Advertisment

Maoists Loot Explosives: ମାଓବାଦୀ ଲୁଟିଛନ୍ତି ୪ ଟନ୍ ବିସ୍ଫୋରକ! ରାଉରକେଲା ସୀମାରେ ହାଇଆଲର୍ଟ

ମଙ୍ଗଳବାର। ସକାଳ ପ୍ରାୟ ୮ଟା ୫୦। ସୁନ୍ଦରଗଡର ବଡଗାଁରୁ ବିସ୍ଫୋରକ ବୋଝେଇ ଟ୍ରକ୍ ଝାଡଖଣ୍ଡ-ଓଡ଼ିଶା ସୀମାନ୍ତ ବାଙ୍କୋ ଖଣିରେ ପହଁଚିଥିଲା। ଗାଡିରୁ ବିସ୍ଫୋରକ ସାମଗ୍ରୀ ଓହ୍ଲାଇବା ବେଳେ ଘେରିଯାଇଥିଲେ ୩୦ରୁ ଅଧିକ ଅଜ୍ଞାତ ବ୍ୟକ୍ତି। ହାତରେ ଧରିଥିଲେ ବନ୍ଧୁକ। ଡ୍ରାଇଭରକୁ ଧମକାଇ ବିସ୍ଫୋରକ ସହ ଗାଡିକୁ ନେଇଯାଇଥିଲେ ଜଙ୍ଗଲକୁ।

author-image
Saroj Kumar Jena
undefined

mao

ଲୁଟିନେଲେ ୨୦୦ ପେଟି ବିସ୍ଫୋରକ ସାମଗ୍ରୀ। ପାଖାପାଖି ୪ ଟନ୍ ର ବିସ୍ଫୋରକ। ହେଲେ କିଏ ଏବଂ କାହିଁକି, କରିଛି ଲୁଟ୍। ଓଡ଼ିଶା-ଝାଡଖଣ୍ଡ ସୀମାନ୍ତ ବାଙ୍କୋ ଅଂଚଳରୁ ବିସ୍ଫୋରକ ସାମଗ୍ରୀ ଲୁଟ୍ ଘଟଣାର ଚାଲିଛି ଖୋଳତାଡ଼। ପୋଲିସ୍ ଡିଜି ଆଜି ଘଟଣାସ୍ଥଳରେ ଅନୁଧ୍ୟାନ କରିବା ସହ ରାଉରକେଲାରେ ମାଓ ଗତିବିଧି ନେଇ ବୈଠକ କରିଛନ୍ତି।

Advertisment

ବିସ୍ଫୋରକ ଭର୍ତ୍ତି ଗାଡି ଲୁଟର ଖିଅ ଖୋଜିବାକୁ ଘଟଣାସ୍ଥଳରେ ଖୋଦ୍ ପୋଲିସ ଡିଜି। ସାଙ୍ଗରେ ରାଜ୍ୟର ଟପ୍ ପୋଲିସ ଅଧିକାରୀ। ଚାଲିଛି ଘନ ଘନ ଯାଂଚ୍। କିଏ, କାହିଁକି ଏବଂ କେଉଁ ପରିସ୍ଥିତିରେ ଏଭଳି ବଡ଼ ଘଟଣା ଘଟିଲା, ତାର ତନାଘନା କରିଛନ୍ତି ଡିଜିପି ୱାଇ.ବି ଖୁରାନିଆ। ପ୍ରାଥମିକ ତଦନ୍ତରୁ ମାଓବାଦୀଙ୍କ ଆଡକୁ ସନ୍ଦେହ ଯାଉଥିବାରୁ ଜିଲ୍ଲାରେ ମାଓ ଗତିବିଧି ନେଇ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ବୈଠକ ବି କରିଛନ୍ତି।

