Advertisment

Bengaluru Techie Suicide Case: AI ଇଞ୍ଜିନିୟର ଅତୁଲଙ୍କ ଆତ୍ମହତ୍ୟା ମାମଲା; ଜେଲ୍ ଗଲେ ପତ୍ନୀ ନିକିତା-ଶାଶୁ-ଶାଳକ

ଅତୁଲ ସୁଭାଷଙ୍କ ଆତ୍ମହତ୍ୟା ମାମଲାରେ ବେଙ୍ଗାଳୁରୁ ପୋଲିସର ବଡ଼ ଆକ୍ସନ୍। ବନ୍ଧା ହୋଇ ଜେଲ ଗଲେ ଅତୁଲଙ୍କ ପତ୍ନୀ ନିକିତା ସିଂଘାନିଆଙ୍କ ସହ ଶାଶୁ ଓ ଶାଳକ।

author-image
Sujit kumar Swain
undefined

Bengaluru Techie Suicide Case

AI ଇଞ୍ଜିନିୟର ଅତୁଲ ସୁଭାଷଙ୍କ ଆତ୍ମହତ୍ୟା ମାମଲାରେ ବେଙ୍ଗାଳୁରୁ ପୋଲିସର ବଡ଼ ଆକ୍ସନ୍। ବନ୍ଧା ହୋଇ ଜେଲ ଗଲେ ଅତୁଲଙ୍କ ପତ୍ନୀ ନିକିତା ସିଂଘାନିଆଙ୍କ ସହ ଶାଶୁ ଓ ଶାଳକ। ମାମଲାରେ ଫେରାର ଥିବା ଚତୁର୍ଥ ଅଭିଯୁକ୍ତକୁ ଧରିବାକୁ ଅଭିଯାନକୁ ଜୋରଦାର କରିଛି ପୋଲିସ୍।ଏସବୁ ଭିତରେ ଅତୁଲଙ୍କ 4 ବର୍ଷର ପୁଅ ଏବେ କେଉଁଠି, ଜୀବୀତ କି ମୃତ ତାକୁ ନେଇ ପ୍ରଶ୍ନ ଉଠାଇ ତୁରନ୍ତ ନାତିକୁ ତାଙ୍କ ପାଖକୁ ଫେରାଇ ଦେବାକୁ ଦାବି କରିଛନ୍ତି ଅତୁଲଙ୍କ ବାପା।

Advertisment

ଶେଷରେ ଆଇନର ପଞ୍ଝାରେ ଅତୁଲ ସୁଭାଷଙ୍କ ଅଭିଯୁକ୍ତ ପତ୍ନୀ । ଘରୁ ଫେରାର ହେବାଠୁ ନେଇ ଆଗୁଆ ବେଲ୍ ପିଟିସନ୍ ଫେଲ୍ ମାରିଲା ଗିରଫଦାରୀ ଏଡ଼ାଇବାର ସବୁ ଚାଲ୍। ଗିରଫଦାରୀ ପରେ ବେଙ୍ଗାଳୁରୁ ପୋଲିସ ଜାରି କରିଛି ଏକ ଫଟୋ । ମଝିରେ ଠିଅ ହୋଇଛନ୍ତି ଅତୁଲଙ୍କ ପତ୍ନୀ ନିକିତା ସିଂଘାନିଆ। ବାମପଟେ ଶାଶୁ ନିଶା ସିଂଘାନିଆ ଓ ଡାହାଣରେ ଶାଳକ ଅନୁରାଗ ସିଂଘାନିଆ। ଏମାନଙ୍କ ନାଁରେ ଲାଗିଛି BNS ଧାରା ୧୦୮ (ଆତ୍ମହତ୍ୟା ପାଇଁ ଉସୁକେଇବା)ରେ ମାମଲା। ତେବେ ଘଟଣା ସାମ୍ନାକୁ ଆସିବା ପରଠୁ ଘରେ ତାଲା ଲଗାଇ ଏଠି ସେଠି ଲୁଚୁଥିବା ପତ୍ନୀ ନିକିତାଙ୍କୁ ପୋଲିସ ହରିୟାଣାର ଗୁରୁଗ୍ରାମରୁ ଉଠାଇଥିଲା ବେଳେ ଶାଶୁ ନିଶା ଓ ଶାଳକ ଅନୁରାଗଙ୍କୁ ଉତ୍ତରପ୍ରଦେଶର ପ୍ରୟାଗରାଜରୁ ଗିରଫ କରିବାରେ ସକ୍ଷମ ହୋଇଛି। ଏଥିସହ କୋର୍ଟରେ ହାଜର ପରେ ତିନି ଅଭିଯୁକ୍ତଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ବେଳେ ମାମଲାର ଅନ୍ୟତମ ଅଭିଯୁକ୍ତ ତଥା ନିକିତାଙ୍କ ଅନ୍ୟ ଜଣେ ସଂପର୍କୀୟ ଏବେ ବି ଫେରାର ଥିବା ସୂଚନା ଦେଇଛି ବେଙ୍ଗାଳୁରୁ ପୋଲିସ୍।

