Advertisment

Pakistan Flood Crisis: ପାଇଲା ପାନେ; ଭାରତ ଛାଡ଼ିଲା ପାଣି; ବୁଡ଼ିଲା ପାକିସ୍ତାନ

ଗୋଟିଏ ପଟେ ଭାରତ ସିନ୍ଧୁ ନଦୀରେ ଡ୍ୟାମ ପାଣି ଅଟକ ରଖିଥିବା ପାକିସ୍ତାନରେ କିଛି ଅଞ୍ଚଳରେ ଜଳର ଅଭାବ ଦେଖାଦେଇଛି । ଅନ୍ୟପଟେ ଝେଲମ ନଦୀରେ ପାଣି ଛାଡିଦେବା ଯୋଗୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ।

author-image
Tapaswini Nayak
ଅଦ୍ୟତନ ହୋଇଛି
pakistan

pakistan

ବୁଡ଼ିଲାଣି ପାକିସ୍ତାନ। ଲୋକେ ଡାକୁଛନ୍ତି ତ୍ରାହି ତ୍ରାହି। ପାଣି ଟୋପେ ପାଇଁ ଡହଳ ବିକଳ ହେଉଥିବା ପାକିସ୍ତାନରେ ଏବେ ଦେଖାଦେଇଛି ବନ୍ୟା ପିରସ୍ଥିତି। ଭାରତ ଝେଲମ ନଦୀର ପାଣି ହଠାତ୍ ଛାଡ଼ିବା ଦ୍ୱାରା ପାକିସ୍ତାନରେ ବନ୍ୟା ପରସ୍ଥିତି ସୃଷ୍ଟି ହୋଇଛି। ଭାରତ ନଜଣାଇ ହଠାତ୍ ପାଣି ଦେଇଥିବାରୁ ଏପରି ସ୍ଥିତି ଉପୁଜିଥିବା ପାକିସ୍ତାନ ଅଭିଯୋଗ କରିଛି।

Advertisment

ଅଧିକ ପଢ଼ନ୍ତୁ: ଖୋଜି ଖୋଜି ଟାର୍ଗେଟ୍‌,୧୦ ଆତଙ୍କବାଦୀଙ୍କ ଘର ସ୍ୱାହା

ବିନା କୌଣସି ସୂଚନାରେ ଗତକାଲି ହଠାତ୍ ଭାରତ ଝେଲମ ନଦୀର ପାଣି ଛାଡ଼ି ଦେଇଥିଲା। ଫଳରେ ପାକ୍ ଅଧିକୃତ କାଶ୍ମୀରର ମୁଜାଫରାବାଦ ନିକଟରେ ନଦୀର ଜଳସ୍ତର ହଠାତ୍ ବୃଦ୍ଧି ପାଇଛି। ପାକିସ୍ତାନର ଛକୋଟି ବର୍ଡରରୁ ମୁଜାଫରାବାଦ ପର୍ଯ୍ୟନ୍ତ ଅଞ୍ଚଳ ଜଳମଗ୍ନ ହୋଇଯାଇଛି । କିଛି ଗାଁ ପୂରା ପାଣି ଘେରରେ ରହିଛି । ଲୋକଙ୍କୁ ଉଦ୍ଧାର କରିବାକୁ ଅପରେସନ ଜାରି ରହିଛି । ମୁଜାଫରାବାଦ୍ ଅଞ୍ଚଳରେ ୨୦ ଫୁଟରୁ ଅଧିକ ପାଣି ପ୍ରବାହିତ ହେଉଛି। ପାକିସ୍ତାନର ହାତିଆନ୍ ବାଲା ଜିଲ୍ଲାରେ ଜରୁରୀକାଳୀନ ଆଲର୍ଟ ଜାରି ହୋଇଛି।

ଗୋଟିଏ ପଟେ ଭାରତ ସିନ୍ଧୁ ନଦୀରେ ଡ୍ୟାମ ପାଣି ଅଟକ ରଖିଥିବା ବେଳେ ପାକିସ୍ତାନରେ କିଛି ଅଞ୍ଚଳରେ ଜଳର ଅଭାବ ଦେଖାଦେଇଛି । ଅନ୍ୟପଟେ ଝେଲମ ନଦୀରେ ପାଣି ଛାଡିଦେବା ଯୋଗୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ।

Advertisment

ଉଲ୍ଲେଖଯୋଗ୍ୟ, ପହଲଗାମରେ ଆତଙ୍କୀ ଆକ୍ରମଣ ପରେ ସିନ୍ଧୁ ନଦୀ ଚୁକ୍ତି ରଦ୍ଦ କରିଛି ଭାରତ। ଫଳରେ ଟୋପାଏ ପାଣି ପାଇଁ ଡହଳବିକଳ ହେଉଛି ପାକିସ୍ତାନ। ଏହି ସମୟରେ ଭାରତ ହଠାତ୍ ଝେଲମ ନଦୀ ପାଣି ଛାଡ଼ିବା ଦ୍ୱାରା ପାକିସ୍ତାନରେ ବନ୍ୟା ପରସ୍ଥିତି ସୃଷ୍ଟି ହୋଇଛି।

ଅଧିକ ପଢ଼ନ୍ତୁ: ସାମ୍ନାକୁ ଆସିଲା ପହଲଗାମ୍ ନରସଂହାରର ନୃଶଂସ ଚିତ୍ର

Pakistan Jhelum River
Advertisment
Advertisment