ ବଡ଼ ନିଷ୍ପତ୍ତି ନିଆଯାଇଛି । କ୍ୟାବିନେଟ୍ର ନିଷ୍ପତ୍ତି ଅନୁସାରେ ସରକାରୀ ଚାକିରି ପାଇଁ ଆବେଦନର ବୟସ ସୀମା ବୃଦ୍ଧି କରାଯାଇଛି । ଆବେଦନର ସର୍ବୋଚ୍ଚ ବୟସ ସୀମା ୪୨ ବର୍ଷକୁ ବୃଦ୍ଧି କରାଯାଇଛି । ପୂର୍ବରୁ ସର୍ବୋଚ୍ଚ ବୟସ ସୀମା ୩୨ ବର୍ଷ ଥିଲା, ଏବେ ୪୨କୁ ବୃଦ୍ଧି ହୋଇଛି । ଓଡ଼ିଶା ସିଭିଲ୍ ସର୍ଭିସ୍ ରୁଲ୍ ସଂଶୋଧନ ଆଧାରରେ ନିଷ୍ପତ୍ତି ନିଆଯାଇଛି । ୟୁନିଫର୍ମ ସେବା ବ୍ୟତୀତ ଅନ୍ୟ ସମସ୍ତ ଚାକିରି ପାଇଁ ବୟସ ସୀମା ବୃଦ୍ଧି ହୋଇଛି ।
#୫_ପ୍ରସ୍ତାବକୁ_କ୍ୟାବିନେଟ୍_ମୋହର
ରାଜ୍ୟ କ୍ୟାବିନେଟ୍ ବୈଠକରେ ୫ ପ୍ରସ୍ତାବକୁ ମୋହର । ୫ ପ୍ରସ୍ତାବକୁ ମୋହର ନେଇ ମୁଖ୍ୟ ଶାସନ ସଚିବଙ୍କ ସୂଚନା । AI ନୀତିକୁ କ୍ୟାବିନେଟ୍ ଅନୁମୋଦନ କରିଛି । #Odisha#CabinetMeeting#OTVpic.twitter.com/Chp7ae4BOk— ଓଟିଭି (@otvkhabar) May 28, 2025
ସେହିପରି AI ନୀତିକୁ ନେଇ ମଧ୍ୟ ରାଜ୍ୟ କ୍ୟାବିନେଟ୍ରେ ମୋହର ବାଜିଛି । ରାଜ୍ୟରେ AI ମିଶନ ଓ AI ସେଲ୍ ଗଠନ ହେବ । AIକୁ ପ୍ରୋତ୍ସାହନ ଦେବାକୁ ଭିତ୍ତିଭୂମି ସୁଦୃଢ଼ ହେବ ବୋଲି କ୍ୟାବିନେଟ୍ ବୈଠକ ପରେ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା । ସେହିପରି ଯୋରନ୍ଦା ମହିମା ଗାଦିରେ ଶୂନ୍ୟ ମଣ୍ଡପର ନିର୍ମାଣ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏଥିପାଇଁ ୧୭୧ କୋଟି ଟଙ୍କା ଖର୍ଚ୍ଚ ହେବ ଏବଂ ୩ ବର୍ଷରେ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ଅନ୍ୟପକ୍ଷରେ ଜଟାଧାର ମୁହାଣରେ ନିଜସ୍ବ ଜେଟି ସ୍ଥାପନ ହେବ । ଏନେଇ ରାଜ୍ୟ ସରକାର ଓ JSW ଉତ୍କଳ ଷ୍ଟିଲ୍ ଲିମିଟେଡ୍ ମଧ୍ୟରେ ଚୁକ୍ତି ହେବ । ସେହିପରି ଓଡ଼ିଶା ଚକ୍ଷୁ ଚିକିତ୍ସା ସେବାକୁ କ୍ୟାବିନେଟ୍ ଅନୁମୋଦନ ମିଳିଥିବା ମୁଖ୍ୟ ଶାସନ ସଚିବ କହିଛନ୍ତି ।
ଅଧିକ ପଢ଼ନ୍ତୁ: ରାଜ୍ୟରେ ପୁଣି ଡରାଇଲାଣି କରୋନା, ଭୁବନେଶ୍ବର ପାଲଟିଛି କୋଭିଡ୍ ହଟ୍ସ୍ପଟ୍
Forensic Evidence against punjilal: ତଦନ୍ତ ବାଟବଣା ପାଇଁ ଚିଠି ଲେଖିଥିଲା ପୁଞ୍ଜିଲାଲ, ଫରେନସିକ୍ ଯାଞ୍ଚରେ ଡଷ୍ଟବିନରୁ ମିଳିଥିଲା ପ୍ରମାଣ

Maoists Loot Explosives: ମାଓବାଦୀ ଲୁଟିଛନ୍ତି ୪ ଟନ୍ ବିସ୍ଫୋରକ! ରାଉରକେଲା ସୀମାରେ ହାଇଆଲର୍ଟ

Online Gaming Addiction: ପୁଅକୁ ଇଞ୍ଜିନିୟର କରିଥାନ୍ତେ...ସଂସାର ଉଜାଡିଦେଲା ଅନଲାଇନ ଗେମ୍

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)