Advertisment

Ministries New Building: ବଦଳିବ କେନ୍ଦ୍ର ସରକାରଙ୍କ ମନ୍ତ୍ରାଳୟର ଠିକଣା, କେଉଁଠି ରହିବ ନୂଆ ବିଲ୍ଡିଂ ? ଜାଣନ୍ତୁ...

ସଂସଦ ପରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରାଳୟର ଠିକଣା ବଦଳିବାକୁ ଯାଉଛି । ଅଫିସ ସ୍ଥାନାନ୍ତର ପାଇଁ ଗୃହ ଓ ସହର ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । କେଉଁଠି ରହିବ ଏହି ନୂଆ ବିଲଡିଂ, କେବେ ସିଫ୍ଟ ହେବ କେଉଁ ମନ୍ତ୍ରାଳୟ? ଜାଣନ୍ତୁ ।

author-image
Lipsa Mohapatra
ଅଦ୍ୟତନ ହୋଇଛି
Ministry New Building

Ministry New Building

ସଂସଦ ପରେ ଏବେ ବଦଳିବାକୁ ଯାଉଛି କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରାଳୟର ଠିକଣା । ନର୍ଥ ଓ ସାଉଥ ବ୍ଲକ ବଦଳରେ କର୍ତ୍ତବ୍ୟ ପଥରେ ନୂଆ ତିଆରି ହୋଇଥିବା କମନ ସେଣ୍ଟ୍ରାଲ ସେକ୍ରେଟାରିଏଟ ବିଲଡିଂରେ ଚାଲିବ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରାଳୟ । ଏହି କୋଠାକୁ ଅଫିସ ସ୍ଥାନାନ୍ତର ପାଇଁ ଗୃହ ଓ ସହର ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । କମନ ସେଣ୍ଟ୍ରାଲ ସେକ୍ରେଟାରିଏଟ କୋଠାରେ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରାଳୟ ପାଇଁ ସ୍ଥାନ ଚିହ୍ନଟ କରାଯାଇଛି । ସେଣ୍ଟ୍ରାଲ ଭିଷ୍ଟା ପ୍ରୋଜେକ୍ଟ ଅଧୀନରେ ଏହି ନୂଆ କେନ୍ଦ୍ରୀୟ ସଚିବାଳୟ କୋଠା ନିର୍ମାଣ କରାଯାଇଛି ।

Advertisment

ପ୍ରଥମ ପର୍ଯ୍ୟାୟରେ ସ୍ୱରାଷ୍ଟ୍ର, ବୈଦେଶିକ ବ୍ୟାପାର, ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ, କାର୍ମିକ ଓ ତାଲିମ, ଗ୍ରାମୀଣ ବିକାଶ ମନ୍ତ୍ରାଳୟ ଏବଂ  ପ୍ରିନସିପାଲ ସାଇଣ୍ଟିଫିକ ଆଡଭାଇଜରଙ୍କ କାର୍ଯ୍ୟାଳୟକୁ ନୂଆ କମନ ସେଣ୍ଟ୍ରାଲ ସେକ୍ରେଟାରିଏଟ କୋଠାକୁ ସ୍ଥାନାନ୍ତର କରାଯିବ । ଏବେ ଗୃହ ମନ୍ତ୍ରଣାଳୟ  ନର୍ଥ ବ୍ଲକରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସାଉଥ୍ ବ୍ଲକ ଏବଂ ଶାସ୍ତ୍ରୀ ଭବନରେ, ପେଟ୍ରୋଲିୟମ ଓ ପ୍ରାକୃତିକ ମନ୍ତ୍ରଣାଳୟ ଶାସ୍ତ୍ରୀ ଭବନରେ କାର୍ଯ୍ୟ କରୁଛି । ତେବେ ଏହି ପରିବର୍ତ୍ତନ ସହ ଗତ ୧୦୦ ବର୍ଷର ଇତିହାସ ବଦଳିବାକୁ ଯାଉଛି । 

ଅଧିକ ପଢନ୍ତୁ : ଜୁଲାଇ ୨୧ରୁ ସଂସଦର ମୌସୁମୀ ଅଧିବେଶନ, ଉଠିପାରେ ପହଲଗାମ ଆକ୍ରମଣ ପ୍ରସଙ୍ଗ

Advertisment
Central Vista Project Union Ministry
Advertisment
Related Articles
Advertisment