Advertisment

Single Father Delivery Person: କୁନିଝିଅକୁ ସାଙ୍ଗରେ ଧରି ଡେଲିଭରୀ କରୁଥିଲେ ଏଜେଣ୍ଟ, ଆଉ ତା'ପରେ...

୨ ବର୍ଷର ଝିଅକୁ ସାଙ୍ଗରେ ନେଇ ଘରକୁ ଘର ବୁଲୁଥିଲେ ଡେଲିଭରୀ ଏଜେଣ୍ଟ । କାରଣ ପିଲାଟିର ଦେଖାଶୁଣା କରିବାକୁ ଘରେ କେହିନଥିଲେ । ଏହି ସମୟର ଫଟୋ ଭାଇରାଲ ହେବା ପରେ ଏ ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି ।

author-image
Namita Biswal
ଅଦ୍ୟତନ ହୋଇଛି
Single Father Delivery Person

Single Father Delivery Person

ସମସ୍ତଙ୍କୁ ଜୀବନରେ କିଛି ନା କିଛି ସଂଘର୍ଷ କରିବାକୁ ପଡ଼ିଥାଏ । ବିଶେଷ କରି କାର୍ଯ୍ୟରତ ମହିଳାମାନଙ୍କ କ୍ଷେତ୍ରରେ ନିଜ ପିଲାର ଯତ୍ନ ନେବା କଷ୍ଟକର ହୋଇଥାଏ । ତେଣୁ କେହି କେହି ନିଜ କର୍ମକ୍ଷେତ୍ରକୁ ସେମାନଙ୍କ ପିଲାକୁ ନେଇ ଯାଇଥିବାର ଦୃଶ୍ୟ ଆପଣ ଦେଖିଥିବେ । ହେଲେ କେବେ ଭାବିଛନ୍ତି କି? ଯେଉଁ ପିଲାଙ୍କ ମାଆ ନଥିବେ ସେମାନଙ୍କ ଯତ୍ନ ନେବ କିଏ? ଜଣେ ବାପା କ’ଣ ମାଆ ଭଳି ସବୁ ଦାୟିତ୍ୱ ତୁଲାଇ ପାରିବ? ବର୍ତ୍ତମାନ ଆମେ ଆପଣଙ୍କୁ ଏମିତି ଏକ ଘଟଣା ବିଷୟରେ କହିବାକୁ ଯାଉଛୁ ଯାହା ଜାଣିବା ପରେ ଆପଣଙ୍କ  ଏସବୁର ଉତ୍ତର ପାଇଯିବେ ।

Advertisment

ମମତାର ଏମିତି ଏକ ନିଚ୍ଛକ ଚିତ୍ର  ସାମ୍ନାକୁ ଆସିଛି ଯାହା ଦେଖିବା ପରେ ଆପଣଙ୍କ ଆଖିରେ ଲୁହ ଆସିଯିବ । ଡେଲିଭରୀ ଏଜେଣ୍ଟ ଭାବେ କାମ କରୁଥିବା ପଙ୍କଜ ନାମକ ଜଣେ ବ୍ୟକ୍ତି ନିଜର ଛୋଟ ଝିଅକୁ ସାଙ୍ଗରେ ଧରି ଡୋର୍ ଡୁ ଡୋର୍ କରୁଛନ୍ତି ଫୁଡ୍ ଡେଲିଭରୀ।  ଗୁରଗାଁଓ ସ୍ଥିତ ଏକ କମ୍ପାନୀ ସିଇଓ  ମାୟଙ୍କ ଅଗ୍ରୱାଲ ଏହି ଭିଡିଓଟି ଲିଙ୍କଡ ଇନ( LinkedIn) ରେ ପୋଷ୍ଟ କରିବା ପରେ ଲୋକଲୋଚନକୁ ଆସିଛି । ଆଉ ଭିଡିଓଟି ଜୋରଦାର ଭାଇରାଲ ମଧ୍ୟ ହୋଇଛି ।