ଅଧିକ ପଢ଼ନ୍ତୁ: ସ୍ତ୍ରୀ ମାନେ ସାବଧାନ, ପରକୀୟା ପ୍ରୀତି ପାଇଁ ସ୍ୱାମୀ କରୁଛନ୍ତି ହତ୍ୟା !

Advertisment

ବିବାହ ବିଚ୍ଛେଦ ପାଇଁ 3 କୋଟି ମାଗୁଥିବା ଏବଂ 9ଟି ମିଛ ମାମଲା କରିଥିବା ପତ୍ନୀଙ୍କୁ ଦାୟୀ କରି ଏଆଇ ଇଞ୍ଜିନିୟର ଅତୁଲ ନିଜ ଜୀବନ ହାରିବା ପରେ ଏବେ ସାମ୍ନାକୁ ଆସିଛି ଆଉ ଏକ ଗୁରୁତ୍ବପୂର୍ଣ୍ଣ ତଥ୍ୟ। କୋର୍ଟରେ ଲିପିବଦ୍ଧ ବୟାନରୁ ଅତୁଲ ଓ ପତ୍ନୀଙ୍କ ଭିତରେ ବିବାଦକୁ ବଡ଼ କରିବାରେ ନିକିତାଙ୍କ ମା’ ନିଶାଙ୍କ ବଡ଼ ଭୂମିକା ଥିବା ଜଣାପଡିଛି। ମା’ ଓ ଓକିଲଙ୍କ ନିର୍ଦ୍ଦେଶରେ ସେ ଛାଡ଼ପତ୍ର ଆଦେବନ କରିଥିବା କୋର୍ଟକୁ କହିଛନ୍ତି ନିକିତା।

ଏପଟେ ପୁଅ ହତ୍ୟା ପାଇଁ ଦାୟୀ ବୋହୂ ସହ ତିନି ଅଭିଯୁକ୍ତଙ୍କ ଗିରଫଦାରୀ ପରେ ପୋଲିସକୁ ଧନ୍ୟବାଦ ଦେଇଥିଲେ ବି ନାତିକୁ ତୁରନ୍ତ ତାଙ୍କୁ ଫେରାଇ ଦେବାକୁ ଦାବି କରିଛନ୍ତି ଅତୁଲଙ୍କ ବାପା। ଏମିତିକି 4 ବର୍ଷ ନାତି କେଉଁଠି ଅଛି, ଜୀବିତ କି ମୃତ, ସେ ନେଇ ବି ସନ୍ଦେହ ପ୍ରକଟ କରିଛନ୍ତି।

ପତ୍ନୀଙ୍କ ନିର୍ଯାତନାରେ ଅତିଷ୍ଠ ହୋଇ ଆତ୍ମହତ୍ୟା କରିଥିଲେ ଅତୁଲ। ବିବାହ ବିଚ୍ଛେଦକୁ ନେଇ ଚାଲିଥିବା ମାମଲା ତାଙ୍କୁ ମାନସିକ, ଶାରୀରିକ, ଆର୍ଥିକ ଭାବେ ପ୍ରଭାବ ପକାଇଥିଲା। ବାଧ୍ୟ ହୋଇ ୨୪ ପୃଷ୍ଠାର ସୁଇସାଇଡ୍ ନୋଟ୍ ଲେଖି, ଦେଢ଼ ଘଣ୍ଟାର ଭିଡିଓ ଜାରି କରି ଶେଷରେ ଆତ୍ମହତ୍ୟା କରିଥିଲେ। ଶେଷ ଭିଡିଓରେ ସେ ପତ୍ନୀ ଓ ତାଙ୍କ ପରିବାର ଏପରିକି ଘଟଣାର ବିଚାର କରୁଥିବା ବିଚାରପତିଙ୍କୁ ବି ଏଥିପାଇଁ ସେ ଦାୟୀ କରିଥିଲେ। 

ଅଧିକ ପଢ଼ନ୍ତୁ: ଜୀବନ ହାରିବା ଆଗରୁ ଯନ୍ତ୍ରଣାଭରା ବାର୍ତ୍ତା, ପତ୍ନୀ ଦେଉଥିଲେ ମାନସିକ ନିର୍ଯ୍ୟାତନା

Police Bengaluru
Advertisment
Advertisment