/odishatv-khabar/media/post_attachments/uploadimage/library/16_9/16_9_0/IMAGE_1748006786.jpg)
Gun Factory Kingpin
କଟକ ବୟାଳିଶ ମୌଜା ବେଆଇନ୍ ବନ୍ଧୁକ ରାକେଟ ମାମଲାର ମାଷ୍ଟରମାଇଣ୍ଡ ଗିରଫ । ବିହାର ମୁଙ୍ଗେରରୁ ଧରାପଡ଼ିଲା ମାଷ୍ଟରମାଇଣ୍ଡ ମହମ୍ମଦ ଅସଲମ୍ । କ୍ରାଇମବ୍ରାଞ୍ଚ STF ଅସଲମକୁ ମୁଙ୍ଗେରରୁ ଗିରଫ କରିଛି । ତା' ନାଁରେ ବିହାର ଓ ପଶ୍ଚିମବଙ୍ଗରେ ମଧ୍ୟ ମାମଲା ରହିଛି । ଅଧିକ ତଥ୍ୟ ପାଇଁ ତାକୁ ରିମାଣ୍ଡରେ ଆଣିଛି କ୍ରାଇମବ୍ରାଞ୍ଚ । ଗତ ମାର୍ଚ୍ଚ ୧୩ ତାରିଖରେ କଟକ ବୟାଳିଶି ମୌଜାରେ ଚୋରା ବନ୍ଧୁକ କାରଖାନା ଠାବ ହୋଇଥିଲା ।
ଅଧିକ ପଢ଼ନ୍ତୁ: ଫିଟିଲା ମାଉଜର ମିଷ୍ଟ୍ରି; ମୁଙ୍ଗେରରୁ ଆଣୁଛନ୍ତି, ଓଡ଼ିଶାରେ ମଣିଷ ମାରୁଛନ୍ତି
ବୟାଳିଶି ମୌଜାରେ ଚଢ଼ାଉ ବେଳେ ବିଭିନ୍ନ ସାଇଜର ୩୦ରୁ ଅଧିକ ଅର୍ଦ୍ଧନିର୍ମିତ ବନ୍ଧୁକ ଜବତ କରାଯାଇଥିଲା । ପୂର୍ବରୁ କାରଖାନାରେ ନିୟୋଜିତ ଥିବା ବିହାରୀ କାରିଗରଙ୍କ ସମେତ ୫ ଜଣଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ । ତଦନ୍ତ ପରେ ଜଣାପଡ଼ିଥିଲା ଏଠାରୁ ପ୍ରାୟ ୨ ଶହ ଚୋରା ବନ୍ଧୁକ ଯାଇଥିଲା ବଜାରକୁ । ବୟାଳିଶ ମୌଜା ଲିଙ୍କ୍ ଖୋଜି ଖୋଜି STF ପହଞ୍ଚିଥିଲା ବିହାର ମୁଙ୍ଗେରରେ ।
ବୟାଳିଶ ମୌଜାରେ ତିଆରି ହେଉଥିଲା ମାଉଜର ଛାଞ୍ଚ, ମୁଙ୍ଗେରରେ ଦିଆଯାଉଥିଲା ଫାଇନାଲ୍ ଟଚ୍ । ସେଠାରୁ ଭାୟା କଟକ ହୋଇ ଚାଲାଣ ହେଉଥିଲା ଗଞ୍ଜାମ, ବାଲେଶ୍ୱର, ପୁରୀ, ଫୁଲବାଣୀ ଆଦି ବିଭିନ୍ନ ଜିଲ୍ଲାକୁ । ଏବେ ମାଷ୍ଟରମାଇଣ୍ଡ ମହମ୍ମଦ ଅସଲମ୍ ଗିରଫ ହେବା ପରେ ବନ୍ଧୁକ କାରବାରର ପୂରା ରାକେଟର ପର୍ଦ୍ଦାଫାସ ହେବା ଆଶା କରାଯାଉଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)