Advertisment

Coronavirus Outbreak: ରାଜ୍ୟରେ ପୁଣି ଡରାଇଲାଣି କରୋନା, ଭୁବନେଶ୍ବର ପାଲଟିଛି କୋଭିଡ୍ ହଟ୍‌ସ୍ପଟ୍‌

ପୁଣି ଡରାଇଲାଣି କରୋନା । ରାଜ୍ୟରେ ମେଲାଇଲାଣି କାୟା । ୫ ଜଣଙ୍କୁ କଲାଣି ଆକ୍ରାନ୍ତ। ଭୁବନେଶ୍ବର ପାଲଟିଛି କୋଭିଡ୍ ହଟ୍‌ସ୍ପଟ୍‌ । ସପ୍ତାହକ ତଳେ ମେ’ ୨୧ରେ ରାଜ୍ୟରେ ଚିହ୍ନଟ ହୋଇଥିଲା ଚଳିତ ବର୍ଷର ପ୍ରଥମ କୋଭିଡ୍ ପଜିଟିଭ ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
undefined

ଭୁବନେଶ୍ୱରରେ ବଢ଼ୁଛି କରୋନା କାୟା

ଓଡ଼ିଶାରେ ମାଡ଼ି ଚାଲିଛି କରୋନା ସଂକ୍ରମଣ । ସପ୍ତାହକରେ ଚିହ୍ନଟ ହେଲେଣି ୫ କୋଭିଡ୍ ପଜିଟିଭ୍, ତା ଭିତରୁ କେବଳ ଭୁବନେଶ୍ବରରୁ ୪ । ତେବେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ରାଜ୍ୟରେ ନିୟନ୍ତ୍ରଣରେ ଅଛି କୋଭିଡ୍ ସଂକ୍ରମଣ । କୌଣସି ଅସ୍ବାଭାବିକ ବୃଦ୍ଧି ଦେଖିବାକୁ ମିଳିନି। ଏବେ ପୁରୁଣା ଗାଇଡ୍ ଲାଇନ୍ ଅନୁସାରେ ଆବଶ୍ୟକ ପଦକ୍ଷେପ ନିଆଯାଉଛି ।

Advertisment

ଅଧିକ ପଢ଼ନ୍ତୁ: କାୟା ବିସ୍ତାରିଲାଣି କୋରନା; ୩ ରାଜ୍ୟରେ ୭ ଜୀବନ ବି ନେଲାଣି ନୂଆ ସଂକ୍ରମଣ 

ପୁଣି ଡରାଇଲାଣି କରୋନା । ରାଜ୍ୟରେ ମେଲାଇଲାଣି କାୟା । ୫ ଜଣଙ୍କୁ କଲାଣି ଆକ୍ରାନ୍ତ। ଭୁବନେଶ୍ବର ପାଲଟିଛି କୋଭିଡ୍ ହଟ୍‌ସ୍ପଟ୍‌ । ସପ୍ତାହକ ତଳେ ମେ’ ୨୧ରେ ରାଜ୍ୟରେ ଚିହ୍ନଟ ହୋଇଥିଲା ଚଳିତ ବର୍ଷର ପ୍ରଥମ କୋଭିଡ୍ ପଜିଟିଭ । କରୋନାରେ ଆକ୍ରାନ୍ତ ହୋଇଥିଲେ ଭୁବନେଶ୍ବରର ଜଣେ ୭୬ ବର୍ଷୀୟ ବୟସ୍କ। ସପ୍ତାହେ ନ ଛୁଉଁଣୁ ରାଜ୍ୟରେ ପୁଣି ଚିହ୍ନଟ ହେଲେଣି ଆଉ ୪ କରୋନା ଆକ୍ରାନ୍ତ। ଏମାନଙ୍କ ମଧ୍ୟରୁ ୩ ଜଣ ଭୁବନେଶ୍ବରରୁ ହୋଇଥିବା ବେଳେ ଜଣେ ଖୋର୍ଦ୍ଧା ଜଟଣୀ ଅଞ୍ଚଳର। ନୂଆ କୋଭିଡ୍ ପଜିଟିଭ୍‌ଙ୍କ ମଧ୍ୟରୁ ୩ ଜଣ ପୁରୁଷ ଓ ଜଣେ ମହିଳା । ଏ ସମସ୍ତ କରୋନା ଆକ୍ରାନ୍ତ ୨୦ରୁ ୩୫ ବର୍ଷ ବୟସ ମଧ୍ୟରେ, ଅର୍ଥାତ୍ ଯୁବଗୋଷ୍ଠୀ । ସମସ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି ।

