Advertisment

Odisha Weather Alert: ଆଜିଠୁ ଖସିବ ତାପମାତ୍ରା,ଏହିସବୁ ଜିଲ୍ଲାରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା !

ଆଜିଠୁ ରାଜ୍ୟରେ ୨ରୁ ୩ ଡିଗ୍ରୀ ଖସିବ ତାପମାତ୍ରା I ଗରମ, ଗୁଳୁଗୁଳିରୁ ମିଳିବ ମୁକ୍ତି । ରଜ ବେଳକୁ ଅର୍ଥାତ୍ ଆସନ୍ତା ୧୪ ତାରିଖ ରାଜ୍ୟର ଅନେକ ଜିଲ୍ଲାରେ ମୌସୁମୀ ଜନିତ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର I

author-image
Namita Biswal
ଅଦ୍ୟତନ ହୋଇଛି
Temp To Dip In Odisha

Temp To Dip In Odisha

ଆଜିଠୁ ତାତିରୁ ମିଳିବ ମୁକ୍ତି । କମିବ ଗୁଳୁଗୁଳି । କିଛି ଦିନ ଧରି ଦିନରେ ଖରା, ଗରମ ଓ ମଧ୍ୟାହ୍ନରେ କାଳବୈଶାଖୀ ଜନିତ ବର୍ଷା ଲାଗି ରହିଥିବା ବେଳେ ଗରମ ଗୁଳୁଗୁଳି ବଢି ଚାଲିଥିଲା  I ହେଲେ ଆଜିଠୁ ୨ରୁ ୩ ଡିଗ୍ରୀ ତାପମାତ୍ରା ଖସିବ I  କାରଣ ରାଜ୍ୟକୁ ପୁଣି ଫେରୁଛି ମୌସୁମୀ ଜନିତ ବର୍ଷା I ଆସନ୍ତା ୧୪ ତାରିଖ ଅର୍ଥାତ୍ ରଜ ବେଳକୁ ରାଜ୍ୟର ଅନେକ ଜିଲ୍ଲାରେ ମୌସୁମୀ ଜନିତ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର I 

Advertisment

ଅଧିକ ପଢନ୍ତୁ: ମୋହନ ସରକାରକୁ ବର୍ଷେ; ଆହ୍ବାନ ଭିତରେ ପ୍ରତିଶ୍ରୁତି ପୂରଣ ଲକ୍ଷ୍ୟ

ସେପଟେ ଆସନ୍ତା ୩ ଦିନ ପାଇଁ ବିଭିନ୍ନ ଜିଲ୍ଲାମାନଙ୍କରେ ବର୍ଷା ସହ ବଜ୍ରପାତ ହୋଇପାରେ ବୋଲି ସତର୍କତା ଜାରି କରିଛି ପାଣିପାଗ କେନ୍ଦ୍ର । ଆଜି ରାଜ୍ୟର ଗୋଟେ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସହିତ ଝଟକା ପବନ ବି ବହିପାରେ I ସେଥିପାଇଁ ମୟୂରଭଞ୍ଜ, ବାଲେଶ୍ୱର, ଗଞ୍ଜାମ, ଗଜପତି, ରାୟଗଡା, କୋରାପୁଟ, ମାଲକାନଗିରି ଜିଲ୍ଲା ପାଇଁ ଆଲର୍ଟ ଜାରି କରାଯାଇଛି ।

୧୩ରୁ ୧୫ ତାରିଖ ଦିନ ବି ରାଜ୍ୟରେ ଅନେକ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ତେବେ ଗତକାଲି ଦେବସ୍ନାନ ପୂର୍ଣ୍ଣିମାରେ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରୁ ବର୍ଷା ହୋଇଥିଲା । ସର୍ବାଧିକ ବର୍ଷା ଭୁବନେଶ୍ୱରରେ ୧୬.୭ ମିଲିଲିଟର ରେକର୍ଡ ହୋଇଥିଲା । 

Advertisment
Odisha Weather Rainfall Alert Monsoon Odisha
Advertisment
Advertisment