Monsoon Session
ଜୁଲାଇ ୨୧ରେ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବ । ଜୁଲାଇ ୨୧ରୁ ଆରମ୍ଭ ହୋଇ ଅଗଷ୍ଟ ୧୨ ତାରିଖ ଯାଏଁ ଚାଲିବ ଗୃହ । ଏନେଇ ସୂଚନା ଦେଇଛନ୍ତି ସଂସଦୀୟ କାର୍ଯ୍ୟମନ୍ତ୍ରୀ କିରଣ ରିଜିଜୁ । ମନ୍ତ୍ରୀ କହିଛନ୍ତି, "ଏହି ଅଧିବେଶନରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବ । ଗୃହରେ ଶୃଙ୍ଖଳା ରଖିବା ପାଇଁ ବିରୋଧୀଙ୍କ ସହଯୋଗ ଲୋଡୁଛୁ । ବିରୋଧୀଙ୍କ ଭାଗୀଦାରି ଲୋକତନ୍ତ୍ରର ଆତ୍ମା ।" ମୌସୁମୀ ଅଧିବେଶନ ସମୟରେ ବହୁ ଗୁରୁତ୍ୱପୂର୍ଣ୍ଣ ବିଲ୍ ଉପରେ ମଧ୍ୟ ଆଲୋଚନା ହେବ ।
ସଂସଦରେ ବୀମା ସଂଶୋଧନ ବିଲ୍ ଉପସ୍ଥାପନ ହୋଇପାରେ ବୋଲି କୁହାଯାଉଛି । ସେହିପରି ଅପରେସନ ସିନ୍ଦୂର ଉପରେ ମଧ୍ୟ ଆଲୋଚନା ହେବ ବୋଲି ଚର୍ଚ୍ଚା ହେଉଛି । ପହଲଗାମ ଆକ୍ରମଣ ନେଇ ସରକାରଙ୍କୁ ଘେରିପାରନ୍ତି ବିରୋଧୀ । ସୂଚନାଯୋଗ୍ୟ, ଇଣ୍ଡି ମେଣ୍ଟର ୧୬ ବିରୋଧୀ ଦଳ ଅପରେସନ ସିନ୍ଦୂର ନେଇ ଆଲୋଚନା କରିବାକୁ ଦାବି କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି । କହିରଖୁଛୁ, ଏହା ପୂର୍ବରୁ ୩୧ ଜାନୁଆରୀରେ ସଂସଦର ବଜେଟ୍ ଅଧିବେଶନ ବସିଥିଲା । ୪ ଏପ୍ରିଲରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଉଭୟ ଲୋକସଭା ଓ ରାଜ୍ୟସଭାକୁ ସ୍ଥଗିତ ରଖାଯାଇଥିଲା । ଏହା ଥିଲା ଚଳିତ ବର୍ଷର ପ୍ରଥମ ସଂସଦ ଅଧିବେଶନ । ଜୁଲାଇ ୨୧ରେ ଦ୍ୱିତୀୟ ଥର ଅଧିବେଶନ ବସିବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)