Advertisment

ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ରାଜ୍ୟରେ କୋଭିଡ୍ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି। କୌଣସି ସ୍ଥାନରେ ଅସ୍ବାଭାବିକ ବୃଦ୍ଧି ଦେଖାଯାଇନି। ଏବେ ରାଜ୍ୟରେ ଦେଖାଦେଉଥିବା କୋଭିଡ୍ ଭାରିଆଣ୍ଟ ଘାତକ ନୁହେଁ । ତେଣୁ ବ୍ୟସ୍ତ କିମ୍ବା ଭୟଭୀତ ହେବାର କାରଣ ନାହିଁ। ଏମିତିକି କୋଭିଡକୁ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ କୌଣସି ନୂଆ ଗାଇଡ୍ ଲାଇନ୍ ଆସିନି। ୨୦୨୨ ମସିହାରେ ଜାରି ହୋଇଥିବା କୋଭିଡ୍ ଗାଇଡ୍ ଲାଇନ୍ ଅନୁସାରେ ନିଆଯାଉଛି ଆବଶ୍ୟକ ପଦକ୍ଷେପ ।

ଏସବୁ ଭିତରେ ଆସିଛି ରାଜ୍ୟରେ ଚିହ୍ନଟ ହୋଇଥିବା ପ୍ରଥମ କରୋନା ରୋଗୀଙ୍କ ଜିନମ୍ ସିକ୍ବେନ୍ସିଂ ରିପୋର୍ଟ । ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ବ୍ୟକ୍ତି ଜଣଙ୍କ ଓମିକ୍ରନ୍ ସବ୍ ଭାରିଆଣ୍ଟ JN-1ରେ ଆକ୍ରାନ୍ତ ହୋଇଥିଲେ । ଏବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ଅଛି, ଖୁବଶୀଘ୍ର ଘରକୁ ଫେରିବେ। ତେବେ ଆମ ରାଜ୍ୟ ସମେତ ଦେଶରେ କରୋନା ସଂକ୍ରମଣ ଉପରମୁହାଁ ହୋଇଥିବାରୁ ଚିନ୍ତା ପ୍ରକଟ କରିଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ। ବହୁବିଧ ରୋଗୀ, ଗର୍ଭବତୀ ମହିଳା, ବୟସ୍କ ଓ ଶିଶୁମାନେ ଅଧିକ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି। ମାସ୍କ ପରିଧାନ ସହ ସ୍ବଚ୍ଛତା ଅବଲମ୍ବନ କରିବାକୁ ଅପିଲ୍ କରିଛନ୍ତି। ଏସବୁ ଭିତରେ ଦେଶରେ କରୋନା ପଜିଟିଭ୍ ସଂଖ୍ୟା ହଜାରେ ପାର୍ କରିଥିବା ବେଳେ ୭ ଜଣଙ୍କ ମୃତ୍ୟୁ ହୋଇଥିବାରୁ ଆଗକୁ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ କି ମାର୍ଗଦର୍ଶିକା ଜାରି କରୁଛନ୍ତି, ତାହା ଉପରେ ସାରା ଦେଶର ନଜର ।

ଅଧିକ ପଢ଼ନ୍ତୁ: ଭାରତରେ ଚିହ୍ନଟ ହେଲା କୋଭିଡର ଦୁଇ ନୂଆ ଭ୍ୟାରିଆଣ୍ଟ, ଜାଣନ୍ତୁ ଏହା କେତେ କ୍ଷତିକାରକ

Bhubaneswar Odisha COVID-19
Advertisment
Related Articles
Advertisment