/odishatv-khabar/media/post_attachments/uploadimage/library/16_9/16_9_0/IMAGE_1751193724.jpg)
Mother Died
କେଦାରନାଥହେଲିକପ୍ଟର କ୍ରାସରେ ଜୟପୁରର ପାଇଲଟ ରାଜବୀର ସିଂ ଚୌହାନଙ୍କ ମୃତ୍ୟୁ ଘଟିଥିଲା । ଏବେ ତାଙ୍କ ପରିବାର ଉପରେ ପୁଣିଥରେ ଦୁଃଖର ପାହାଡ ଖସିପଡିଛି । ରାଜବୀରଙ୍କ ମୃତ୍ୟୁର ୧୩ଦିନରେ ତାଙ୍କ ମା’ ବିଜୟଲକ୍ଷ୍ମୀ ଚୌହାନଙ୍କ ପରଲୋକ ଘଟିଛି । ହଠାତ ତାଙ୍କର ଛାତିରେ ଯନ୍ତ୍ରଣା ହୋଇଥିଲା । ତୁରନ୍ତ ପରିବାର ଲୋକ ବିଜୟଲକ୍ଷ୍ମୀଙ୍କୁ ହସପିଟାଲ ନେଇଥିଲେ ।
ପାଇଲଟ ରାଜବୀର ସିଂଙ୍କ ସାଙ୍ଗ ସୂରଜ କହିଛନ୍ତି , ରାଜବୀରଙ୍କ ମୃତ୍ୟୁ ପରେ ପରିବାର ଲୋକ ଦୁଃଖରେ ଥିଲେ । ଶନିବାର ଦିନ ରାଜବୀରଙ୍କ ମା’ ବିଜୟଲକ୍ଷ୍ମୀ ବ୍ରାହ୍ମଣ ଭୋଜନ ପାଇଁ ସକାଳେ ଶୀଘ୍ର ଉଠି ନିଜେ ରନ୍ଧାବଢ଼ା କରିଥିଲେ । ବିକାନେରରୁ କିଛି ସଂପର୍କୀୟ ବି ଘରକୁ ଆସିଥିଲେ ।
ଅଧିକ ପଢ଼ନ୍ତୁ: ଅପରେସନ୍ ସିନ୍ଦୂରରେ ନେଇଥିଲେ ବଡ଼ ଭୂମିକା, ଏବେ କେନ୍ଦ୍ର ଦେଲା ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ
ସଂପର୍କୀୟଙ୍କ ଆଗରେ ବିଜୟଲକ୍ଷ୍ମୀ ପୁଅକୁ ମନେ ପକାଇ ଦୁଃଖରେ ଭାଙ୍ଗିପଡିଥିଲେ । ଜୋରରେ କାନ୍ଦିବାକୁ ଲାଗିଥିଲେ ବିଜୟଲକ୍ଷ୍ମୀ । ହଠାତ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ତୁରନ୍ତ ତାଙ୍କୁ ହସପିଟାଲ ନିଆଯାଇଥିଲା । ସେଠାରେ ବିଜୟଲକ୍ଷ୍ମୀଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର।
ହେଲିକପ୍ଟର ଦୁର୍ଘଟଣାରେ ଜୟପୁରର ୩୭ ବର୍ଷୀୟ ପାଇଲଟ ଓ ପୂର୍ବତନ ଲେଫ୍ଟନାଣ୍ଟ କର୍ଣ୍ଣେଲ ରାଜବୀର ସିଂହ ଚୌହାନଙ୍କ ମୃତ୍ୟୁ ଘଟିଥିଲା । ୧୪ବର୍ଷ ଧରି ସେନାରେ କାମ କରିଛନ୍ତି ରାଜବୀର । ପରିବାର ପାଇଁ ବେସରକାରୀ ପାଇଲଟ ହେ।ଇଥିଲେ । କିନ୍ତୁ ଭାଗ୍ୟରେ କିଛି ଅଲଗା ଲେଖାଥିଲା ।
ରାଜବୀର ସେନାରେ ଥିବା ସମୟରେ ଅନେକ ବିପଦପୂର୍ଣ୍ଣ ମିଶନରେ କାମ କରିଥିଲେ । ଗତ ବର୍ଷ ଅକ୍ଟୋବରରେ ସେ ଆର୍ମି ଏଭିଏସନ୍ ରୁ ଅବସର ନେଇଥିଲେ ଏବଂ ଘରୋଇ କ୍ଷେତ୍ରରେ ପାଇଲଟ୍ ଭାବରେ କାମ କରିବା ଆରମ୍ଭ କରିଥିଲେ । ଯାହାଦ୍ୱାରା ସେ ତାଙ୍କ ପରିବାରକୁ ସମୟ ଦେଇପାରିବେ ।
ରାଜବୀରଙ୍କ ପତ୍ନୀ ଦୀପିକା ଚୌହାନ ସେନାରେ ଜଣେ ଲେଫ୍ଟନାଣ୍ଟ କର୍ଣ୍ଣେଲ । ମାତ୍ର ଚାରି ମାସ ତଳେ ତାଙ୍କର ଯାଆଁଳା ସନ୍ତାନ ଜନ୍ମ ହୋଇଛନ୍ତି । ପରିବାରରେ ଖୁସିର ଲହରୀ ଖେଳିଯାଇଥିଲା ।
ଜୁନ୍ ୩୦ରେ ପିତାମାତାଙ୍କ ୫୦ତମ ବିବାହ ବାର୍ଷିକୀ ଏବଂ ନବଜାତ ସନ୍ତାନଙ୍କ ପାଇଁ ପୂଜା ହେବାର ଥିଲା । ଏଥିପାଇଁ ଭେନ୍ୟୁ ବୁକ୍ ହେବା ସହ ପୋଷାକ ବି ସିଲେଇ ସରିଥିଲା । କିନ୍ତୁ ହେଲିକପ୍ଟର ଦୁର୍ଘଟଣା ସବୁକିଛି ବଦଳାଇଦେଲା
ଅଧିକ ପଢ଼ନ୍ତୁ: ଟଙ୍କା ଲୋଭରେ ପାକ୍ ମହିଳାଙ୍କ ଜାଲରେ ପଡିଗଲେ ସେନା କର୍ମଚାରୀ, ସେନା ତଥ୍ୟ ଦେଇଥିଲେ ବନ୍ଧା ହେଲେ
Gold rate: ଆଜି ସୁନା ଦର କେତେ, ଜାଣନ୍ତୁ...

Saradhabali Stampede: ଶରଧାବାଲି ଅଘଟଣ: କ୍ଷମା ପ୍ରାର୍ଥନା କଲେ ମୁଖ୍ୟମନ୍ତ୍ରୀ; କହିଲେ, ଏଭଳି ଅବହେଳା ଅକ୍ଷମଣୀୟ

Weather forecast: ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର, ଏହି ଜିଲ୍ଲାରେ ପ୍ରବଳ ବର୍ଷିବ
