/odishatv-khabar/media/post_attachments/uploadimage/library/16_9/16_9_0/IMAGE_1747740140.jpg)
Yusuf Out Abhishek In
ସର୍ବଦଳୀୟ ପ୍ରତିନିଧି ଟିମରେ ୟୁସୁଫ ପଠାନଙ୍କ ସ୍ଥାନ ନେବେ ଅଭିଷେକ ବାନାର୍ଜୀ । ୟୁସୁଫ୍ ପଠାନଙ୍କ ସ୍ଥାନରେ ଅଭିଷେକ ବାନାର୍ଜୀ ସାମିଲ ହେବା ନେଇ ଟିଏମସି ପକ୍ଷରୁ ସ୍ପଷ୍ଟ କରାଯାଇଛି । ସର୍ବଦଳୀୟ ପ୍ରତିନିଧି ଟିମ୍ ସହ ବିଦେଶ ଯିବେ ଅଭିଷେକ । କେନ୍ଦ୍ର ସହ ଆଲୋଚନା ପରେ ଅଭିଷେକଙ୍କ ନାଁ ଘୋଷଣା ହୋଇଛି। ସାଂସଦ ସଞ୍ଜୟ ଝା’ଙ୍କ ନେତୃତ୍ବାଧୀନ ଟିମ୍ରେ ରହିବେ ଅଭିଷେକ ବାନାର୍ଜୀ । ଗତକାଲି(ସୋମବାର) ୟୁସୁଫ୍ଙ୍କ ଚୟନକୁ ନେଇ ପ୍ରଶ୍ନ ଉଠାଇଥିଲା ଟିଏମ୍ସି । ବିଦେଶ ଗସ୍ତରେ ଯିବେ ନାହିଁ ବୋଲି ୟୁସୁଫ ମନା କରିଥିବା ସୂଚନା ମିଳିଥିଲା ।
ଆତଙ୍କବାଦ ବିରୋଧରେ ଜିରୋ ଟଲେରାନ୍ସ ନୀତିର ବାର୍ତ୍ତା ନେଇ ସହଯୋଗୀ ରାଷ୍ଟ୍ର ଗସ୍ତ କରିବା ଉଦ୍ଦେଶ୍ୟରେ ଗଠନ ହୋଇଛି ସର୍ବଦଳୀୟ ଟିମ୍ । ଏଥିରେ ବିଭିନ୍ନ ଦଳର ନେତୃତ୍ୱ ସାମିଲ ଥିବାବେଳେ ତୃଣମୂଳ କଂଗ୍ରେସ ପକ୍ଷରୁ କିଏ ଯିବ ସେନେଇ ଦ୍ୱନ୍ଦ୍ୱ ଲାଗି ରହିଥିଲା । ୟୁସୁଫଙ୍କ ସ୍ଥାନରେ ଅଭିଷେକ ବାନାର୍ଜୀ ସର୍ବଦଳୀୟ ଟିମରେ ସାମିଲ ହେବେ ବୋଲି ଜଣାପଡ଼ିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)



/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)