Advertisment

Bhadrak Tense After Youth’s Death: ଗୋଷ୍ଠୀ ସଂଘର୍ଷ ଘଟଣାରେ ୧୨ ଗିରଫ; ମୃତକଙ୍କ ପରିବାରକୁ ଆର୍ଥିକ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭଦ୍ରକରେ ଗୋଷ୍ଠୀ ସଂଘର୍ଷରୁ ଜଣେ ଯୁବକଙ୍କ ମୃତ୍ୟୁ ପରେ ୫ଟି ସ୍ଥାନରେ ଇଣ୍ଟରନେଟ ସେବା ବନ୍ଦ ରହିଛି। ରାଜ୍ୟ ତଥା ରାଜ୍ୟ ବାହାରୁ ପୋଲିସ ଛଢାଉ କରିବା ପରେ ୧୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ଏବଂ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।

author-image
Chinmayee Sahoo
ଅଦ୍ୟତନ ହୋଇଛି
Bhadrak Tension After Fatal Clash

Bhadrak Tension After Fatal Clash

୨୪ ଘଣ୍ଟା ପାଇଁ ଭଦ୍ରକର ୫ଟି ସ୍ଥାନରେ ଇଣ୍ଟରନେଟ ସେବା ବନ୍ଦ। ଭଦ୍ରକ ଵ୍ଲକ ଓ ପୌରପାଳିକା, ତିହିଡି ବ୍ଲକ, ଧାମନଗର ଵ୍ଲକ ଓ NAC ଅଞ୍ଚଳରେ ଇଣ୍ଟରନେଟ ସେବା ଵନ୍ଦ ରହିଛି। ୧୨ତାରିଖ ସକାଳ ୬ଟାରୁ ୧୩ ତାରିଖ ସକାଳ ୬ଟା ପର୍ଯ୍ୟନ୍ତ ବନ୍ଦ ରହିବ ଇଣ୍ଟରନେଟ ସେବା। ଗୋଷ୍ଠୀ ସଂଘର୍ଷରୁ ଯୁବକଙ୍କ ମୃତ୍ୟୁକୁ ନେଇ ଆଇନଶୃଙ୍ଖଳାକୁ ଆଖି ଆଗରେ ରଖି ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି।

Advertisment

ଅଧିକ ପଢ଼ନ୍ତୁ: ଲୁଟେରାଙ୍କ ଆତଙ୍କରାଜ; ଡାକ୍ତରଙ୍କ ଘରେ ଲୁଟ୍‌ ପରେ ମରଣାନ୍ତକ ଆକ୍ରମଣ

ସୂଚନା ମୁତାବକ, ଗତ ୩୦ ତାରିଖରେ ତିହିଡି ଵ୍ଲକ କଷଟିରେ ଦୁଇ ଗୋଷ୍ଠୀ ବିବାଦ ଯୋଗୁଁ ସ୍ଥାନୀୟ ଅଞ୍ଚଳର ସନ୍ତୋଷ ପରିଡା ନାମକ ଜଣେ ଯୁବକ ଗୁରୁତର ହୋଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଭଦ୍ରକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ପରେ ସଙ୍କଟାପନ୍ନ ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଗତକାଲି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଅପରାହ୍ନ ୨.୪୫ରେ ମୃତ୍ୟୁ ହୋଇଥିଲା। ପରେ ପୋଲିସ ବଡ ପଦକ୍ଷେପ ସ୍ବରୂପ ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କଡାକଡି କରିଛି। ପରେ କୌଣସି ଅପ୍ରୀତିକର ପରିସ୍ଥିତି ପାଇଁ ଇଣ୍ଟରନେଟ ସେବା ବନ୍ଦ କରାଯାଇଛି।

Advertisment

ଏହି ଘଟଣାକୁ ନେଇ ଭଦ୍ରକ ଏସପି ମନୋଜ ରାଉତ କହିଛନ୍ତି, ‘‘ଗତ ୩୦ ତାରିଖରେ ତିହିଡି ଥାନା ଅଞ୍ଚଳରେ ଘଟିଥିବା ଘଟଣାରେ ପୋଲିସ ବିଭିନ୍ନ ସ୍ଥାନରେ ଚଢାଇ କରି ମୁଖ୍ୟ ଅଭିଯୁକ୍ତ ସମେତ ୧୨ ଜଣଙ୍କୁ ଗିରଫ କରିଛି। ଏବେ ପର୍ଯ୍ୟନ୍ତ ରାଜ୍ୟ ତଥା ରାଜ୍ୟ ବାହାରୁ ୧୨ ଜଣ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ଖୁବ୍ ଶୀଘ୍ର ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ। ୨୭ ପ୍ଲାଟୁନ ପୋଲିସ ଫୋର୍ସ ସହ ୪୫ ଅଧିକାରୀ ନିୟୋଜିତ ଅଛନ୍ତି। ସୋସିଆଲ ମିଡ଼ିଆରେ ଗୁଜବ ପ୍ରଚାର କଲେ ଗୁଜବକାରୀଙ୍କ ବିରୋଧରେ ଆକ୍ସନ ନିଆଯିବ ବୋଲି କହିଛନ୍ତି। ଶାନ୍ତି ବଜାୟ ରଖିବା ସହିତ ପୋଲିସକୁ ସହାୟତା କରନ୍ତୁ’’ ବୋଲି ଅପିଲ କରିଛନ୍ତି।

ଏସପି କହିଛନ୍ତି, ‘‘ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିବା ସହ ପରିବାର ମଧ୍ୟରୁ ଜଣକୁ ନିଯୁକ୍ତି ଦେବା ପାଇଁ ଘୋଷଣା କରିଛନ୍ତି। ଏଥିରେ ସମ୍ପୃକ୍ତ ଥିବା ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।’’

ଅଧିକ ପଢ଼ନ୍ତୁ: ସ୍ନାନ ପୂର୍ଣ୍ଣିମାରେ ମୁଣ୍ଡ ଗଡ଼ିଲା, ପୁରୀରେ ବରିଷ୍ଠ ସେବାୟତଙ୍କୁ ହତ୍ୟା

Bhadrak Group Clash
Advertisment
Advertisment