Advertisment

DelhiRailwayStation Stampede: ନୂଆଦିଲ୍ଲୀ ଷ୍ଟେସନରେ ଦଳାଚକଟା ଘଟଣା; ମୃତକଙ୍କ ପରିବାରକୁ ମିଳିବ ୧୦ ଲକ୍ଷ

ଗତକାଲି  ନୂଆଦିଲ୍ଲୀ ଷ୍ଟେସନରେ ଦଳାଚକଟାରେ ୧୮ ଜଣଙ୍କର ମୃତ୍ୟୁ ହୋଇଛି। ଆହତଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି।

author-image
Tapaswini Nayak
ଅଦ୍ୟତନ ହୋଇଛି
DelhiRailwayStation Stampede

DelhiRailwayStation Stampede

ନୂଆଦିଲ୍ଲୀ ଷ୍ଟେସନରେ ଦଳାଚକଟା ଘଟଣାରେ ମୃତକ ପରିବାରକୁ ଆର୍ଥିକ ସହାୟତା ରାଶି ଘୋଷଣା କରିଛି ରେଳ ବିଭାଗ। ମୃତକଙ୍କ ପରିବାରକୁ ୧୦ ଲକ୍ଷ ଲେଖାଏଁ ସହାୟତା ଘୋଷଣା କରାଯାଇଥିବା ବେଳେ ଗୁରୁତରଙ୍କ ପାଇଁ ୨.୫୦ ଲକ୍ଷ ଟଙ୍କା ଘୋଷଣା କରାଯାଛି। ସେହିପରି ଆହତମାନଙ୍କ ପାଇଁ ୧ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କରାଯାଇଛି।

Advertisment

ଉଲ୍ଲେଖଯୋଗ୍ୟ, ଗତକାଲି  ନୂଆଦିଲ୍ଲୀ ଷ୍ଟେସନରେ ଦଳାଚକଟାରେ ୧୮ ଜଣଙ୍କର ମୃତ୍ୟୁ ହୋଇଛି। ଆହତଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି। ମହାକୁମ୍ଭ ଯିବା ପାଇଁ ନୂଆଦିଲ୍ଲୀ ଷ୍ଟେସନରେ ପ୍ରବଳ ଭିଡ଼ ହୋଇଥିଲା। ଷ୍ଟେସନର ୧୩ ଓ ୧୪ ନମ୍ବର ପ୍ଲାଟଫର୍ମରେ ଭିଡ଼ ଯୋଗୁ ଏହି ଅଘଟଣ ଘଟିଥିଲା।

ତେବେ ଏହି ଦଳାଚକଟା ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛି ରେଲୱେ। ରାତି ୧୦ଟା ବେଳେ ଯାତ୍ରୀମାନେ ଟ୍ରେନରେ ପ୍ରୟାଗରାଜ ଯିବା ପାଇଁ ଠେଲାପେଲା ହେବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଥିଲା। ଘଟଣା ବେଳେ ପ୍ଲାଟଫର୍ମରେ ଅସମ୍ଭାଳ ଭିଡ଼ ଥିଲା। ୧୨, ୧୩ ଓ ୧୪ ନମ୍ବର ପ୍ଲାଟଫର୍ମରେ ପ୍ରବଳ ଯାତ୍ରୀ ପ୍ରୟାଗରାଜ ଯିବା ପାଇଁ ଏକାଠି ହୋଇଥିଲେ। ତେବେ ପ୍ରୟାଗରାଜ ଏକ୍ସପ୍ରେସ ୧୪ ନମ୍ବର ପ୍ଲାଟଫର୍ମରେ ଥିଲା।

Advertisment

ଅନ୍ୟପଟେ ସ୍ୱତନ୍ତ୍ର ସେନାନୀ ଏକ୍ସପ୍ରେସ ଓ ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସ ମଧ୍ୟ ନୂଆଦିଲ୍ଲୀ ଷ୍ଟେସନ ଛାଡ଼ିବାର ଥିଲା। ଏହି ଦୁଇ ଟ୍ରେନ ପ୍ରୟାଗରାଜ ଷ୍ଟେସନ ଦେଇ ଯାଉଥିବାରୁ ଯାତ୍ରୀ ସେହି ଟ୍ରେନର ଯିବା ପାଇଁ ଅପେକ୍ଷା କରିଥିଲେ। ତେବେ ଏହି ଦୁଇ ଟ୍ରେନ ବିଳମ୍ବ ହେବାରୁ ପ୍ରୟାଗରାଜ ଏକ୍ସପ୍ରେସ ମୁହାଁ ହୋଇଥିଲେ ଯାତ୍ରୀ। ଏହାକୁ ନେଇ ଦଳାଚକଟା ହୋଇଥିବା କୁହାଯାଉଛି।
ତେବେ ପ୍ରକୃତରେ କେମିତି, କାହିଁକି ଓ କେଉଁ ପରିସ୍ଥିତିରେ ଦଳାଚକଟା ହେଲା ତାହା ସ୍ପଷ୍ଟ ହୋଇପାରିନାହିଁ। ଘଟଣାର ତଦନ୍ତ ପରେ ଦଳାଚକଟା କାହିଁକି ହେଲା ଓ ଏଥିପାଇଁ କିଏ ଦାୟୀ ତାହା ସ୍ପଷ୍ଟ ହେବ।

ଦିଲ୍ଲୀ ଉପରାଜ୍ୟପାଳ ଭି.କେ. ସକ୍ସେନା, କାମଚଳା ମୁଖ୍ୟମନ୍ତ୍ରୀ ଅତୀଶୀ ଓ ଦିଲ୍ଲୀ ବିଜେପି ମୁଖ୍ୟ ବୀରେନ୍ଦ୍ର ସଚ୍ଚଦେବା LNJP ହସ୍ପିଟାଲ ଯାଇ ସ୍ୱାସ୍ଥ୍ୟାବସ୍ଥା ବୁଝିଛନ୍ତି ।

ଅଧିକ ପଢ଼ନ୍ତୁ: ନୂଆଦିଲ୍ଲୀ ଷ୍ଟେସନରେ ଦଳାଚକଟା ଘଟଣା; ମୃତ୍ୟୁ ସଂଖ୍ୟା ୧୮କୁ ବୃଦ୍ଧି।

Delhi Railway Station Stampede
Advertisment
Advertisment