• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଗୋଟିଏ କାନ୍ଥ...ଚାରି ଲିଟର ରଙ୍ଗ ଏବଂ ୨୩୩ ଜଣ କର୍ମଚାରୀ । ମଧ୍ୟପ୍ରଦେଶରେ ଠକେଇର ଅଦ୍ଭୁତ ଗଣତି । ସୀମା ଟପିଲା ରଙ୍ଗ କାମରେ ମହାଦୁର୍ନୀତି । ମାତ୍ର ୪ ଲିଟର ରଙ୍ଗ ବୋଳିବାକୁ ଲାଗିଲେ ୧୬୮ ଶ୍ରମିକଙ୍କ ସହ ୬୫ ମିସ୍ତ୍ରୀ । ଏମିତି ଏକ ଅଜବ ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ଶହଡୋଲ ଜିଲ୍ଲାରେ ଏକ ହାଇସ୍କୁଲରେ ।

ସ୍କୁଲର ରଙ୍ଗ ବିଲ୍‌ ଦେଖିଲେ ଆପଣଙ୍କ ହୋସ୍‌ ଉଡ଼ିଯିବ । ମାତ୍ର ୪ ଲିଟର ରଙ୍ଗ ବୋଳିବା ପାଇଁ ଖର୍ଚ୍ଚ ହୋଇଛି ୧ ଲକ୍ଷ ୬ ହଜାର ଟଙ୍କା । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ବିଲ୍‌କୁ ମଞ୍ଜୁର ଦେଇଛନ୍ତି ଖୋଦ୍‌ ଜିଲ୍ଲା ଶିକ୍ଷା ଅଧିକାରୀ । ତେବେ ଏହି ବିଲ୍‌ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ମଧ୍ୟପ୍ରଦେଶ କଂଗ୍ରେସ ସଭାପତି ଜିତୁ ପଟୱାରୀ ।

ଅଧିକ ପଢ଼ନ୍ତୁ: ସରକାରୀ ବଙ୍ଗଳା ଖାଲି କରୁନାହାନ୍ତି ପୂର୍ବତନ CJI ଜଷ୍ଟିସ୍ ଚନ୍ଦ୍ରଚୂଡ, କେନ୍ଦ୍ରକୁ ଚିଠି ଲେଖିଲା ସୁପ୍ରିମକୋର୍ଟ

ତେବେ ଏହା ଗୋଟିଏ ଘଟଣା ନୁହେଁ ଠିକ୍‌ ଏଭଳି ଏକ ମାମଲା ଦେଖିବାକୁ ମିଳିଛି ନିପାଣିଆ ଗାଁରୁ । ଯେଉଁଠାରେ ମାତ୍ର ୨୦ ଲିଟର ରଙ୍ଗ ପାଇଁ ବିଲ୍‌ ହୋଇଛି ୨ ଲକ୍ଷ ୩୦ ହଜାର । ଏହି ବିଲ୍‌ଟି ନିପାଣିଆ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବୋଲି କୁହାଯାଉଛି । ଭାଇରାଲ୍ ବିଲ୍ ଅନୁଯାୟୀ, ରଙ୍ଗ କରିବା ପାଇଁ ୨୭୫ ଶ୍ରମିକ ଏବଂ ୧୫୦ ରାଜମିସ୍ତ୍ରୀଙ୍କୁ ନିୟୋଜିତ କରାଯାଇଥିଲା ।

ଏହି ଭାଇରାଲ ବିଲ୍‌ରେ ଆଉ ଏକ ଅଜବ ଘଟଣା ଦେଖିବାକୁ ମିଳିଥିଲା । ସ୍କୁଲରେ ରଙ୍ଗ କାମ କରିଥିବା କମ୍ପାନି ମେ’ ୨୦୨୫ରେ ବିଲ୍ ପ୍ରସ୍ତୁତ କରିଥିଲା । କିନ୍ତୁ ସ୍କୁଲର ପ୍ରିନ୍ସିପାଲ ୪ ଏପ୍ରିଲ ୨୦୨୫ରେ ଅନୁମୋଦନ କରିଥିଲେ । ଅର୍ଥାତ୍, ବିଲ୍ ତିଆରି ହେବାର ଗୋଟିଏ ମାସ ପୂର୍ବରୁ ପ୍ରିନ୍ସିପାଲ ବିଲ୍ ଅନୁମୋଦନ କରିଥିଲେ । 

ଏନେଇ ଜିଲ୍ଲା ଶିକ୍ଷା ଅଧିକାରୀ ଏହି ମାମଲାରେ ପ୍ରତିକ୍ରିୟା ଦେଇ କହିଛନ୍ତି ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ବିଲ୍‌ର ତଦନ୍ତ କରାଯାଉଛି । ଯେଉଁ ତଥ୍ୟ ସାମ୍ନାକୁ ଆସିବ, ତା’ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ତେବେ ଆଗାମୀ ଦିନରେ ଏହି ଘଟଣା କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ତାହାକୁ ଅପେକ୍ଷା...