Advertisment

Forensic Evidence against punjilal: ତଦନ୍ତ ବାଟବଣା ପାଇଁ ଚିଠି ଲେଖିଥିଲା ପୁଞ୍ଜିଲାଲ, ଫରେନସିକ୍ ଯାଞ୍ଚରେ ଡଷ୍ଟବିନରୁ ମିଳିଥିଲା ପ୍ରମାଣ

ଅଧ୍ୟାପନାରୁ ପାର୍ସଲ ବୋମାର ଅପରାଧ ଭିଆଇଥିବା ସାତିର ଦିମାଗଧାରୀ ପୁଞ୍ଜିଲାଲ୍ ମେହେର। ଏଭଳି ଭାବେ ୨ ମାସର ଲୁଚକାଳି ଭିତରେ ସାମ୍ନାକୁ ଆସିଥିଲା ଇଂରାଜୀରେ ଲେଖା ପୁଞ୍ଜିଲାଲର ବେନାମୀ ଚିଠି। ଯେଉଁ ଚିଠିରୁ ଖିଅ ଖୋଜୁ ଖୋଜୁ କ୍ରାଇଞ୍ଚବ୍ରାଞ୍ଚ ଖୋଲିଥିଲା ପୁଞ୍ଜିଲାଲର ପାପର ପେଡ଼ି।

author-image
Saroj Kumar Jena
undefined

punjilal

ବାପା, ମା’ଙ୍କ ନୟନ ପିତୁଳାକୁ ଶେଷ କରିଦେଇଥିଲା। ସଦ୍ୟ ବିବାହ କରିଥିବା ପତ୍ନୀ ମଥାରୁ ପୋଛି ଦେଇଥିଲା ସିନ୍ଦୂର। ହେଲେ ପ୍ରାଥମିକ ଭାବେ ତା’ବିରୋଧରେ ନା ମିଳିଥିଲା କୌଣସି ସୁରାଗ୍ ନା ଥିଲେ କୌଣସି ପ୍ରତ୍ୟକ୍ଷଦର୍ଶୀ। ପୋଲିସ ଡାଳେ ଡାଳେ ଗଲେ ନିଜେ ପତ୍ରେ ପତ୍ରେ ଯାଇ ଖସିଯାଉଥିଲା, ଅଧ୍ୟାପନାରୁ ପାର୍ସଲ ବୋମାର ଅପରାଧ ଭିଆଇଥିବା ସାତିର ଦିମାଗଧାରୀ ପୁଞ୍ଜିଲାଲ୍ ମେହେର। ଏଭଳି ଭାବେ ୨ ମାସର ଲୁଚକାଳି ଭିତରେ ସାମ୍ନାକୁ ଆସିଥିଲା ଇଂରାଜୀରେ ଲେଖା ପୁଞ୍ଜିଲାଲର ବେନାମୀ ଚିଠି। ଯେଉଁ ଚିଠିରୁ ଖିଅ ଖୋଜୁ ଖୋଜୁ କ୍ରାଇମବ୍ରାଞ୍ଚ ଖୋଲିଥିଲା ପୁଞ୍ଜିଲାଲର ପାପର ପେଡ଼ି।

Advertisment

ସିନ୍ଦୂର, ବୃଦ୍ଧ ବାପା-ମା’ଙ୍କ ଅଲିଅଳ ସନ୍ତାନ ସହ ଦୁଇ ଦୁଇ ଜଣଙ୍କ ଯିଏ ପ୍ରାଣ ନେଇଥିଲା, ତାର ନା ମିଳିଥିଲା ପ୍ରମାଣ ନା ଥିଲେ କୌଣସି ପ୍ରତ୍ୟକ୍ଷଦର୍ଶୀ। ହେଲେ ଅପରାଧୀ ଯେତେ ଚତୁର ହେଉ ନା କାହିଁକି, କେଉଁଠି ନା କେଉଁଠି ଛାଡ଼ିଯାଏ ସୁରାଗ୍। ଠିକ୍ ସେହି ନ୍ୟାୟରେ ଫିଟିଲା ପୁଞ୍ଜିଲାଲ ଦ୍ବାରା ସଂଘଟିତ ବିରଳରୁ ବିରଳତମ ଅପରାଧର ଗୁମର।

