Advertisment

Oxford graduate becomes delivery boy: ଅକ୍ସଫୋର୍ଡ ୟୁନିଭର୍ସିଟିରୁ ସ୍ନାତକ ପାସ୍,ଚାକିରି ନମିଳିବାରୁ କରୁଛନ୍ତି ଫୁଡ୍‌ ଡେଲିଭରୀ

ଅକ୍ସଫୋର୍ଡ ୟୁନିଭର୍ସିଟିରୁ ଗ୍ରାଜୁଏସନ୍ ପାସ୍ । ହେଲେ ମିଳୁନି ମନ ମୁତାବକ ଚାକିରି । ୧୦ରୁ ଅଧିକ ଇଣ୍ଟରଭ୍ୟୁ ଦେଇ ଥକିଗଲେ । ଶେଷରେ ଫୁଡ୍‌ ଡେଲିଭରୀ କରି ପେଟ ପୋଷୁଛନ୍ତି ଏହି ଉଚ୍ଚଶିକ୍ଷିତ ଯୁବକ । ଅସାଧାରଣ ଶିକ୍ଷା ସାଙ୍ଗକୁ ସାଧାରଣ ଚାକିରି କରି ଚର୍ଚ୍ଚାରେ ଏହି ଡେଲିଭରୀ ବଏ ।

author-image
Lipsa Mohapatra
ଅଦ୍ୟତନ ହୋଇଛି
Delivery boy

Delivery boy

ଚର୍ଚ୍ଚାରେ ଡେଲିଭରୀ ବଏ । ଅକ୍ସଫୋର୍ଡ ୟୁନିଭର୍ସିଟିରୁ ଗ୍ରାଜୁଏଟ୍ ହୋଇ ସୁଦ୍ଧା ମିଳିଲାନି ଚାକିରି । ଯେଉଁଥିପାଇଁ ପେଟ ପୋଷିବାକୁ ଡେଲିଭରୀ ବଏ ସାଜିଲେ ଯୁବକ । ଘରକୁ ଘର ବୁଲି ପହଞ୍ଚାଉଛନ୍ତି ଖାଦ୍ୟ । ବିଶ୍ୱର ଏକ ଟପ୍ ଶିକ୍ଷାନୁଷ୍ଠାନ ଭାବେ ଜଣାଶୁଣା ଅକ୍ସଫୋର୍ଡ ୟୁନିଭର୍ସିଟି । ସେଠାରେ ପଢିବାକୁ ସମସ୍ତଙ୍କର ଇଚ୍ଛା ଥାଏ । ହେଲେ କେହି କେହି ଅର୍ଥାଭାବ କାରଣରୁ ତ ଆଉ କେହି କେହି ଯୋଗ୍ୟ ବିବେଚିତ ନହେବା କାରଣରୁ ସେଠାରେ ଆଡମିସନ କରିପାରିନଥାନ୍ତି । ହେଲେ ଜଣେ ମେଧାବୀ ଛାତ୍ର ସେଠାରୁ ସ୍ନାତକ ଅଧ୍ୟୟନ ସାରିବା ପରେ ମଧ୍ୟ ଚାକିରି ନମିଳିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । 

Advertisment

ସୋସିଆଲ ମିଡିଆରେ ଯେଉଁ ଡେଲିଭରୀ ବଏଙ୍କୁ ନେଇ ଜୋରଦାର ଚର୍ଚ୍ଚା ହେଉଛି ସେ ହେଉଛନ୍ତି ଚୀନର ୩୯ ବର୍ଷୀୟ ଯୁବକ ଡିଙ୍ଗ୍ ୟୁଆନଝାଓ । ଆଉ ଚର୍ଚ୍ଚାର କାରଣର ହେଉଛି ତାଙ୍କର ଅସାଧାରଣ ଶିକ୍ଷା ସାଙ୍ଗକୁ ସାଧାରଣ ଚାକିରି । ଏନେଇ ଡିଙ୍ଗ୍ ୟୁଆନଝାଓଙ୍କ କହିବା କଥା ଏକ ଉପଯୁକ୍ତ ଚାକିରି ନମିଳିବା କାରଣରୁ ସେ ଫୁଡ୍‌ ଡେଲିଭରୀ କରୁଛନ୍ତି । ଏପରିକି ସମ୍ପୃକ୍ତ ଅଞ୍ଚଳରେ ସେ ସବୁଠୁ ପଢା ଲେଖା ଡେଲଭରୀ ବଏ ଭାବେ ବି ବେଶ ଜଣାଶୁଣା । 

ଏତେ ଶିକ୍ଷାଗତ ଯୋଗ୍ୟତା ଥାଇ ସୁଦ୍ଧା ଡିଙ୍ଗ୍ ୟୁଆନଝାଓଙ୍କୁ ମନ ମୁତାବକ ଚାକିରି ମିଳିଲା ନାହିଁ । କେତେକ କମ୍ପାନୀକୁ ସେ ବାୟୋଡାଟା ବି ପଠାଇଥିଲେ । ୧୦ରୁ ଅଧିକ ଇଣ୍ଟରଭ୍ୟୁ ବି ଦେଲେ । ଏପରିକି ସିଙ୍ଗୀପୁର ନ୍ୟାସନାଲ ୟୁନିଭର୍ସିଟିରେ ପୋଷ୍ଟ ଡକ୍ଟରାଲ ରିସର୍ଚ୍ଚର ଭାବେ କାମ ମଧ୍ୟ କରିଥିଲେ । କିନ୍ତୁ ଡିଙ୍ଗ୍‌ କହିବା କଥା ହେଲା, କୌଣସି ଚାକିରି ଛୋଟ କି ବଡ଼ ହୋଇନଥାଏ ।

Advertisment

ସୋସିଆଲ ମିଡିଆରେ ପୋଷ୍ଟ କରି ଡିଙ୍ଗ୍‌ କହିଛନ୍ତି, "ଏହା ଏକ ସ୍ଥାୟୀ ଚାକିରି ହୋଇଥିବାରୁ ପରିବାର ପ୍ରତିପୋଷଣ କରିପାରୁଛି । ଟିକିଏ ଅଧିକ ପରିଶ୍ରମ କରିବା ଦ୍ୱାରା ଆଉ ଟିକେ ଅଧିକ ରୋଜଗାର ବି ହେଉଛି । ଆଉ ମୋର ମଧ୍ୟ ଏକ୍ସରସାଇଜ୍ ହୋଇଯାଉଛି, ଫଳରେ ଶରୀର ବି ସୁସ୍ଥ ରହୁଛି ।"

ଅଧିକ ପଢନ୍ତୁ: ଡେଲିଭରୀ ବଏରୁ CISF ଚାକିରୀ, ରୋହିତଙ୍କ ସଂଘର୍ଷର କାହାଣୀ

Delivery Boy Food Delivery
Advertisment
Related Articles
Advertisment