Advertisment

Delegation Plane Delayed : ଅଳ୍ପକେ ବର୍ତ୍ତିଲେ ସର୍ବଦଳୀୟ ପ୍ରତିନିଧି ଦଳ; ବିମାନ ଅବତରଣ ପୂର୍ବରୁ ହେଲା ଡ୍ରୋନ୍ ଆଟାକ୍

ଦୀର୍ଘ ସମୟ ଧରି ଆକାଶରେ ଚକ୍କର କାଟିଲା ସର୍ବଦଳୀୟ ଟିମ୍‌ର ବିମାନ । ମସ୍କୋ ଗସ୍ତରେ ଥିଲେ ସର୍ବଦଳୀୟ ଟିମ୍ । ଋଷ-ୟୁକ୍ରେନ ଯୁଦ୍ଧ ଏପରି ସ୍ଥିତି ଉପୁଜିଛି । ଆତଙ୍କବାଦ ବିରୋଧୀ ବାର୍ତ୍ତା ନେଇ ଭାରତରୁ ବିଭିନ୍ନ ଦେଶ ଗସ୍ତ କରୁଛନ୍ତି ଏହି ଟିମ୍ ।

author-image
Lipsa Mohapatra
ଅଦ୍ୟତନ ହୋଇଛି
All Party Team Moscow Visit

All Party Team Moscow Visit

ଅଳ୍ପକେ ବର୍ତ୍ତିଲା କାନିମୋଇଙ୍କ ବିମାନ। ମସ୍କୋ ଏୟାରପୋର୍ଟରେ ଡ୍ରୋନ୍ ଆଟାକ୍ ଯୋଗୁଁ ଆକାଶରେ ଘଣ୍ଟା ଘଣ୍ଟା ଧରି ଚକ୍କର କାଟିଲା ବିମାନ। ବିମାନରେ ଥିଲେ ଭାରତରୁ ଯାଇଥିବା ସର୍ବଦଳୀୟ ପ୍ରତିନିଧି ଦଳ। DMK ସାଂସଦ କାନିମୋଇଙ୍କ ନେତୃତ୍ବରେ ଏହି ପ୍ରତିନିଧି ଦଳ ରୁଷରେ ପହଞ୍ଚିଛି ।

Advertisment

ତେବେ ବିମାନ ଅବତରଣର କିଛି ସମୟ ପୂର୍ବରୁ ଡ୍ରୋନ୍ ଆକ୍ରମଣ ଯୋଗୁଁ ମସ୍କୋ ବିମାନବନ୍ଦର ସାମୟିକ ଭାବେ ବନ୍ଦ ରଖାଯାଇଥିଲା। ୟୁକ୍ରେନ୍ ପକ୍ଷରୁ ଏହି ଡ୍ରୋନ୍ ଆଟାକ ହୋଇଥିବା କୁହାଯାଉଛି। ଏଥିଯୋଗୁଁ ଆକାଶରେ ବେଶ୍ କିଛି ଘଣ୍ଟା ଧରି ଚକ୍କର କାଟିଥିଲା ବିମାନ। କୌଣସି ଘରୋଇ କିମ୍ବା ଅନ୍ତର୍ଜାତୀୟ ବିମାନକୁ ଅବତରଣ ପାଇଁ ଅନୁମତି ମିଳିନଥିଲା । ତେବେ ପରେ ବିମାନଟି ଏୟାରପୋର୍ଟରେ ସୁରକ୍ଷିତ ଭାବେ ଲ୍ୟାଣ୍ଡ୍ କରିଥିଲା । କାନିମୋଇଙ୍କ ନେତୃତ୍ବରେ ଯାଇଥିବା ଟିମ୍ କୁ ସ୍ବାଗତ କରିଥିଲେ ରୁଷ ସ୍ଥିତ ଭାରତୀୟ ଦୂତାବାସ ଅଧିକାରୀ। ଏହି ଟିମ୍ ରୁଷ ପରେ ଗ୍ରୀସ୍, ସ୍ଲୋଭେନିଆ ଓ ଲାତଭିଆ ମଧ୍ୟ ଯିବ।

ସୂଚନାଯୋଗ୍ୟ, ଅପରେସନ ସିନ୍ଦୂରକୁ ନେଇ ବିଦେଶ ଗସ୍ତରେ ରହିଛି ସର୍ବଦଳୀୟ ଟିମ୍ । ଏହି ସମୟରେ ଏପରି ଅଘଟଣ ଦେଖିବାକୁ ମିଳିଛି । ଗତ ୨୧ ତାରିଖରୁ ବିଭିନ୍ନ ଦେଶକୁ ଗସ୍ତ ଆରମ୍ଭ କରିଛନ୍ତି ସର୍ବଦଳୀୟ ପ୍ରତିନିଧି ମଣ୍ଡଳୀ ।  ୟୁଏଇକୁ ପ୍ରଥମ ପ୍ରତିନିଧି ଦଳ ଗସ୍ତ କରିବଥୁଲେ । ଏହାର ନେତୃତ୍ବ ନେଇଥିଲେ ଶିବସେନା ସାଂସଦ ଶ୍ରୀକାନ୍ତ ଏକନାଥ ସିନ୍ଦେ । ବର୍ତ୍ତମାନ କାନିମୋଝୀଙ୍କ ନେତୃତ୍ୱରେ ମସ୍କୋ ଗସ୍ତରେ ରହିଛି ସର୍ବଦଳୀୟ ଟିମ୍ । 

Advertisment

ଅଧିକ ପଢନ୍ତୁ : ୟୁସୁଫଙ୍କ ସ୍ଥାନରେ ଅଭିଷେକ ବାନାର୍ଜୀ, ସର୍ବଦଳୀୟ ପ୍ରତିନିଧି ଟିମରେ ସାମିଲ

Anti-Terrorism Exercise Moscow Russia Ukran War Operation Sindoor
Advertisment
Related Articles
Advertisment