ଅଧିକ ପଢ଼ନ୍ତୁ: ବଢ଼ିଲା ମନ୍ତ୍ରୀ, ଅଫିସରଙ୍କ ମାସିକ ଗାଡ଼ି ଖର୍ଚ୍ଚ

ବେନାମୀ ଚିଠି, ଯାହାକୁ ନିଜେ ଘରେ ବସି ଟାଇପ୍ କରିଥିଲା ପୁଞ୍ଜିଲାଲ୍, ଆଉ ତଦନ୍ତକୁ ବିଭ୍ରାନ୍ତ କରିବା ପାଇଁ ପାଟଣାଗଡ଼ରୁ ପଠାଇଥିଲା ପୋଲିସକୁ। ରାୟପୁରରୁ ସ୍କାଏ କିଂ କୋରିୟରରେ ପାର୍ସଲ ଆସିଥିଲା ଏସ୍,କେ.ସିହ୍ନା ନାଁରେ। କିନ୍ତୁ ପୋଲିସକୁ ବିଭ୍ରାନ୍ତ କରିବା ପାଇଁ ଏସ୍.କେ.ସିହ୍ନା ନୁହଁ ଆର୍.କେ.ଶର୍ମା ପଠାଇଛି ବୋଲି ଲେଖିଥିଲା ଚିଠି। ସେହିପରି ରାୟପୁରରେ ଅପରାଧ ପାଇଁ ୩ ଜଣ ବ୍ୟକ୍ତି ଷଡ଼ଯନ୍ତ୍ର ରଚିଥିବା ଦର୍ଶାଇଥିଲା ଚିଠିରେ। ତତ୍କାଳୀନ କ୍ରାଇମବ୍ରାଞ୍ଚ ଆଇଜି ଏହାର ଖୁଲାସା କରି କହିଛନ୍ତି ଉଚ୍ଚକୋଟିର ଲେଖା ଏବଂ ଭାଷାଶୈଳୀ ଥିବା ଏହି ଚିଠିରୁ ହିଁ ମିଳିଥିଲା ସୁରାଗ। ପାଟଣାଗଡ଼ରେ ଏତେ ଭଲ ଇଂରାଜୀ ଲେଖୁଥିବା ବ୍ୟକ୍ତି କହିଲେ କେବଳ ପୁଞ୍ଜିଲାଲ୍ ହିଁ ଥିଲା। କାରଣ ସେ ଜଣେ ଇଂରାଜୀ ଅଧ୍ୟାପକ। ସେହିପରି ସେହି ଚିଠିରେ ଲାଗିଥିବା ଅଠା, ଟାଇପ୍ ହୋଇଥିବା କଂପ୍ୟୁଟର, ପ୍ରିଣ୍ଟର ଏବଂ ବଳକା ଲଫାପାର ସାଇଣ୍ଟିଫିକ୍ ତଦନ୍ତରୁ ମିଳିଲା ପ୍ରମାଣ। ତେଣୁ ପ୍ରଥମରୁ କେହି ପୁଞ୍ଜିଲାଲକୁ ସନ୍ଦେହ କରୁନଥିଲେ ମଧ୍ୟ ତାକୁ ପୋଲିସ ଧରି ଜେରା କରିବା ପରେ ସନ୍ଦେହ ବଢ଼ିଥିଲା ତା’ଉପରେ।

