/odishatv-khabar/media/post_attachments/uploadimage/library/16_9/16_9_0/IMAGE_1739680220.jpg)
New Delhi Station Stampede
ନୂଆଦିଲ୍ଲୀ ରେଳଷ୍ଟେସନ ଦଳାଚକଟା ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଯାତ୍ରୀଙ୍କ ପାଇଁ ସ୍ବତନ୍ତ୍ର ଟ୍ରେନ୍ ଚଲାଇବା ସହିତ ଆହତମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ନିଆଯାଇଥିବା ସୂଚନା ଦେଲେ । ଭିଡ଼ ନିୟନ୍ତ୍ରଣ ପାଇଁ ପ୍ରୟାଗରାଜକୁ ୪ଟି ସ୍ବତନ୍ତ୍ର ଟ୍ରେନ ବ୍ୟବସ୍ଥା କରାଯାଇଛି । ଆହୁରି ଅଧିକ ସ୍ବତନ୍ତ୍ର ଟ୍ରେନ ଚଳାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଏବେ ସ୍ଥିତି ନିୟନ୍ତ୍ରଣକୁ ଆସିଥିବା ଜଣାଇଛନ୍ତି ରେଳମନ୍ତ୍ରୀ ।
ଅଧିକ ପଢ଼ନ୍ତୁ: ନୂଆଦିଲ୍ଲୀ ଷ୍ଟେସନରେ ଦଳାଚକଟା ଘଟଣା; ମୃତକଙ୍କ ପରିବାରକୁ ମିଳିବ ୧୦ ଲକ୍ଷ।
ରେଳମନ୍ତ୍ରୀ ବୈଷ୍ଣବ ଏକାଧିକ ଟ୍ବିଟ୍ କରି କହିଛନ୍ତି, ଦଳାଚକଟା ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ହେବ । ପ୍ରଭାବିତମାନଙ୍କୁ ସହାୟତା ଲାଗି ଆମର ଟିମ୍ କାର୍ଯ୍ୟ କରୁଛି । ନୂଆଦିଲ୍ଲୀ ଷ୍ଟେସନରୁ ଅସମ୍ଭାଳ ଭିଡକୁ ସ୍ଥାନାନ୍ତର କରିବା ପାଇଁ ୪ଟି ସ୍ବତନ୍ତ୍ର ଟ୍ରେନ ବ୍ୟବସ୍ଥା କରାଯାଇଛି । ଏବେ ଭିଡ କମିଛି ।
ସେ ଆଉ ଏକ ଟ୍ବିଟରେ କହିଛନ୍ତି, ଦିଲ୍ଲୀ ପୋଲିସ ଓ ରେଲୱେ ପୋଲିସ ଫୋର୍ସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି । ଷ୍ଟେସନରେ ଏବେ ସ୍ଥିତି ନିୟନ୍ତ୍ରଣରେ ଅଛି । ଆହତମାନଙ୍କୁ ହସ୍ପିଟାଲକୁ ନିଆଯାଇଛି । ଅଚାନକ ହୋଇଥିବା ଏହି ଭିଡ ନିୟନ୍ତ୍ରଣ କରିବାକୁ ସ୍ବତନ୍ତ୍ର ଟ୍ରେନ ଚଲାଯାଉଛି ।
ରେଲୱେ ବୋର୍ଡ ପ୍ରେସ ବିବୃତ୍ତିରେ କୁହାଯାଇଛି, ନୂଆଦିଲ୍ଲୀ ଷ୍ଟେସନର ୧୩ ଓ ୧୪ ନମ୍ବର ପ୍ଲାଟଫର୍ମରେ ଗତକାଲି ରାତି ପ୍ରାୟ ସାଢେ ୯ଟା ବେଳେ ଅସମ୍ଭାଳ ଭିଡ ହୋଇଥିଲା । ହଠାତ୍ ହଜାର ହଜାର ସଂଖ୍ୟାକ ଯାତ୍ରୀ ଚାଲି ଆସିବାରୁ କିଛି ଯାତ୍ରୀ ଅଚେତ୍ ହୋଇଯାଇଥିଲେ । ଦଳାଚକଟା ଗୁଜବ ପ୍ରଚାର ପରେ ଯାତ୍ରୀମାନେ ଆତଙ୍କିତ ହୋଇଯାଇଥିଲେ । ପରବର୍ତ୍ତୀ ସମୟରେ ସ୍ଥିତି ନିୟନ୍ତ୍ରଣକୁ ଅଣାଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)