Advertisment

IPS Parag Jain: ଅପରେସନ୍ ସିନ୍ଦୂରରେ ନେଇଥିଲେ ବଡ଼ ଭୂମିକା, ଏବେ କେନ୍ଦ୍ର ଦେଲା ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ

ରବି ସିହ୍ନାଙ୍କ ପରେ କିଏ, ଏ ନେଇ କଳ୍ପନାଜଳ୍ପନା ପ୍ରକାଶ ପାଉଥିବା ବେଳେ କେନ୍ଦ୍ର ସରକାର ପରାଗଙ୍କୁ ଏହି ପଦରେ ବସାଇଛନ୍ତି । ସାରା ବିଶ୍ୱରେ ବିଭିନ୍ନ ଦେଶ ଦେଶ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବା ବେଳେ କେନ୍ଦ୍ର ସରକାର ପରାଗଙ୍କୁ ଏହି ଗୁରୁ ଦାୟିତ୍ୱ ଦେଇଛନ୍ତି । ତାଙ୍କର ଜମ୍ମୁ ଓ କାଶ୍ମୀରରେ ଦୀର୍ଘ ଦିନର ଅଭିଜ୍ଞତା ରହିଛି ।

author-image
Tapan Kumar Swain
ଅଦ୍ୟତନ ହୋଇଛି
Parag Jain

Parag Jain

IPS ପରାଗ ଜୈନ ହେଲେ ନୂଆ R&AW ମୁଖ୍ୟ । ପରାଗ ଜୈନଙ୍କୁ R&AW( ରିସର୍ଚ୍ଚ ଆଣ୍ଡ ଆନାଲିସିସ୍ ୱିଙ୍ଗ ) ମୁଖ୍ୟ ନିଯୁକ୍ତ କଲେ କେନ୍ଦ୍ର ସରକାର । ଜୁଲାଇ ପହିଲାରୁ ସେ ଏହି ନୂଆ ଦାୟିତ୍ବ ଗ୍ରହଣ କରିବେ ।

Advertisment

ରବି ସିହ୍ନାଙ୍କ ସ୍ଥାନରେ R&AW ମୁଖ୍ୟ ପଦରେ ରହିବେ ପରାଗ । ୧୯୮୯ ବ୍ୟାଚର ପଞ୍ଜାବ କ୍ୟାଡର୍‌ IPS ଅଫିସର୍‌ ହେଉଛନ୍ତି ପରାଗ ଜୈନ । ଅପରେସନ ସିନ୍ଦୂରରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲେ ।

ଭାରତର ବିଦେଶ ଗୁଇନ୍ଦା ସଂସ୍ଥା R&AWର ମୁଖ୍ୟ ଭାବେ ସେ ଦୁଇ ବର୍ଷ ପାଇଁ କାର୍ଯ୍ୟ କରିବେ । ଏବେ ସେ କେନ୍ଦ୍ର ସରକାରଙ୍କ ଅଧୀନରେ କାମ କରୁଛନ୍ତି । ସେ କେନ୍ଦ୍ରୀୟ ଡିଜି ପାହ୍ୟାରେ ତାଲିକାଭୁକ୍ତ ହୋଇଥିଲେ । ଏହା ପୂର୍ବରୁ ସେ ପଞ୍ଜାବର ଡିଜିପି ଥିଲେ ।

Advertisment

R&AW ମୁଖ୍ୟ ଭାବେ କାର୍ଯ୍ୟ କରୁଥିବା ରବି ସିହ୍ନାଙ୍କ କାର୍ଯ୍ୟକାଳ ଆସନ୍ତା ୩୦ ତାରିଖରେ ଶେଷ ହେଉଛି । ଜୁଲାଇ ୧ ତାରିଖରୁ ଏହି ପଦ ସମ୍ଭାଳିବେ ପରାଗ । ରବି ସିହ୍ନାଙ୍କ ପରେ କିଏ, ଏ ନେଇ କଳ୍ପନାଜଳ୍ପନା ପ୍ରକାଶ ପାଉଥିବା ବେଳେ କେନ୍ଦ୍ର ସରକାର ପରାଗଙ୍କୁ ଏହି ପଦରେ ବସାଇଛନ୍ତି । ସାରା ବିଶ୍ୱରେ ବିଭିନ୍ନ ଦେଶ ଦେଶ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବା ବେଳେ କେନ୍ଦ୍ର ସରକାର ପରାଗଙ୍କୁ ଏହି ଗୁରୁ ଦାୟିତ୍ୱ ଦେଇଛନ୍ତି । ତାଙ୍କର ଜମ୍ମୁ ଓ କାଶ୍ମୀରରେ ଦୀର୍ଘ ଦିନର ଅଭିଜ୍ଞତା ରହିଛି ।

ପହଲଗାମ ଘଟଣା ପରେ ଭାରତ ସରକାର ଅପରେସନ ସିନ୍ଦୂର ଜରିଆରେ ପାକିସ୍ତାନକୁ କଡା ଜବାବ ଦେଇଥିଲେ । ଅପରେସନ ସିନ୍ଦୂରରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ପରାଗ । ସେ ମାନବ ଗୁଇନ୍ଦା ସହିତ ବୈଷୟିକ ଗୁଇନ୍ଦା ଉପରେ ମଧ୍ୟ ଗୁରୁତ୍ୱ ଦେଇଥାଆନ୍ତି । ଅପରେସନ ସିନ୍ଦୂର ପୂର୍ବରୁ ସେ କିଛି ଗୁରୁତ୍ୱପୂର୍ଣ୍ଣ ଇନପୁଟ୍ ଦେଇଥିଲେ । ଯାହାଦ୍ୱାରା କି ଟାର୍ଗେଟ୍ ପୂରା ପିନ୍‌ ପଏଣ୍ଟେଡ୍ ହୋଇପାରିଥିଲା । କ୍ୟାବିନେଟ୍ ଆପଏଣ୍ଟମେଣ୍ଟସ କମିଟି ତାଙ୍କୁ ଏହି ନିଯୁକ୍ତି ଦେଇଛି ।

ଅଧିକ ପଢ଼ନ୍ତୁ: ଟଙ୍କା ଲୋଭରେ ପାକ୍ ମହିଳାଙ୍କ ଜାଲରେ ପଡିଗଲେ ସେନା କର୍ମଚାରୀ, ସେନା ତଥ୍ୟ ଦେଇଥିଲେ ବନ୍ଧା ହେଲେ

Senior IPS Officer Raw Officer Operation Sindoor
Advertisment
Advertisment