Advertisment

ବୋମା ତିଆରି ପାଇଁ ବ୍ୟବହୃତ ବାରୁଦ ଗୁଣ୍ଡ ବି ପୁଞ୍ଜିଲାଲ୍ ବିରୋଧରେ ଦେଇଥିଲା ପ୍ରମାଣ। ଏ ହେଉଛି ପାଟଣାଗଡ଼ର ସେହି ଡଷ୍ଟବିନ୍। ବାହାରୁ ବାଣ କିଣି ତାହାର ଅବଶେଷଗୁଡ଼ିକୁ ଫିଙ୍ଗିବା ସହ ଏଠାରେ ପୋଡ଼ିଦେଇଥିଲା। ଆଉ ବାରୁଦକୁ ବ୍ୟବହାର କରି ତିଆରି କରିଥିଲା ପାର୍ସଲ୍ ବମ୍। ତେବେ ସାଇଣ୍ଟିଫିକ୍ ଟିମ୍ ଦ୍ବାରା ଡଷ୍ଟବିନକୁ ନେଇ ଲ୍ୟାବରେ ପରୀକ୍ଷା ବେଳେ ଜଣାପଡ଼ିଥିଲା ବିସ୍ଫୋରଣ ପାଇଁ ଯେଉଁ ବାରୁଦ ତିଆରି ହୋଇଥିଲା, ସେହି ବାରୁଦର ଉପାଦାନ ହିଁ ଲାଗିଥିଲା ଡଷ୍ଟବିନରେ।

କ୍ରାଇମବ୍ରାଞ୍ଚସ୍ତରୀୟ ତଦନ୍ତ ପରିସର ଭିତରେ କେମିତି ତିଆରି ହୁଏ ପାର୍ସଲ ବୋମା, ତାହାର ଡେମୋ କରିଦେଖାଇଥିଲା ପୁଞ୍ଜିଲାଲ। ଏ ହେଉଛି ସେହି ଭିଡ଼ିଓ। ଅରୁଣ ବୋଥ୍ରାଙ୍କ ଆଗରେ ଡେମୋ କରି ଦେଖାଇଥିଲା। ଯାହାକୁ କୋର୍ଟରେ ଦାଖଲ କରାଯାଇଥିଲା।

ଏସବୁ ବ୍ୟତୀତ ୬୦ରୁ ଅଧିକ ସାକ୍ଷୀଙ୍କ ସାକ୍ଷ୍ୟଗ୍ରହଣ ବି କରିଥିଲା କ୍ରାଇମବ୍ରାଞ୍ଚ। ତେବେ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିବା ପାଇଁ ସବୁଠୁ ବଳିଷ୍ଠ ଆଧାର ଥିଲା ଫରେନ୍ସିକ୍ ଯାଞ୍ଚ। ଯାହା ପ୍ରତିଟି ଦିଗକୁ ପ୍ରମାଣିତ କରିଥିଲା। ଭଇଁଷା କଲେଜ୍ ଅଧ୍ୟକ୍ଷା ଥିବାବେଳେ ସୌମ୍ୟଶେଖରଙ୍କ ମା’ ସଂଯୁକ୍ତା ସାହୁଙ୍କ ସହ ବୃତ୍ତିଗତ ଶତ୍ରୁତାକୁ କେନ୍ଦ୍ରକରି ପୁଞ୍ଜିଲାଲ୍ ଭିଆଇଥିଲା ଏହି ଅପରାଧ। ତେବେ ଆଜିର ରାୟକୁ ନେଇ ସନ୍ତୋଷ ପ୍ରକାଶ କରିଥିବା ସୌମ୍ୟଶେଖରଙ୍କ ମା’ କହିଛନ୍ତି, ସାଧାରଣ ପ୍ରିନ୍ସପାଲ୍ ଇନ୍ ଚାର୍ଜ ପାଇଁ ଯେ ପୁଞ୍ଜିଲାଲ ଏତେବଡ଼ ଅପରାଧ ଭିଆଇବ, ମୁଁ ଭାବିପାରୁନି।

ଅଧିକ ପଢ଼ନ୍ତୁ: ଇରାନରେ ୩ ଭାରତୀୟଙ୍କ ପତ୍ତା ମିଳୁନି, ଅପହରଣ ଅଭିଯୋଗ ଆଣିଲେ ପରିବାର

Arun Bothra Crime Branch Punjilal Meher Punjilal
Advertisment
Advertisment