Advertisment

Vande Bharat Express: ବନ୍ଦେ ଭାରତ ଏକ୍ସପ୍ରେସର ଦ୍ୱିତୀୟ ଟ୍ରାଏଲ ରନ୍

ବନ୍ଦେ ଭାରତ ଏକ୍ସପ୍ରେସର ଆଜି ହେଲା ଦ୍ୱିତୀୟ ଟ୍ରାଏଲ ରନ୍। ପୁରୀ-ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସର ଟ୍ରାଏଲ ରନ୍। ସେମି ହାଇସ୍ପିଡ୍ ଟ୍ରେନ୍‌ରେ ରହିଛି ୮ଟି କୋଚ୍।

ଅଦ୍ୟତନ ହୋଇଛି
Second trial run of Vande Bharat Express

Second trial run of Vande Bharat Express

Advertisment

ଆଜି ପୁରୀ-ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସର ଦ୍ୱିତୀୟ ଟ୍ରାଏଲ ରନ୍ ହୋଇଛି। ଏହି ସେମି ହାଇସ୍ପିଡ୍ ଟ୍ରେନ୍‌ରେ ୮ଟି କୋଚ୍ ରହିଛି। ଆଜି ସକାଳ ୫ଟାରେ ପୁରୀରୁ ବାହାରିଛି ବନ୍ଦେ ଭାରତ ଏକ୍ସପ୍ରେସ୍‌। ଏହା ଅପରାହ୍ନ ୧୨ଟା ୪୫ରେ ରାଉରକେଲାରେ ପହଞ୍ଚିବ। ଏହାପରେ ୨ଟା ୧୦ରେ ରାଉରକେଲାରୁ ବାହାରି ୯ଟା ୪୦ରେ ପୁରୀରେ ପହଞ୍ଚିବାର ଯୋଜନା ରହିଛି।

Advertisment

ଟ୍ରାଏଲ୍‌ ରନ୍‌ ଅବସରରେ ବନ୍ଦେ ଭାରତ ଏକ୍ସପ୍ରେସ ଖୋର୍ଦ୍ଧା ରୋଡ୍‌, ଭୁବନେଶ୍ୱର, କଟକ, ଢେଙ୍କାନାଳ, ଅନୁଗୁଳ, କେରଜାଙ୍ଗ, ସମ୍ବଲପୁର ସିଟି, ଝାରସୁଗୁଡ଼ା ଷ୍ଟେସନରେ ରହିବ। ବନ୍ଦେ ଭାରତ ଏକ୍ସପ୍ରେସ୍ ଭୁବନେଶ୍ୱର ଷ୍ଟେସନ୍‌ରେ ସକାଳ ୬ଟାରେ ପହଞ୍ଚିଥିଲା। ଏ ସମ୍ପର୍କୀତ ସୂଚନା ଆଗକୁ ଜାରି ରହିବ।

ମେ ୧୮ରେ ଓଡ଼ିଶାରେ ଗଡ଼ିଥିଲା ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ୍। ଭର୍ଚୁଆଲ ମୋଡ୍‌ରେ ଏହି ସେମି ହାଇସ୍ପିଡ୍ ଟ୍ରେନର ଶୁଭାରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଟ୍ରେନ୍‌ଟି ପୁରୀ-ହାୱଡା ମଧ୍ୟରେ ଚଳାଚଳ ଆରମ୍ଭ କରିଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ପୁରୀ ବିଧାୟକ ଓ ସାଂସଦ ଉପସ୍ଥିତ ଥିଲେ।

Advertisment

ତେବେ ସେତେବେଳେ ବନ୍ଦେ ଭାରତ ଲୋକାର୍ପଣ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଓଡ଼ିଶା ପକ୍ଷରୁ କେତେକ ଦାବି ରଖାଯାଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ପାଇଁ ଆଉ ୨ଟି ବନ୍ଦେ ଭାରତ ଦାବି କରିଥିଲେ। ପୁରୀ-ରାଉରକେଲା ଓ ଭୁବନେଶ୍ୱର-ହାଇଦ୍ରାବାଦ ବନ୍ଦେ ଭାରତ ପାଇଁ ଦାବି କରିଥିଲେ। ସେହିପରି ଅନୁଗୁଳ-ସୁକିନ୍ଦା ଓ ପାରାଦୀପ-ହରିଦାସପୁର ଲାଇନରେ ପାସେଞ୍ଜର ଟ୍ରେନ୍ ପାଇଁ ମଧ୍ୟ ଦାବି କରାଯାଇଥିଲା।

Vande Bharat Train Vande Bharat Express Train Vande Bharat Express
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