ଅଧିକ ପଢ଼ନ୍ତୁ: ବଢ଼ିଲା ମନ୍ତ୍ରୀ, ଅଫିସରଙ୍କ ମାସିକ ଗାଡ଼ି ଖର୍ଚ୍ଚ

ମଙ୍ଗଳବାର। ସକାଳ ପ୍ରାୟ ୮ଟା ୫୦। ସୁନ୍ଦରଗଡର ବଡଗାଁରୁ ବିସ୍ଫୋରକ ବୋଝେଇ ଟ୍ରକ୍ ଝାଡଖଣ୍ଡ-ଓଡ଼ିଶା ସୀମାନ୍ତ ବାଙ୍କୋ ଖଣିରେ ପହଁଚିଥିଲା। ଗାଡିରୁ ବିସ୍ଫୋରକ ସାମଗ୍ରୀ ଓହ୍ଲାଇବା ବେଳେ ଘେରିଯାଇଥିଲେ ୩୦ରୁ ଅଧିକ ଅଜ୍ଞାତ ବ୍ୟକ୍ତି। ହାତରେ ଧରିଥିଲେ ବନ୍ଧୁକ। ଡ୍ରାଇଭରକୁ ଧମକାଇ ବିସ୍ଫୋରକ ସହ ଗାଡିକୁ ନେଇଯାଇଥିଲେ ଜଙ୍ଗଲକୁ। ସେଠାରେ ଗାଡିରୁ ସାମଗ୍ରୀ ଓହ୍ଲାଇ ଛାଡିଦେଇଥିଲେ ଡ୍ରାଇଭରକୁ। ପରେ ଗାଡି ମାଲିକଙ୍କ ସହ ସମ୍ପର୍କ କରି କେ. ବଲାଙ୍ଗ ପୋଲିସ ଚାଳକଙ୍କୁ ଉଦ୍ଧାର କରିଥିଲା।

Advertisment

ଘଟଣା ପରେ ତୁରନ୍ତ ଟିମ୍ ଗଠନ କରି ଛାନଭିନ୍ ଆରମ୍ଭ କରିଦେଇଥିଲା ପୋଲିସ। CRPF ସହ ମିଶି ସରଣ୍ଡା ଜଙ୍ଗଲରେ ଚାଲିଲା ତୁହାକୁ ତୁହା କମ୍ବିଂ ଅପରେସନ୍। ସନ୍ଧ୍ୟା ପ୍ରାୟ ୭ଟା ବେଳକୁ ଜଙ୍ଗଲରେ ମିଳିଥିଲା ଗାଡିର ସନ୍ଧାନ। ତେବେ ସେଥିରେ ବୋଝେଇ ହୋଇଥିବା ବିସ୍ଫୋରକ ଲୁଟ୍ ହୋଇଯାଇଥିଲା। ଇଏ ସେହି ଗାଡି। ଯେଉଁଥିରେ ଭର୍ତ୍ତି ହୋଇଥିଲା ୨ଶହ ପେଟି ବିସ୍ଫୋରକ। ଯାହାକୁ ଲୁଟିନେଇଛନ୍ତି ୩୦ରୁ ଅଧିକ ଅଜ୍ଞାତ ବ୍ୟକ୍ତି।

ମାଓଗଡ କୁହାଯାଉଥିବା ସରଣ୍ଡା ଜଙ୍ଗଲରେ କିଛି ଦିନ ହେବ ଜାରି ରହିଥିଲା ନକ୍ସଲ ବିରୋଧୀ ଅପରେସନ୍। ସିଆରପିଏଫ୍ ପକ୍ଷରୁ ଚାଲିଥିଲା ଘନ ଘନ କମ୍ବିଂ। ତେଣୁ ମାଓ ଅପରେସନକୁ ବିରୋଧ କରି ନକ୍ସଲ ବିସ୍ଫୋରକ ଲୁଟି ନେଇଥିବା ସନ୍ଦେହ କରାଯାଉଛି। ଛତିଶଗଡ ଅବୁଝମାଡ ଜଙ୍ଗଲରେ ମାଓନେତା ବାସବରାଜୁଙ୍କ ସମେତ ୨୮ ଜଣ ନକ୍ସଲଙ୍କୁ ଏନକାଉଣ୍ଟରର ପ୍ରତିବାଦରେ ମାଓବାଦୀ ଏଭଳି କାଣ୍ଡ ଘଟାଇଥାଇ ପାରନ୍ତି। ବିସ୍ଫୋରକ ଯୋଗାଇଥିବା ବ୍ୟବସାୟୀ, ଗାଡି ମାଲିକ ଏବଂ ଚାଳକଙ୍କ ଉପରେ ବି ପୋଲିସ ସନ୍ଦେହ କରୁଛି।

ଅଧିକ ପଢ଼ନ୍ତୁ: ଇରାନରେ ୩ ଭାରତୀୟଙ୍କ ପତ୍ତା ମିଳୁନି, ଅପହରଣ ଅଭିଯୋଗ ଆଣିଲେ ପରିବାର

Maoists Rourkela Explosive Materials
Advertisment
Advertisment