Jaipur Jail Scandal
କଏଦୀଙ୍କୁ ସହଯୋଗ କରିବା ପଡିଲା ମହଙ୍ଗା । ୫ ପୋଲିସଙ୍କୁ ଗିରଫ କଲା ପୋଲିସ । ୪ କଏଦୀ, ୫ ପୋଲିସ ଓ ଅନ୍ୟ ସହୟୋଗୀଙ୍କୁ ମିଶାଇ ମୋଟ୍ ୧୩ ଜଣ ଗିରଫ ହୋଇଛନ୍ତି । ପରେ ସମ୍ପୃକ୍ତ ୫ ପୋଲିସ କନଷ୍ଟେବଳଙ୍କୁ ନିଲମ୍ୱନ କରାଯାଇଛି । ନିଲମ୍ବିତ ପୋଲିସ ଅଧିକାରୀମାନେ ହେଲେ ସୁରେଶ କୁମାର, ମନୋଜ କୁମାର, ଦିନେଶ କୁମାର, ଅମିତ ଏବଂ ବିକାଶ । ରାଜସ୍ଥାନର ଜୟପୁର ସେଣ୍ଟ୍ରାଲ ଜେଲରେ ଏଭଳି ଘଟଣା ଦେଖିବାକୁ ମିଳିଛି ।
ଗାଡି ଓ ହୋଟେଲ ବୁକିଂ ସରିଥିଲା । ଜୟପୁର ସେଣ୍ଟ୍ରାଲ ଜେଲରୁ ଚିକିତ୍ସା ଆଳରେ କଏଦୀମାନେ ହସ୍ପିଟାଲ ଆସି ସେଠାରୁ ଚମ୍ପଟ ମାରିବାର ସବୁ ପ୍ଲାନିଂ କରିସାରିଥିଲେ । ଏଥିରେ ଡ୍ୟୁଟିରେ ଥିବା କନଷ୍ଟେବଳମାନେ ମଧ୍ୟ ସହଯୋଗ କରିଥିଲେ । ଆଉ ସତ ଜଣାପଡ଼ିବା ପରେ ସେମାନଙ୍କ ବିରୋଧରେ ନିଆଯାଇଛି କାର୍ଯ୍ୟାନୁଷ୍ଠାନ । ସୂଚନା ଅନୁସାରେ, ସେଣ୍ଟ୍ରାଲ ଜେଲରେ ବନ୍ଦୀ ଥିବା କୁଖ୍ୟାତ କଏଦୀମାନେ ଚିକିତ୍ସିତ ହେବା ଆଳରେ ଜୟପୁର ହସ୍ପିଟାଲରେ ଭର୍ତ୍ତି ହେବାର ଯୋଜନା ପ୍ରସ୍ତୁତ କରିଥିଲେ । ଏହାପରେ ପୂର୍ବ ଯୋଜନା ମୁତାବକ ସେଠାରୁ ଖସି ପଳାଇବାକୁ ଉଦ୍ୟମ କରିଥିଲେ । ଏପରିକି ଏକ ହୋଟେଲକୁ ଯାଇ ଗାର୍ଲଫ୍ରେଣ୍ଡ ସହ ସମୟ ବିତାଇବା ପାଇଁ ସେମାନେ ସ୍ଥିର କରିଥିଲେ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, କଏଦୀମାନଙ୍କ ଏହି ଯୋଜନାରେ ସାମିଲ ଥିଲେ ପୋଲିସ କନଷ୍ଟେବଳ।
କଏଦୀମାନେ ହେଲେ ରଫିକ(୪୦ ବର୍ଷ), ଲାଲୁ ଯାଦବ(୩୩ ବର୍ଷ), ଅଙ୍କିତ ସଞ୍ଜଲ( ୩୩ ବର୍ଷ), କରଣ ଗୁତା(୨୯ ବର୍ଷ) । ଏନେଇ ଜୟପୁର ଥାନା ଅଧିକାରୀଙ୍କୁ ବିଶେଷ ସୂତ୍ରରୁ ଖବର ମିଳିଥିଲା । ପରେ ଜୟପୁର-ପୂର୍ବ ଏଏସଆଇ ତେଜସ୍ୱିନୀ ଗୌତମଙ୍କ ତତ୍ତ୍ବାବଧାନରେ ଏକ ଟିମ୍ ଗଠନ ହୋଇଥିଲା । ଏହି ଟିମ ହସ୍ପିଟାଲରେ ପହଞ୍ଚିବା ପରେ ସେଠାରେ ଥିବା ଗାଡିଗୁଡିକ ଯାଞ୍ଚ କରିଥିଲେ । ପରେ ସତ ସାମନାକୁ ଆସିଛି ।
ଅଧିକ ପଢନ୍ତୁ : କଳାପାଣି ସଜା...ଯେଉଁଠି କଏଦୀମାନେ ମାଗୁଥିଲେ ମୃତ୍ୟୁର ଭିକ
COVID Surge: ହଜାରେ ଟପିଲା କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା: ସବୁଠୁ ଅଧିକ କେରଳରେ

Maoist Encounter: ଏନ୍କାଉଣ୍ଟରରେ ଟଳିଲା ହାର୍ଡକୋର ମାଓବାଦୀ, ମନୀଷ ସଫା

Jyoti Malhotra Espionage Case: ସରିଲା ସ୍ପାଏ ୟୁଟ୍ୟୁବର ଜ୍ୟୋତି ମଲହୋତ୍ରାଙ୍କ ରିମାଣ୍ଡ, କୋର୍ଟରେ କରାଯିବ ହାଜର
Jatra Actor Assault: ଯାତ୍ରା ନାଁରେ ଚାଲିଛି ଯାତରା, ଏଥର ଫସିବେ ନାଣ୍ଡୁ !

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)