ମାୟଙ୍କ ପୋଷ୍ଟ କରି ଲେଖିଛନ୍ତି, “ମୁଁ  କଲ୍ ରିସିଭ କଲି । ଆଉ ଡେଲିଭରୀ ବୟ କହିଲେ ଯେ ମୁଁ ପହଞ୍ଚି ସାରିଛି । ମୁଁ ତାଙ୍କୁ ଉପର ଫ୍ଲୋରକୁ ଆସିବାକୁ କହିଥିଲି । ପରେ ମୋତେ ଛୋଟ ପିଲାର ସ୍ୱର ଶୁଭିବାରୁ , ସାଙ୍ଗରେ କେହି ପିଲା ଅଛନ୍ତି ବୋଲି ପଚାରିଥିଲି । ସେ କହିଥିଲେ ହଁ । ଏହା ଜାଣିବା ପରେ ମୁଁ ତାଙ୍କୁ ମନା କରିବା ସହ ନିଜେ ତଳକୁ ଆସିବାକୁ କହିଥିଲି । ଏହାପରେ ତଳକୁ ଯାଇ ମୁଁ ଦେଖିଲି, ତାଙ୍କ ସହ ଛୋଟ ଝିଅଟିଏ ଅଛି । କାହିଁକି ତାକୁ ନିଜ ସାଙ୍ଗରେ ଆଣିଛ ବୋଲି ପଚାରିବାରୁ ଉତ୍ତରରେ ସେ କହିଥିଲେ ଯେ, ଘରେ କେହି ନାହାନ୍ତି । ଏଣୁ ସାଙ୍ଗରେ ଆଣିବାକୁ ପଡୁଛି । ଦୁର୍ଭାଗ୍ୟରୁ ପ୍ରସବ ସମୟରେ ତା’ ମାଆ ଆଖି ବୁଜିଦେଲା । ଦେଖାଶୁଣା କରିବାକୁ କେହି ନଥିବାରୁ କର୍ମକ୍ଷେତ୍ରକୁ ଆଣୁଥିବାରୁ ବହୁ ଟାହିଟାପରା ବି ଶୁଣିବାକୁ ପଡୁଛି । କେହି କେହି ଗ୍ରାହକ କହୁଛନ୍ତି, ଯେ ଠିକରେ କାମ କରିପାରୁନାହଁ ଯଦି ଘରେ ରୁହ । ତୁମ ପିଲା ତୁମର ସମସ୍ୟା ଆମର ନୁହେଁ । ଏସବୁ ଶୁଣିବା ପରେ ମୋତେ ଖୁବ ଦୁଃଖ ଅନୁଭବ ହେଲା । ଏପରିକି  ୨ ବର୍ଷର କୁନିଝିଅଟି ବାଇକ୍ ଉପରେ ଠିକ ଭାବେ ବସିବାରେ ମଧ୍ୟ ସକ୍ଷମ ନଥିଲା ।“

Advertisment

ସେପଟେ ଏହି ପୋଷ୍ଟରେ ୟୁଜରମାନେ କମେଣ୍ଟ କରି ଦୁଃଖ ପ୍ରକାଶ କରିଛନ୍ତି । ଆଉ କେହି କେହି କହିଛନ୍ତି, “ତାଙ୍କୁ ଏଭଳି ଏକ ଚାକିରି ମିଳୁ ଯେ, ସେ କୌଣସି ଏକ ସ୍ଥାନରେ ବସି ରହି ସହଜରେ କାମ କରିପାରିବେ । ଯାହାଦ୍ୱାରା ପିଲାଟିକୁ ସମ୍ଭାଳିବାରେ ସହଜ ହେବ ।“

ଅଧିକ ପଢନ୍ତୁ : କୁନି ଝିଅର ଶପଥ- 'ଯିଏ ବାପାଙ୍କୁ ମାରିଛି ତାକୁ ମାଟିରେ ମିଶାଇଦେବି'

Swiggy Delivery Boy Viral Video
Advertisment
Advertisment