/odishatv-khabar/media/post_attachments/uploadimage/library/16_9/16_9_0/IMAGE_1748255364.jpg)
ପ୍ରଥମ ଶପଥ କ୍ଷଣକୁ ମନେ ପକାଇଲେ ମୋଦି
ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା କ୍ଷଣକୁ ମନେ ପକାଇଲେ ପିଏମ ମୋଦି । ଗୁଜରାଟ ଦାହୋରେ ଜନସଭା ବେଳେ ୨୦୧୪ର ସେହି କ୍ଷଣ କଥା ମନେ ପକାଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜିର ଦିନ ଅର୍ଥାତ ୨୬ ମେ’ ୨୦୧୪ରେ ପ୍ରଥମ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ସେ ଶପଥ ନେଇଥିଲେ ।
ଅଧିକ ପଢ଼ନ୍ତୁ: ମହଙ୍ଗା ପଡିଲା କଏଦୀ ପ୍ରେମ, ୫ କନଷ୍ଟେବଲଙ୍କୁ ବାନ୍ଧିଲା ପୋଲିସ
ପ୍ରଥମେ ଗୁଜରାଟର ଜନତା ମୋତେ ଆଶୀର୍ବାଦ କରିଥିଲେ, ଏହା ପରେ ସାରା ଦେଶର କୋଟି କୋଟି ଲୋକ ମୋତେ ଆଶୀର୍ବାଦ କରିଥିଲେ ବୋଲି ଜନସଭାରେ କହିଛନ୍ତି ପିଏମ ମୋଦି । ତୃତୀୟ ଥର ପାଇଁ ଦେଶର ଲଗାତାର ପ୍ରଧାନମନ୍ତ୍ରୀ ହୋଇଛନ୍ତି ନରେନ୍ଦ୍ର ମୋଦି । ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାଇଁ ମୋଦି ଆଜି ଗୁଜରାଟ ଗସ୍ତରେ ଯାଇଛନ୍ତି । ତେବେ ଜନସଭା ପୂର୍ବରୁ ଦାହୋରେ ପିଏମ ମୋଦି ରେଲୱେ ପକ୍ଷରୁ ଲୋକମୋଟିଭ ମାନୁଫ୍ୟାକ୍ଚରିଂ ପ୍ଲାଣ୍ଟର ଉଦଘାଟନ କରିଥିଲେ । ଏହା ରେଲୱେର ମାଲ ପରିବହନ କ୍ଷମତା ଓ ଭିତ୍ତିଭୂମି ବୃଦ୍ଧି କରିବ । ଏହି ପ୍ଲାଣ୍ଟ ୯ ହଜାର HP ଇଲେକ୍ଟ୍ରିକ୍ ଲୋକମୋଟିଭ୍ ପ୍ରସ୍ତୁତ କରିବ । ଏହି ଅବସରରେ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଓ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଉପସ୍ଥିତ ଥିଲେ ।
ସୂଚନା ଅନୁସାରେ ଦୁଇ ଦିନିଆ ଗୁଜରାଟ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅପରେସନ ସିନ୍ଦୂର ପରେ ଜନ୍ମମାଟିକୁ ଏହା ତାଙ୍କର ପ୍ରଥମ ଗସ୍ତ । ଭଦୋଦରାରେ ପହଞ୍ଚି ରୋଡ୍ ଶୋ' କରିଛନ୍ତି ପିଏମ । ପ୍ରଧାନମନ୍ତ୍ରୀଙ୍କ ସ୍ୱାଗତ ପାଇଁ ବ୍ୟାପକ ଆୟୋଜନ କରାଯାଇଛି । ପ୍ରଧାନମନ୍ତ୍ରୀଙ୍କ ରୋଡ୍ ଶୋ' ସମୟରେ ବିଶାଳ ଜନ ସମୁଦ୍ର ଦେଖିବାକୁ ମିଳିଛି ।
ଅପରେସନ ସିନ୍ଦୂରରେ ଗୁରୁଦାୟିତ୍ୱ ନେଇଥିବା କର୍ଣ୍ଣେଲ ସୋଫିଆ କୁରେସିଙ୍କ ପରିବାର ଲୋକେ ମଧ୍ୟ ସେଠାରେ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା । ସେମାନେ ପୁଷ୍ପ ବୃଷ୍ଟି କରି ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ ଜଣାଇଥିଲେ । ମହିଳା ସଶକ୍ତିକରଣ ଦିଗରେ ପ୍ରଧାନମନ୍ତ୍ରୀଙ୍କ ଅବଦାନ ଅନେକ ବୋଲି ସୋଫିଆଙ୍କ ଭଉଣୀ ସାଏନା ସୁନସାରା କହିଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)



/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)